ଭାରତରେ ନୁହେଁ ଏହି ଦେଶରେ ମଧ୍ୟ ପଦ୍ମକୁ ରାଷ୍ଟ୍ରୀୟ ଫୁଲ୍ ଭାବେ ବିବେଚନା କରାଯାଏ, ଜାଣନ୍ତୁ କାହିଁକି ଓ ଏହା ପଛର ମହତ୍ତ୍ଵ

NEWS7
ganjam-collector-tweet-on-corona

ନୂଆଦିଲ୍ଲୀ ୨୨।୧୨;  ପଦ୍ମ କେବଳ ଭାରତରେ ନୁହେଁ , ବରଂ ଅନ୍ୟ ଏକ ଦେଶରେ ମଧ୍ୟ ରାଷ୍ଟ୍ରୟ ଫୁଲ ଭାବରେ ମଧ୍ୟ ଘୋଷଣା କରାଯାଇଛି । ଏହାର ପଛରେ କେବଳ ସୁନ୍ଦରତା ନୁହେଁ। ଗଭୀର ସଂସ୍କୃତିକ ଧାର୍ମିକ ଓ ଐତିହାସିକ ମହତ୍ତ୍ଵ ଯୋଡି ହୋଇଛି । ଭାରତରେ ପଦ୍ମକୁ ପବିତ୍ରତା , ଶକ୍ତି, ଆଶାର ପ୍ରତୀକ ବୋଲି ବିବେଚନା କରାଯାଏ । ଏହି ଫୁଲ କାଦୁଅ ପଙ୍କ ପାଣିରେ ଫୁଟେ ହେଲେ ଦେଖିବାକୁ ପୁରାପୁରି ପରିସ୍କାର ଓ ସୁନ୍ଦର ।

ହିନ୍ଦୁ ଧର୍ମରେ ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପଦ୍ମ ସହ ଯୋଡା ଯାଏ । ସେହିଭଳି ବୌଦ୍ଧ ଧର୍ମରେ ପଦ୍ମ ଜ୍ଞାନ ଓ ଆଧ୍ୟାତ୍ମିକ ଜାଗରଣର ପ୍ରତୀକ। ଏହି ଗଭୀର ଧାର୍ମିକ ଓ ସାଂସ୍ମୃତିକ ମହତ୍ତ୍ଵର କାରଣ ପାଇଁ ଭାରତରେ ପଦ୍ମକୁ ରାଷ୍ଟ୍ରୀୟ ଫୁଲ ଭାବେ କୁହାଯାଏ । ସେହିଭଳି ଭିଏତନାମରେ ମଧ୍ୟ ପଦ୍ମକୁ ବହୁତ ସମ୍ମାନର ଦେଖନ୍ତି । ଏହା ସହ ପଦ୍ମକୁ ସେମାନେ ଶୁଦ୍ଧତା , ସଚ୍ଚୋଟତା, ଓ ଆତ୍ମବଳର ପ୍ରତୀକ ଭାବେ ବିଶ୍ଵାସ କରାଯାଏ ।

ଭିଏତନାମୀ ସଂସ୍କୃତିରେ ଏହି ଫୁଲ କଥା କହିବା ଶୈଳୀକୁ ଦର୍ଶାଏ ଯେ ମଣିଷ ଯେତେ ବି କଷ୍ଟରେ ଥିଲେ ମଧ୍ୟ ନିଜ ସଂସ୍କାର ଓ ଆତ୍ମ-ସମ୍ମାନକୁ ବଜାୟ ରଖେ । ଭିଏତନାମରେ ସାହତ୍ୟ, କଳା, ବାସ୍ତୁବଳା ଓ ଲୋକକଥାରେ ପଦ୍ମର ଝଲକ ଦେଖାଯାଏ । ଏତିକି ହିଁ ନୁହେଁ ଦେଶର ଅନେକ ମନ୍ଦିର ଓ ହ୍ରଦ ସହ ସାର୍ବଜନୀନ ସ୍ଥାନରେ ପଦ୍ମ ଦେଖିବାକୁ ମିଳିଥାଏ ।