ରେଳ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି, ହେବ ୧୭ ନୂଆ ପ୍ରକଳ୍ପ

NEWS7
ghara-suna-gahana-loot-in-nemal

ଭୁବନେଶ୍ଵର: ଗତକାଲି କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଲୋକସଭାରେ ଆଗତ ହେବା ପରେ ଆଜି ରେଳ ବଜେଟ୍ରେ ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶା ପାଇଁ ରେଳ ବଜେଟରେ ୧୦ ହଜାର ୯୨୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ସୋମବାର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ଓଡ଼ିଶାକୁ ଫୋକସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ବୈଷ୍ଣବ କହିଛନ୍ତି।

ସେ କହିଛନ୍ତି, ୫ ବର୍ଷରେ ଓଡ଼ିଶାକୁ ମିଳିବ ଏକ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ। ଇଷ୍ଟ-ଓ୍ଵେଷ୍ଟ କରିଡ଼ରରୁ ଓଡ଼ିଶାକୁମିଳିବ ଫାଇଦା। ଇଷ୍ଟ-ଓ୍ଵେଷ୍ଟ କରିଡର ଓଡ଼ିଶା ଦେଇ ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ ଯିବ। ଏହା ସହିତ ୧୭ ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରହିଛି। ଗତ ୧୧ ବର୍ଷରେ ରାଜ୍ୟରେ ୨୨୦୦ କିମି ନୂଆ ଟ୍ରାକ ହୋଇଛି। ଯାହା ସମଗ୍ର ମାଲେସିଆରେ ଥିବା ଟ୍ରେନ ଟ୍ରାକ୍ ଠାରୁ ଅଧିକ।

​​​​​​​Updating...