LIVE TV

ଆମେରିକାକୁ ତାଗିଦ କଲା ଜାତିସଂଘ, କାରିବିଅନ ସାଗରରେ ନୌକା ଉପରେ ଆକ୍ରମଣକୁ କଲା ନିନ୍ଦା

NEWS7
general-devotees-darshan-baba-dhabaleswar

ନୂଆଦିଲ୍ଲୀ: କାରିବିଅନ ଓ ପ୍ରଶାନ୍ତ ସାଗରରେ କଥିତ ଡ୍ରଗ୍ସ ଡଙ୍ଗା ଉପରେ ସାମରିକ ଆକ୍ରମଣ କରିବା ପାଇଁ ଜାତିସଂଘ ମାନବାଧିକାର କମିଶନ (UNHRC) ଆମେରିକାକୁ କଡ଼ା ସମାଲୋଚନା କରିଛି । ୟୁଏନଏଚଆରସି ମୁଖ୍ୟ କହିଛନ୍ତି ଯେ ଦକ୍ଷିଣ ଆମେରିକାରୁ ଅବୈଧ ଡ୍ରଗ୍ସ ପରିବହନ କରୁଥିବା ନୌକା ଉପରେ ଆମେରିକୀୟ ସାମରିକ ଆକ୍ରମଣ "ଅଗ୍ରହଣୀୟ" ଏବଂ ଏହାକୁ ବନ୍ଦ କରାଯିବା ଉଚିତ ।

ଗତ ଏକ ମାସ ମଧ୍ୟରେ ଆମେରିକା ସାମରିକ ଆକ୍ରମଣରେ ଅତି କମରେ ୨୨ଟି ଡଙ୍ଗା ନଷ୍ଟ କରିଛି । ଆମେରିକା ଅଭିଯୋଗ କରିଛି ଯେ ଏହି ଡଙ୍ଗାଗୁଡ଼ିକୁ ଆମେରିକାକୁ ଡ୍ରଗ୍ସ ଚୋରା ଚାଲାଣ କରିବା ବ୍ୟବହାର କରାଯାଉଥିଲା । ଏପର୍ଯ୍ୟନ୍ତ ଆମେରିକା ଆକ୍ରମଣରେ ପ୍ରାୟ ୬୦ ଜଣ ଡ୍ରଗ୍ସ ଚାଲାଣକାରୀଙ୍କ ମୃତ୍ୟୁ ହୋଇଛି । ଏହା ସମ୍ଭବତଃ ପ୍ରଥମ ଥର ପାଇଁ ଜାତିସଂଘର କୌଣସି ସଂଗଠନ ଏହି ଘଟଣାଗୁଡ଼ିକର ବିଚାର କରିଛି । UNHRC ଏହି ଘଟଣାଗୁଡ଼ିକର କଡ଼ା ନିନ୍ଦା କରିଛି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାରିବିଆନ ସାଗରରେ ନିଶାଦ୍ରବ୍ୟ ଚୋରା ଚାଲାଣ ନୌକା ଉପରେ ଆକ୍ରମଣକୁ ଯଥାର୍ଥ ଦର୍ଶାଉଛନ୍ତି । ଟ୍ରମ୍ପ ଏହାକୁ ଆମେରିକାରେ ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ ବୋଲି କହିଛନ୍ତି । ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ମୁଖପାତ୍ର ରବିନା ଶାମଦାସାନି କହିଛନ୍ତି ଯେ ମାନବାଧିକାର ମୁଖ୍ୟ ଭୋଲକର ତୁର୍କ ଆକ୍ରମଣର ତଦନ୍ତ ଦାବି କରିଛନ୍ତି । କହିଛନ୍ତି, ଯେ ସେପ୍ଟେମ୍ବର ଆରମ୍ଭରୁ ଏହି ଅଞ୍ଚଳରେ ଡଙ୍ଗା ଉପରେ ଆକ୍ରମଣରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ଜେନେଭାରେ ଏକ ଜାତିସଂଘ ବ୍ରିଫିଂରେ କହିଥିଲେ, "ଏହି ଆକ୍ରମଣ ଏବଂ ଏହାର ଫଳସ୍ୱରୂପ ମାନବ କ୍ଷତି ଗ୍ରହଣୀୟ ନୁହେଁ,"  ।

ୟୁଏନଏଚଆରସି କହିଛି ଯେ ତୁର୍କଙ୍କ ମତ, "କାରିବିଆନ ଏବଂ ପ୍ରଶାନ୍ତ ମହାସାଗରରେ ଡଙ୍ଗା ଉପରେ ଆମେରିକାର ବିମାନ ଆକ୍ରମଣ ଆନ୍ତର୍ଜାତୀୟ ମାନବାଧିକାର ଆଇନର ଉଲ୍ଲଂଘନ।" ସେ କହିଛନ୍ତି, "ଏହି ଆକ୍ରମଣ ଏବଂ ଏହାର ଫଳସ୍ୱରୂପ ମାନବ କ୍ଷତି ଗ୍ରହଣୀୟ ନୁହେଁ । ଆମେରିକାକୁ ଏପରି ଆକ୍ରମଣ ବନ୍ଦ କରିବାକୁ ପଡିବ ଏବଂ ଏହି ଡଙ୍ଗାରେ ଲୋକଙ୍କ ବେଆଇନ ହତ୍ୟାକୁ ରୋକିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡିବ।"