କୋଲ୍ଡ ଷ୍ଟୋରେଜ୍ କନକ୍ଲେଭ୍ ଓ ବାୟର-ସେଲର ମିଟ୍ ୨୦୨୫ ଆୟୋଜିତ

NEWS7
gambia-foreigners-buying-african-children-to-assault

ଭୁବନେଶ୍ବର ୧୩।୧୨: ଭୁବନେଶ୍ୱରରେ କୋଲ୍ଡ ଷ୍ଟୋରେଜ୍ କନକ୍ଲେଭ୍ ଓ ବାୟର-ସେଲର ମିଟ୍ ୨୦୨୫ ସଫଳତାର ସହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଚାଷୀ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ । ଉଦଘାଟନୀ ଅଧିବେଶନରେ କୋଲ୍ଡ ଷ୍ଟୋରେଜ୍ ଲାଭାର୍ଥୀଙ୍କୁ ଅନୁମୋଦନ ପତ୍ର ବଣ୍ଟନ ମଧ୍ୟ କରାଯାଇଥିଲା ।

୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫୮ଟି ଉପଖଣ୍ଡରେ କୋଲ୍ଡ ଷ୍ଟୋରେଜ୍ ୟୁନିଟ୍ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଯାହାର ପ୍ରସ୍ତାବିତ ବ୍ୟୟ ୨୫୦ କୋଟି ଟଙ୍କାହେବ। ଓଡ଼ିଶା ଗତ ୧୬ରୁ୧୭ ବର୍ଷ ଧରି ଅଧିକ ଉତ୍ପାଦନକାରୀ ରାଜ୍ୟ ହୋଇ ୧୨ରୁ ଅଧିକ ରାଜ୍ୟକୁ ଯୋଗାଣ କରୁଛି । ଗତ କୃଷି ବର୍ଷରେ ପ୍ରାୟ ୧୫ ମିଲିୟନ ଟନ୍ ଖାଦ୍ୟ ଶସ୍ୟ ସହିତ ସମାନ ପରିମାଣର ଉଦ୍ୟାନ କୃଷି ଉତ୍ପାଦନ କରିଛି । 

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର କୃଷକଙ୍କୁ ସଶକ୍ତୀକରଣ କରିବା ପାଇଁ ରାଜ୍ୟ ସରକାର ନୂଆ ସ୍କିମ ଆରମ୍ଭ କରିଛନ୍ତି । ଗୋଟିଏ ସଡିଭିଜନରେ କୋଲ୍ଡ ଷ୍ଟୋରେଜ କରିବାକୁ ଲକ୍ଷ୍ୟ ରଖିଛନ୍ତି । କୋଟି ଟଙ୍କାର ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ୩ ପ୍ରତିଶତ ରେ ବ୍ୟାଙ୍କରୁ ଋଣ ପ୍ରଦାନ କରାଯାଉଛି । ବିଦ୍ୟୁତ ବିଲ୍ ୫୦% ଆମେ ସହାୟତା ଯୋଗାଇ ଦେବୁ । 

ଟି କୋଲ୍ଡ ଷ୍ଟୋରେଜର କାମ ଆରମ୍ଭ ହୋଇ ଗଲାଣି । ଯାହାକି ୧୩ରୁ୧୫ହଜାର ଟନ୍ର କାପାସିଟି ବଢିବ । ଯେଉଁ ୩୫ଟି ଷ୍ଟୋର ଏବେ ଚାଲୁଛି ତାହା ଏବେ ଲକ୍ଷେ ୭୦ହାଜର ମେଟ୍ରିକ ଟନ୍ର କାପାସିଟି ରହିଛି । ତେଣୁ କୋଲ୍ଡ ଷ୍ଟୋରେଜର ସଂଖ୍ୟା ବୃଦ୍ଧି ପାଇବ ଏବଂ ନୂଆ ଚାକିରିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ସଫଳ ଯୁବ ଉଦ୍ୟୋଗୀ ସାମିଲ ହେଉଛନ୍ତି । କୋଲ୍ଡ ଷ୍ଟୋରେଜ ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ ।