ଶିଳ୍ପ ପାଇଁ ଓଡ଼ିଶାରେ ହେବ ପୁଞ୍ଜି ନିବେଶ, ମାଧ୍ୟମ ପାଲଟିବ ରାଉରକେଲା-ରାଞ୍ଚି-ରାୟପୁର

NEWS7
gandhi-family-have-special-relation-with-wayanad-as-rajiv-gandhi-ashes-was-visarjit-in-papanasini-river

ରାଉରକେଲା ୨୮।୧: ଓଡ଼ିଶା ଦେଖିବ ଶିଳ୍ପର ନୂତନ ସୂର୍ଯ୍ୟୋଦୟ । ଶିଳ୍ପ ପାଇଁ ଓଡ଼ିଶାରେ ହେବ ପୁଞ୍ଜି ନିବେଶ, ଆଉ ଏହି ପୁଞ୍ଜିନିବେଶର ମାଧ୍ୟମ ପାଲଟିବ RRR ଅର୍ଥାତ୍ ରାଉରକେଲା, ରାଞ୍ଚି, ରାୟପୁର । ୨୦୨୪ରେ ଭୁବନେଶ୍ୱରରେ ୨୦୨୫ରେ ଝାରସୁଗୁଡ଼ାରେ ଆଉ ଏବେ ୨୦୨୬ରେ  ରାଉରକେଲାରେ CIIର ୨୫ତମ ସଂସ୍କରଣ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମ୍ବଲପୁର ଲପଙ୍ଗା ଗସ୍ତରେ ଯାଇ ହିଣ୍ଡାଲକୋର ୨୭ହଜାର କୋଟି ଦୁଇଟି ପ୍ରକଳ୍ପର ଉଦଘାଟନ କରିବା ସହ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ପହଞ୍ଚି CIIର ୨୫ତମ ସଂସ୍କରଣ ଏଣ୍ଟରପ୍ରାଇଜ୍ ଓଡ଼ିଶାକୁ ଉଦଘାଟନ କରିଥିଲେ । ଉଦଘାଟନ ମଞ୍ଚରେ ଗୋଟିପୁଅ, ଓଡ଼ିଶୀ ସହ ସମ୍ବଲପୁରୀ ପରିବେଷଣ ସହ ଆକାଶ ମାର୍ଗରେ ପ୍ରଦର୍ଶନ ହୋଇଥିଲା ଡ୍ରୋନ୍ ଶୋ’ । ଆଉ ବୁଧବାର ଗସ୍ତର ଦ୍ୱିତୀୟ ଦିନରେ ହୋଟେଲ ମେ’ ଫେୟାର ହକି ଭିଲେଜରେ  ରାଉରକେଲା, ରାଞ୍ଚି ସହ ରାୟପୁରର ୫୦୦ ଶିଳ୍ପଦ୍ୟୋଗୀ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୪ ହଜାର ୩୩୮ କୋଟିର ୧୦ଟି ପ୍ରକଳ୍ପର ଶିଳାନ୍ୟାସ, ୧୧ ହଜାର ୫୪୨ କୋଟିର ୧୩ଟି ପ୍ରକଳ୍ପ ଉଦ୍ଘାଟନ ସହ ୩୬ ହଜାର କୋଟିର ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ହୋଇଛି ଅର୍ଥ ବରାଦ । ଏହାସହ ୧୭ ଲକ୍ଷ କୋଟିର ଶିଳାନ୍ୟାସ ସହ ୧୩ ଲକ୍ଷ କୋଟିର ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ଏହାମଧ୍ୟ କହିଛନ୍ତି ଗତ ୨୦୨୫ ଜାନୁଆରୀ ୨୭, ୨୮ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଥିଲା ଉତ୍କର୍ଷ ଓଡ଼ିଶା । ଆଉ ଏବେ ଲକ୍ଷ୍ୟ ପୁରଣ ହେବାକୁ ଯାଇଛି । ଶିଳ୍ପପତିଙ୍କୁ ନେଇ ପୁଞ୍ଜି ନିବେଶ ପାଇଁ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁର, ହାଇଦ୍ରାବାଦ, କୋଲକତା ପରେ ଏବେ ରାଉରକେଲାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।