ଭାଇ ଭାଗ ଛିଣ୍ଡିଲାନି : ବଡ଼ ଭାଇ ସହ ମା’ଙ୍କୁ ମାରିଦେଲା ଅଭିଯୁକ୍ତ ସାନ ଭାଇ

NEWS7
gambling-and-sex-racket-busted-in-panjab-70-arrested

ନିଶ୍ଚିନ୍ତକୋଇଲି ୧୩।୩: ଜମି ବାଡ଼ି ବିବାଦରୁ ଗଣ୍ଡଗୋଳ । ବଡ଼ ଭାଇ ଏବଂ ମା’କୁ ଛାଡ଼ିଲାନି ସାନ ଭାଇ । କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଏ ଖବର ବି ପଢ଼ନ୍ତୁ:- Srimandir Puri: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ନୀଳଚକ୍ରରୁ ଛିଣ୍ଡିଗଲା ବାନା

ସାନ ଭାଇର ମରଣାନ୍ତକ ଆକ୍ରମଣରେ ବଡ଼ ଭାଇ ଓ ବୃଦ୍ଧା ମା’ ମୃତ । କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିରୁ ଏଭଳି କରୁଣ ପରିଣତି ସୃଷ୍ଟି ହୋଇଛି । ଜମିବାଡି ଝଗଡାରୁ ସାନ ଭାଇ, ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବଡ଼ ଭାଇଙ୍କ ପୁଅ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ମୃତକ ଦୁଇ ଜଣ ହେଲେ ସେକ୍ ସମସେର ଓ କୂଳସୁନ ବିବି । ଅଭିଯୁକ୍ତ ସାନ ଭାଇ ନାଁ ହେଉଛି ସେକ୍ ପପୁ । ସେକ୍ ପପୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଫାଉଡାରେ ତାଙ୍କ ବାପା ଓ ଜେଜେମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ମୃତକଙ୍କ ପୁଅ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ମାଡ଼ି ଆସୁଛି କି ବିପତ୍ତି ! ଏ କି ପ୍ରକାର ସଙ୍କେତ ଦେଉଛନ୍ତି ମହାପ୍ରଭୁ ?

ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ ହୋଇଥିବା ସାଲେପୁର ଥାନା ଆଇଆଇସି କହିଛନ୍ତି ।