ବିନିକା ଏନ୍ଏସିର କାର୍ଯ୍ୟରତ ରାତ୍ରି ଜଗୁଆଳିଙ୍କ ଅଫିସ୍ ଭିତରେ ମୃତ୍ୟୁ

NEWS7
gandhis-india-is-changing-into-godses-india-mehbooba-muftis-attack-on-the-government-by-referring-to-the-ind-pak-cricket-match

ବିନିକା ୨୮।୧୨: ରବିବାର ସକାଳୁ ବିନିକା ଏନଏସି କାର୍ଯ୍ୟାଳୟ ଭିତରେ କାର୍ଯ୍ୟରତ ରାତ୍ର ଜଗୁଆଳି କର୍ମଚାରୀ ଜଗନ୍ନାଥ ବାଗଙ୍କ ଅଫିସ ଭିତରେ ମୃତ୍ୟୁ ହୋଇଯାଇଛି । ସେ ବିନିକା ଏନ୍ଏସିର ଝାଡୁଦାର ଭାବରେ କାମ କରିବା ସହ ରାତ୍ର ଜଗୁଆଳି ଭାବରେ ମଧ୍ୟ ଦାୟିତ୍ଵ ନିର୍ବାହ କରୁଥିଲେ ।

ଶନିବାର ରାତିରେ ସେ ଘରୁ ଏନ୍ଏସିକୁ ଜଗିବାକୁ ଆସିଥିବା ବେଳେ ରବିବାର ସକାଳୁ ସେ ଶୋଇଥିବା ସ୍ଥାନରୁ ଉଠିନଥିଲେ । ତାଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ନେବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଜଗନ୍ନାଥ ବାଗ କାର୍ଯ୍ୟରତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବାରୁ ସରକାରୀ ଅନୁକମ୍ପା ରାଶି ପାଇଁ ଦାବି କରାଯାଇଛି l