ହୋଲି ପାଇଁ ରେଲଓ୍ଵେର ପ୍ରସ୍ତୁତ, ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ସ୍ଵତନ୍ତ୍ର ଟ୍ରେନ ଘୋଷଣା

NEWS7
german-shoe-maker-will-set-factory-at-agara-says-up-cm

ଭୁବନେଶ୍ଵର: ଆସନ୍ତା ହୋଲି ଏବଂ ଦୋଳ ଯାତ୍ରା ପର୍ବ ସମୟରେ ସୁଗମ, ଆରାମଦାୟକ ଏବଂ ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ପାଇଁ, ଭାରତୀୟ ରେଳବାଇ ଅତିରିକ୍ତ ହୋଲି ସ୍ଵତନ୍ତ୍ର ଟ୍ରେନ୍ ଘୋଷଣା କରିଛି। ଅତିରିକ୍ତ ଯାତ୍ରୀ ଭିଡ଼ ଦୂର କରିବା ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟ ସ୍ଥଳଗୁଡ଼ିକ ମଧ୍ୟରେ ଅତିରିକ୍ତ ସଂଯୋଗ ପ୍ରଦାନ କରିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକୁ ପ୍ରଚଳନ କରାଯାଉଛି।

ପାର୍ବଣ ଋତୁରେ, ଯାତ୍ରା ଚାହିଦାରେ ନିରନ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି , ଓଡ଼ିଶାର ପ୍ରମୁଖ ଷ୍ଟେସନ ଯେପରିକି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ନୂଆ , ପୁରୀ, ବ୍ରହ୍ମପୁର ଏବଂ ମାଳତୀପାଟପୁରକୁ ଦେଶର ପ୍ରମୁଖ ସ୍ଥାନ ସହିତ ସଂଯୋଗ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଜନା କରାଯାଇଛି।

ଅତିରିକ୍ତ ହୋଲି ସ୍ପେଶାଲ୍ ଟ୍ରେନ୍ଗୁଡ଼ିକର ବିବରଣୀ ନିମ୍ନଲିଖିତ:

* ୦୪୦୬୬ ଆନନ୍ଦ ବିହାର ଟର୍ମିନାଲ୍ - ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍ ୨୭ ଫେବୃଆରୀରୁ ୩ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ନିୟମିତ ଭାବରେ ଚାଲିବ।

* ୦୪୦୬୫ ଖୋର୍ଦ୍ଧା ରୋଡ୍ - ଆନନ୍ଦ ବିହାର ଟର୍ମିନାଲ୍ ସ୍ପେଶାଲ୍ ୧ ମାର୍ଚ୍ଚରୁ ୫ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ନିୟମିତ ଭାବରେ ଚାଲିବ।

* ୦୭୧୬୫ ଚାର୍ଲାପଲ୍ଲୀ - ଭୁବନେଶ୍ୱର ନୂଆ ସ୍ପେଶାଲ୍ ୨ ମାର୍ଚ୍ଚରୁ ୩୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ସୋମବାର ଚାଲିବ।

* ୦୭୧୬୬ ଭୁବନେଶ୍ୱର ନୂଆ - ଚାର୍ଲାପଲ୍ଲୀ ସ୍ପେଶାଲ୍ ୩ ମାର୍ଚ୍ଚରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଚାଲିବ।

* ୦୧୯୨୯ ବୀରଙ୍ଗନା ଲକ୍ଷ୍ମୀବାଇ ଝାନ୍ସି - ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍ ୨୭ ଫେବୃଆରୀରୁ ୨୭ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚାଲିବ।

* ୦୧୯୩୦ ଖୋର୍ଦ୍ଧା ରୋଡ୍ - ବୀରଙ୍ଗନା ଲକ୍ଷ୍ମୀବାଇ ଝାନ୍ସି ସ୍ପେଶାଲ୍ ୧ ମାର୍ଚ୍ଚରୁ ୨୯ ମାର୍ଚ୍ଚ ୨୦୨୬ ପ୍ରତି ରବିବାର ଚାଲିବ। ।

* ୦୩୨୩୦ ପାଟନା – ପୁରୀ ସ୍ପେଶାଲ୍ ୫ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଦିନ ଚାଲିବ।

* ୦୩୨୨୯ ପୁରୀ – ପାଟନା ସ୍ପେଶାଲ୍ ୬ ମାର୍ଚ୍ଚରୁ ୨୭ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଚାଲିବ।

* ୦୮୦୧୧ ଭଞ୍ଜପୁର – ପୁରୀ ସ୍ପେଶାଲ୍ ୫ ମାର୍ଚ୍ଚରୁ ୨୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଏବଂ ଶନିବାର ଦିନ ଚାଲିବ।

* ୦୮୦୧୨ ପୁରୀ – ଭଞ୍ଜପୁର ସ୍ପେଶାଲ୍ ୬ ମାର୍ଚ୍ଚରୁ ୨୯ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଏବଂ ରବିବାର ଦିନ ଚାଲିବ।

* ୦୨୮୩୯ ଶାଲିମାର – ପୁରୀ ସ୍ପେଶାଲ୍ ୧ ମାର୍ଚ୍ଚରୁ ୨୯ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ରବିବାର ଦିନ ଚାଲିବ।

* ୦୨୮୪୦ ପୁରୀ – ଶାଲିମାର ସ୍ପେଶାଲ୍ ୨ ମାର୍ଚ୍ଚରୁ ୩୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ସୋମବାର ଦିନ ଚାଲିବ।

* ୦୨୮୬୩ ସାନ୍ତରାଗାଛି – ୟାଲାହାଙ୍କା ଜଙ୍କସନ୍ ସ୍ପେଶାଲ୍ ୫ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଦିନ ଚାଲିବ।

* ୦୨୮୬୪ ୟାଲାହାଙ୍କା ଜଙ୍କସନ୍ - ସାନ୍ତ୍ରାଗାଛି ସ୍ପେଶାଲ୍ ୭ ମାର୍ଚ୍ଚରୁ ୨୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଚାଲିବ।

* ୦୨୮୪୧ ଶାଲିମାର - ଚେନ୍ନାଇ ସେଣ୍ଟ୍ରାଲ୍ ସ୍ପେଶାଲ୍ ୨ ମାର୍ଚ୍ଚରୁ ୩୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ସୋମବାର ଦିନ ଚାଲିବ।

* ୦୨୮୪୨ ଚେନ୍ନାଇ ସେଣ୍ଟ୍ରାଲ୍ - ଶାଲିମାର ସ୍ପେଶାଲ୍ ୪ ମାର୍ଚ୍ଚରୁ ୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ ଚାଲିବ।

* ୦୭୦୨୭ ଚାର୍ଲାପଲ୍ଲୀ - ବ୍ରହ୍ମପୁର ସ୍ପେଶାଲ୍ ୬ ମାର୍ଚ୍ଚରୁ ୨୭ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଚାଲିବ।

* ୦୭୦୨୮ ବ୍ରହ୍ମପୁର - ଚାର୍ଲାପଲ୍ଲୀ ସ୍ପେଶାଲ୍ ୭ ମାର୍ଚ୍ଚରୁ ୨୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଚାଲିବ।

* ୦୫୦୬୪ ଗୋମତୀ ନଗର (ଲକ୍ଷ୍ନୌ) - ମାଳତୀପାଟପୁର ସ୍ପେଶାଲ୍ ୨୬ ଫେବୃଆରୀ ରୁ ୨୬ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଦିନ ଚାଲିବ। ।

* ୦୫୦୬୩ ମାଳତୀପାଟପୁର – ଗୋମତୀ ନଗର (ଲକ୍ଷ୍ନୌ) ସ୍ପେଶାଲ୍ ୨୮ ଫେବୃଆରୀ ରୁ ୨୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶନିବାର ଚାଲିବ।

ଏବଂ ୦୮୪୦୫ ପୁରୀ – ପୁଣେ ସ୍ପେଶାଲ୍ କେବଳ ୨୭ ଫେବୃଆରୀ ୨୦୨୬ ଶୁକ୍ରବାର ଦିନ ପୁରୀରୁ ଛାଡିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ପାର୍ବଣ ଋତୁରେ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଏବଂ ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଇଛି,ଯାହା ଦ୍ୱାରା ଭିଡ଼କୁ ଆହୁରି କମ କରାଯାଇପାରିବ ଏବଂ ପାର୍ବଣ ଋତୁରେ ସୁଗମ ଯାତ୍ରା ସୁନିଶ୍ଚିତ କରାଯାଇପାରିବ। ଯାହା ଦ୍ୱାରା ହୋଲି ପର୍ବ ସମୟରେ ଯାତ୍ରୀମାନଙ୍କ ପାଇଁ ନିରାପଦ, ଆରାମଦାୟକ ଏବଂ ସୁବିଧାଜନକ ଯାତ୍ରା ସହଜ ହେବ। ସଦ୍ୟତମ ସୂଚନା ପାଇଁ ଅନୁମୋଦିତ ରେଳ ଅନୁସନ୍ଧାନ ପ୍ରଣାଳୀ ଏବଂ ଆଇ. ଆର୍. ସି. ଟି. ସି. ପ୍ଲାଟଫର୍ମ ମାଧ୍ୟମରେ ଟ୍ରେନ୍ କାର୍ଯ୍ୟସୂଚୀ, ରହଣି ଏବଂ ବୁକିଂ ଉପଲବ୍ଧତା ଯାଞ୍ଚ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।