India vs Pakistan T20 World Cup: ପାକିସ୍ତାନ କ୍ୟାପ୍ଟେନ କହିଲେ, ଭାରତ ବିରୁଦ୍ଧରେ ଉସମାନ ଆମର ଟ୍ରମ୍ପ କାର୍ଡ

NEWS7
ganjam-collector-tweet-on-corona

କଲୋମ୍ବୋଆସନ୍ତାକାଲି ଶ୍ରୀଲଙ୍କାରେ କଲୋମ୍ବୋରେ ଟି-୨୦ ବିଶ୍ୱକପ୍ ପାଇଁ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ। ବହୁ ବାଦ ବିବାଦ ପରେ ଶେଷରେ ପାକିସ୍ତାନ ଭାରତ ସହିତ ମ୍ୟାଚ୍ ଖେଳିବାକୁ ରାଜି ହୋଇଥିବାରୁ ସମସ୍ତଙ୍କ ନଜର ମ୍ୟାଚ୍ ଉପରେ ରହିଛି। ତେବେ ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ଅଫ-ସ୍ପିନର ଉସମାନ ତାରିକଙ୍କୁ ନେଇ ଚର୍ଚ୍ଚା ବଢ଼ି ଯାଇଛି। ପାକିସ୍ତାନର ଧ୍ୟାନ ଉସମାନ ତାରିକଙ୍କ ଉପରେରହିଛି। ତେଣୁ ଆଜିର ଅଭ୍ୟାସ୍ ମ୍ୟାଚରେ ଉସମାନଦୀର୍ଘ ସମୟ ଧରି ବୋଲିଂ ଅଭ୍ୟାସ ବି କରିଛନ୍ତି।

ବିବାଦୀୟ ବୋଲିଂ ଶୈଳୀ ନେଇ ଉସମାନ ତାରିକ ଚର୍ଚ୍ଚାରେ ରହିଆସିଛନ୍ତି। ଅଷ୍ଟ୍ରେଲିଆ ସହିତ ମୁକାବିଲା ବେଳେ ଅଷ୍ଟ୍ରେଲିଆ ବ୍ୟାଟର ଉସମାନଙ୍କ ବୋଲିଂ ଶୈଳୀ ନେଇ ପ୍ରଶ୍ନ ଉଠାଇଥିଲା। କଥା ଆଇସିସି ପର୍ଯ୍ୟନ୍ତ ଯାଇଥିଲା। ତେବେ ଆଇସିସି ଉସମାନଙ୍କ ବୋଲିଂ ଶୈଳୀକୁ କ୍ଲିନଚିଟ୍ ଦେଇଛି। ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ କଲୋମ୍ବୋରେ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ପାକିସ୍ତାନ କ୍ୟାପ୍ଟେନ ସଲମାନ ଅଲୀ ଆଘାଙ୍କୁ ଉସ୍ମାନଙ୍କ ବୋଲିଂ ଶୈଳୀ ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରର ସଲମାନ କହିଛନ୍ତି ଭାରତ ବିରୁଦ୍ଧରେ ଉସମାନ ହେଉଛନ୍ତି ଆମର ଟ୍ରମ୍ପକାର୍ଡ।

ସଲମାନ କହିଛନ୍ତିତାରିକ ଆମ ପାଇଁ ଟ୍ରମ୍ପକାର୍ଡ। ଆମେ ତାଙ୍କ ବୋଲିଂ ଶୈଳୀ ନେଉଥିବା ଆଲୋଚନାକୁ ଗୁରୁତ୍ୱ ଦେଉନାହୁଁ। ଉସମାନଙ୍କ ବୋଲିଁ ଆକ୍ସନକୁ ଆଇସିସି ପକ୍ଷରୁ ଦୁଇଥର କ୍ଲିନଚିଟ୍ ମିଳିଛି। ମୁଁ ଜାଣିନାହିଁ କାହିଁକି ଏହା ବିଷୟରେ ଆଲୋଚନା କରାଯାଉଛି।

ପଢ଼ନ୍ତୁ- IND vs PAK T20 World Cup: କଲୋମ୍ବୋରେ ମହାମୁକାବିଲା ପୂର୍ବରୁ ମୁହଁ ଖୋଲିଲେ ପାକିସ୍ତାନ କ୍ୟାପ୍ଟେନ୍: ହ୍ୟାଣ୍ଡସ୍ୟାକ୍ ବିବାଦ ନେଇ ଭାରତୀୟ ଟିମ୍କୁ କହିଲେ...

ଏସିଆ କପ୍ରେ ପାକିସ୍ତାନ ଲଗାତର ୩ ଥର ଭାରତ ଠାରୁ ପରାସ୍ତ ହୋଇଛି। ତେଣୁ ପରବର୍ତ୍ତୀ ମ୍ୟାଚ୍ରେ ଭାରତକୁ ହରାଇ ଯେନତେନ ପ୍ରକାରେ ପ୍ରତିଶୋଧ ନେବାକୁ ବଡ଼ ଉତ୍ସାହର ସହ ଅପେକ୍ଷା କରି ବସିଛି। ସେପଟେ ଭାରତ ପାଇଁ ସ୍ପିନ ବୋଲିଂ ସମସ୍ୟା ସୃଷ୍ଟି କରୁଥିବା ବେଳେ ଉସ୍ମାନ ତାରିକଙ୍କୁ ଅସ୍ତ୍ର କରି ପାକିସ୍ତାନ ଭାରତର ବ୍ୟାଟିଂ ଲାଇନଅପ୍କୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରିବ। ଏନେଇ ପାକିସ୍ତାନ କ୍ୟାପ୍ଟେନ୍ ସଲମାନ ଅଲି ଆଘା କହିଛନ୍ତିତାରିକ ହେଉଛି ଆମର ଏକ୍ସ ଫ୍ୟାକ୍ଟର ଏବଂ ମୁଖ୍ୟ ଅସ୍ତ୍ର।

ଉସମାନ ତାରିକଙ୍କ ଅସାଧାରଣ ଷ୍ଟପ୍-ଏଣ୍ଡ-ପଜ୍ ସାଇଡ୍-ଆର୍ମ ବୋଲିଂ ଗତିତାଙ୍କୁ ଫେସ୍ କରୁଥିବା ନୂଆ ଖେଳାଳିଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ। ପାକିସ୍ତାନ ତାଙ୍କୁ ଭାରତ ବିରୋଧରେ ରଣନୀତିକ ଭାବରେ ନିୟୋଜିତ କରିଛି। ଉସମାନଙ୍କ ୱିକେଟ୍ ପରିସଂଖ୍ୟାନ ଦେଖିଲେ ଏହା ଖୁବ ପ୍ରଭାବଶାଳୀ ମନେ ହେଉଛି। ୨୮ ବର୍ଷୀୟ ଏହି ଖେଳାଳି ମାତ୍ର ୪ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ପ୍ରତି ଓଭରରେ ୬ ରନ୍ରୁ କମ୍ର ଅବିଶ୍ୱସନୀୟ ଇକୋନୋମି ରେଟ୍ରେ ୧୧ଟି ୱିକେଟ୍ ନେଇସାରିଛନ୍ତି। ମୋଟ ୪୨ଟି ମ୍ୟାଚ୍ରୁ ସେ ୭୦ଟି ୱିକେଟ୍ ନେଇଛନ୍ତି ଉସମାନ। ଚଳିତ ସପ୍ତାହରେ କଲୋମ୍ବୋରେ ଖେଳାଯାଇଥିବା ତାଙ୍କ ବିଶ୍ୱକପ୍ ଡେବ୍ୟୁ ମ୍ୟାଚ୍ରେ ଆମେରିକା ବିପକ୍ଷରେ ଉସମାନ ୨୭ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ।

ଅଷ୍ଟ୍ରେଲିଆ-ଇଲଂଣ୍ଡ ଉସମାନଙ୍କ ବୋଲିଂକୁ ନେଇ କରିଛନ୍ତି ଅଭିଯୋଗ

୨୮ ବର୍ଷୀୟ ଉସମାନଙ୍କ ଅଜବ ବୋଲିଂ ଆକ୍ସନକୁ ପାଇଁ ଗତ ଦୁଇ ବର୍ଷ ମଧ୍ୟରେ ଦୁଇଥର ଅବୈଧ ବୋଲିଂ ଅଭିଯୋଗ କରାଯାଇଥିଲା। ହେଲେଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଲାବୋରଟୋରିରେ କିନ୍ତୁ ତାଙ୍କୁ ବୋଲିଂକୁ ବୈଧ ବୋଲି କହି ଅନୁମତି ଦିଆଯାଇ ସାରିଛି।ଗତ ବର୍ଷ ୟୁନାଇଟେଡ୍ ଆରବ ଏମିରେଟ୍ସ ଟି-୨୦ ଲିଗ୍ରେ ଇଂଲଣ୍ଡର ଟମ୍ ବାଣ୍ଟନ୍ ତାରିକଙ୍କ ଆକ୍ସନ୍ ଉପରେ ପ୍ରଶ୍ନ ଉଠାଇଥିଲେ। ଲାହୋରରେ ବିଶ୍ୱକପ୍ ପୂର୍ବରୁ ଟି-୨୦ ସିରିଜ୍ରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ତାରିକଙ୍କ ରାଉଣ୍ଡ-ଆର୍ମର ନକଲ କରିଥିଲେ,ଯାହା ସନ୍ଦେହ ସୃଷ୍ଟି କରିଥିଲା।କିନ୍ତୁ ଭାରତୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ,ଯିଏକି ନିଜେ ଜଣେ ମହାନ ସ୍ପିନର,ଏବଂ ଅମ୍ପାୟାର ଅନିଲ ଚୌଧୁରୀ ତାରିକଙ୍କ ବୋଲିଂ ଆକ୍ସନକୁଆଇସିସି ନିୟମ ଭିତରେ ରହିଛି ବୋଲି ଘୋଷଣା କରିଛନ୍ତି।ଏନେଇ ଅଶ୍ୱିନୀ ଏକ୍ସରେ ପୋଷ୍ଟ କରି ଲେଖିଥିଲେମୁଁ ଭାବୁଛି ଏହା ସମ୍ପୂର୍ଣ୍ଣ ବୈଧ।

ତେବେ ବିବାଦୀୟ ବୋଲିଂ ଲାଇନ୍କୁ ନେଇ ତାରିକ୍ କହିଛନ୍ତିମୁଁ ବୋଲିଂ କରୁଥିବା ହାତରେ ଦୁଇଟି କର୍ଣ୍ଣର ଅଛି। ମୁଁ ଆଇସିସି ପରୀକ୍ଷାରୁ ଦୁଇଥର ଉତ୍ତୀଣ୍ଣ ବି ହୋଇସାରିଛି। ତେଣୁ ଏହା ସମ୍ପୂର୍ଣ୍ଣ ବୈଧ ବୋଲି ମୁଁ ଦୃଢ଼ ନିଶ୍ଚିତ ଅଛି। ଯଦିଓ ମୁଁ ଏବେ ବି ସଂଘର୍ଷ କରୁଛି ତେବେ ଏଭଳି ଭିତ୍ତହୀନ ପ୍ରଶ୍ନ ପାଇଁ ମୁଁ ଚିନ୍ତିତ ନୁହେଁ।

ଭାରତକୁ କାଳ ସ୍ପିନ ଆଟାକ

ନାମିବ୍ୟା ମ୍ୟାଚରେ ଭାରତ ୨୦୯ ରନ୍ କରିଥିଲା,କିନ୍ତୁ ମିଡିଲ ଓଭରରେ ସ୍ପିନ୍ ଆଗରେ ଦଳ ଫେଲ ମାରିଥିଲା। ନାମିବ୍ୟାର ସ୍ପିନରମାନେ ବର୍ଣ୍ଣାର୍ଡ ସ୍କୋଲଜ୍ ଏବଂ ଗେରହାର୍ଡ ଇରାସମସ୍ ଭଳି ସ୍ପିନରମାନେ ମିଡିଲ ଓଭରଗୁଡ଼ିକରେ ୱିକେଟ୍ ନେଇଥିଲେ ଏବଂ ଭାରତକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହା ପୁଣି ଥରେ ଭାରତୀୟ ବ୍ୟାଟରଙ୍କ ସ୍ପିନ୍ ବିରୁଦ୍ଧରେ ଦୁର୍ବଳତାକୁ ପ୍ରକାଶ କରିଥିଲା। ପାକିସ୍ତାନର ଏକ ଶକ୍ତିଶାଳୀ ସ୍ପିନ୍ ଆଟାକ ଅଛି,ଏବଂ କଲମ୍ବୋ ପିଚ୍ ସ୍ପିନ୍ ଅନୁକୂଳ ହୋଇପାରେ। ଯାହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ବିପଦ ସାବ୍ୟସ୍ତ ହୋଇପାରେ।