VIDEO: IPL 2026 ପୂର୍ବରୁ ମା’ ଦେଓରୀଙ୍କ ଦର୍ଶନ କଲେ ଏମଏସ୍ ଧୋନୀ

NEWS7
gf-took-revenge-on-bf-put-fevikwik-on-his-newly-wedd-wife

ରାଞ୍ଚି: ଆଇପିଏଲ ୨୦୨୬ ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଲୋକପ୍ରିୟ କ୍ରିକେଟର ଏମଏସ୍ ଧୋନୀ ଝାଡ଼ଖଣ୍ଡର ପ୍ରସିଦ୍ଧ ମା’ ଦେଓରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ସହ ନିଜ ମୁଣ୍ଡରେ ତିଳକ ଲଗାଇଛନ୍ତି ଧୋନୀ । ତାଙ୍କର ତିଳକ ଲଗାଇବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି ।

କ୍ରିକେଟ ଜଗତରେ ବଡ଼ ନାଁ କରିଥିବା ଧୋନୀ ପରମ୍ପରା ଭୁଲିନାହାନ୍ତି । ଇଶ୍ବରଙ୍କ ପ୍ରତି ତାଙ୍କର ଆସ୍ଥା ଅତୁଟ ରହିଛି । ଧୋନୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଏକ ଫଟୋରେ ସେ ହାତରେ ପବିତ୍ର ସୂତା ଏବଂ ଲାଲ ଚୁନରୀ ପିନ୍ଧିଥିବା ଦେଖାଯାଇଛି । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏମଏସ ଧୋନୀ ପ୍ରତିବର୍ଷ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମା ଦେଓରୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି । ସେ ଆଇପିଏଲ ୨୦୨୬ ସିଜିନ ପୂର୍ବରୁ ମଧ୍ୟ ଏହି ପରମ୍ପରାକୁ ଜାରି ରଖିଛନ୍ତି ।

 

ଧୋନୀ ପହଞ୍ଚିବା ମାତ୍ରେ ମନ୍ଦିରରେ ଭିଡ଼ ଜମିଥିଲା। ଏହା ଉଲ୍ଲେଖନୀୟ ଯେ, ମନ୍ଦିରର ଏକ ଦୀର୍ଘ ଇତିହାସ ଅଛି। ଏହି ମନ୍ଦିର ୭୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ। କିନ୍ତୁ ଏହି ମନ୍ଦିର ନିର୍ମାଣର ସଠିକ୍ ତାରିଖ ଏକ ରହସ୍ୟ ହୋଇ ରହିଛି। ଦୂରଦୂରାନ୍ତରୁ ଭକ୍ତମାନେ ମନ୍ଦିରରେ ମାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।