ମୁଁ ଆଶ୍ଚର୍ଯ୍ୟ...ବିଜେଡିକୁ ରୋକ୍ ଠୋକ୍ ଜବାବ ଦେଲେ ଅରବିନ୍ଦ, କହିଲେ...

NEWS7
ganjei-seized-in-lamtaput-2

ଭୁବନେଶ୍ଵର: ମୁଁ ଆଶ୍ଚର୍ଯ୍ୟ। ଜାନୁଆରୀ ୧୫ ସନ୍ଧ୍ୟାରେ ନିଳମ୍ବନ ହେଲି। କାରଣ ଦର୍ଶାଗଲା ଦଳ ବିରୋଧୀ କାର୍ଯ୍ୟ ପାଇଁ ପାର୍ଟିରୁ ନିଲମ୍ବନ କରାଯାଇଛି। ତାପରେ କୁହାଗଲା ବିଶ୍ଵାସଘାତ କରିଛି। ତାପରେ ମିଡ ଡେ ଅପରେସନ କରିଥିଲି। କାଲି କୁହାଗଲା ପାଟକୁରାବାସୀଙ୍କୁ ହଇରାଣ କରୁଥିଲି। ଅଭିଯୋଗ ଏତିକି ନା ଆଉ ଅଛି। ପାଟକୁରାବାସୀଙ୍କ ସମର୍ଥନ ମୋ ସହିତ ଅଛି। ନବୀନ ବାବୁଙ୍କୁ ଏ ତଥ୍ୟ କିଏ ଦେଉଛି? ଏମିତି ରୋକ୍ ଠୋକ୍ ଶବ୍ଦରେ କହିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର।

ଅରବିନ୍ଦ କହିଛନ୍ତି, କେଉଁ କେଉଁ ବିଧାୟକମାନଙ୍କୁ ନେଇ ଗୋଷ୍ଠୀ କରିଥିଲି ତା କୁହନ୍ତୁ। ବିଜୟ ମହାପାତ୍ରଙ୍କୁ ଘଟଣାରେ ଟଣା ନଯାଉ। ତାଙ୍କୁ କେବେ ରାଜ୍ୟସଭା ପ୍ରାର୍ଥୀ ପାଇଁ ମୁଁ କେବେ ଯୋଜନା କରିନାହିଁ। ଏହା ମିଛ କଥା। ନବୀନ ବାବୁଙ୍କୁ ଗତ ସେସନରେ ଡିସେମ୍ବରରେ ଭେଟିଥିଲି। ନବୀନ ବାବୁ ମତେ ପଚାରିଥିଲେ ଯେ, how is your father ? ସେତେବେଳେ କାହିଁକି ତ ନବୀନ ବାବୁ ମତେ କିଛି କହିଲେନି।

ସେ ଏହା ମଧ୍ୟ କହିଛନ୍ତି, ଭୋଜି ଭାତକୁ ମୁଁ ଯାଇନାହିଁ କେବେ। ବିଧାୟକ ପାଣ୍ଠି ଠିକ୍ ଭାବେ ଖର୍ଚ୍ଚ କରିଛି। ସାମ୍ନା ସାମ୍ନି ଆସି କ୍ୟାମେରା ଆଗରେ ଆଲୋଚନା କରିବାକୁ ଆହ୍ଵାନ ଦେଉଛି। ଡେରାବିଶ ମହୋତ୍ସବକୁ ଆଳି, ରାଜନଗର ବିଧାୟକ ବି ଆସିଥିଲେ। ଜିଲ୍ଲା ନେତାଙ୍କ ସହିତ ମୋର ଭଲ ସମ୍ପର୍କ। ନବୀନ ବାବୁ ବାହାରକୁ ଆସି କହିବା ପରେ ଆଉ ଭେଟିବାର ଆବଶ୍ୟକତା ନାହିଁ।

ଅତନୁଙ୍କୁ ଟାର୍ଗେଟ୍ କରି ଅରବିନ୍ଦ କହିଛନ୍ତି, ବିଜେପି ସାଂସଦ ପ୍ରାର୍ଥୀଙ୍କ ଅଧିକ ଭୋଟ ମାଇନସ ମହାକାଳପଡ଼ାରେ ହୋଇଛି। ଉକ୍ତ ନିର୍ବାଚନ ମଣ୍ଡଳୀରୁ ୪୦ ହଜାର ଭୋଟ୍ ମାଇନସ୍ ହେଲା। ତା ହେଲେ ଷଡ଼ଯନ୍ତ୍ର କିଏ କରିଥିଲା। ଅଂଶୁମାନ ମହାନ୍ତିଙ୍କ ସହିତ ମୋର ପାରିବାରିକ ସମ୍ପର୍କ। ସେ ମୋ ବନ୍ଧୁ। ଯେଉଁମାନେ କାଲି ଯାଇଥିଲେ ପାଟକୁରା ବାସିନ୍ଦା ଭାବେ ନବୀନ ନିବାସ ସେମାନଙ୍କ ଭିତରୁ ଦୁଇ ଚାରି ଜଣଙ୍କୁ ଛାଡିଲେ ଆଉ ସବୁ ନିର୍ବାଚନ ସମୟରେ ମୋତେ ବିରୋଧ କରିଥିଲେ।

ମୋ ବିରୋଧରେ ଷଡଯନ୍ତ୍ର ହୋଇଥାଇପାରେ କାରଣ ବାରମ୍ବାର ଅଭିଯୋଗ ବଦଳୁଛି। ପାଟକୁରା ବାସିନ୍ଦା ନିଷ୍ପତ୍ତି ନେବେ ମତେ ସେଠି ଭର୍ତ୍ତି କରିଦିଆଯିବ ନା ନାହିଁ। ପାଟକୁରାବାସୀ ନିଷ୍ପତ୍ତି ନେବେ କେଉଁ ମୁଖିଆ ଚୟନ କରିବେ। ପାଟକୁରା ବିଧାୟକ ପ୍ରାର୍ଥୀ ପାଇଁ ନବୀନ ବାବୁଙ୍କ ତରଫରୁ ଆମକୁ ପ୍ରଥମେ ପ୍ରସ୍ତାବ ଆସିଥିଲା। ପାଟକୁରାରେ ପିସି କଲ କଲଚର ମୁଁ ବନ୍ଦ କରିଦେଇଛି।

ଅରବିନ୍ଦ ମହାପାତ୍ର ଏହା ମଧ୍ୟ କହିଛନ୍ତି, ନିଲମ୍ବନ ଆଗରୁ ମୋତେ କାହିଁକି କାରଣ ଦର୍ଶାଅ ନୋଟିସ୍ ଦିଆଗଲା ନାହିଁ। ପିପିଲି ସାମ୍ବାଦିକ ମାନଙ୍କ ବୈଠକ ହୋଇଥିଲା। ସେମାନେ ମୋତେ ନିମନ୍ତ୍ରଣ କରିଥିଲେ। ପୁରୀ ସାଂସଦ, ପିପିଲି ବିଧାୟକ ବି ଯାଇଥିଲେ। ଅନ୍ୟ କିଛି କାରଣ ନାହିଁ। ବିଜୟ ମହାପାତ୍ର ରାଜ୍ୟସଭା ପାଇଁ ଇଚ୍ଛୁକ ନୁହନ୍ତି ବୋଲି ଅରବିନ୍ଦ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗ ଉପରେ ନିରବତା ଭାଙ୍ଗିଥିଲେ। ନବୀନ କହିଥିଲେ ମୁଁ ଅରବିନ୍ଦ ମହାପାତ୍ରଙ୍କୁ ଟିକେଟ୍ ଦେଇଥିଲି। ମୁଁ ଅରବିନ୍ଦଙ୍କୁ ବିଶ୍ଵାସ କରି ସୁଯୋଗ ଦେଇଥିଲି କିଛି କାମ କରିବାକୁ। ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି। କିନ୍ତୁ ଜାଣିଲି ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି। ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରେ ମୁଁ ତାକୁ ଦଳରୁ କାଢିନିଏ। ଆପଣ ମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ।