LIVE TV
LIVE TV

Vivo X300 ସିରିଜ୍ ଲଞ୍ଚ: କ୍ୟାମେରାରେ କମାଲ କଲା କମ୍ପାନୀ

NEWS7
gajapati-districts-to-remain-alert-for-possible-flood

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା Vivo X300 ସ୍ମାର୍ଟଫୋନ୍। ଅକ୍ଟୋବରରେ ଏହା ଚୀନରେ ଲଞ୍ଚ ହେବାର ଦୁଇ ମାସ ପରେ ମଙ୍ଗଳବାର କମ୍ପାନୀ ଭାରତରେ ଲଞ୍ଚ କରିଛି। ଚୀନ ଭଳି ଭାରତରେ ଲଞ୍ଚ ହୋଇଥିବା ଏହି ଫୋନ୍ ମଧ୍ୟ ମିଡିଆଟେକ ଡାଇମେନସିଟି ୯୫୦୦ ଚିପ୍ସେଟ୍ରେ ଚାଲିବ। Android 16ରେ ଅପରେଟ ହେଉଥିବା ଏହି ସ୍ମାର୍ଟଫୋନ୍ ଏକ କ୍ୟାମେରା ସେଣ୍ଟ୍ରି ଫୋନ୍ ହୋଇଥିବା ବେଳେ ଏଥିରେ ଲାଟେଷ୍ଟ OriginOS 6 skin ଦିଆଯାଇଛି। ତେବେ ଏଥିରେ ଆଉ କଣ ସବୁ ଫିଚର୍ସ ରହିଛି ଆସନ୍ତୁ ଜାଣିବା।

ଭିଭୋର ଫୋନ୍ ସାଧାରଣତଃ କ୍ୟାମେରା ସେଣ୍ଟ୍ରିକ୍ ହୋଇଥାଏ। ଏଥିପାଇଁ କ୍ୟାମେରା ଜାଏଣ୍ଟ ଜାଏସ୍ ସହିତ ଚୁକ୍ତି କରିଛି କମ୍ପାନୀ। ତେଣୁ Vivo X300 ସିରିଜ୍ରେ ଜାଏସ୍ ଟ୍ୟୁନ୍ଡ କ୍ୟାମେରା ଆସିବ। ଏହାର ପ୍ରୋ ମୋଡେଲ୍ରେ ୨୦୦ ମେଗାପିକ୍ସେଲ୍ରେ ବଡ଼ ସେନ୍ସର ଥିବା କ୍ୟାମେରା ଦିଆଯାଇଛି। Vivo X300 ସିରିଜ୍ ଫୋନ୍ ସହିତ ଟେଲିକନଭଟର କିଟ୍ ମଧ୍ୟ ମିଳିବ। ତେବେ ଏଥିପାଇଁ ଗ୍ରାହକଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ।

Vivo X300ଭାରତ ମୂଲ୍ୟ,କଲର ଅପସନ ଓ ଲଞ୍ଚ ଅଫର

ଭାରତରେ Vivo X300 ର ମୂଲ୍ୟ ୧୨ଜିବି + ୨୫୬ଜିବି ଭ୍ୟାରିଏଣ୍ଟର ମୂଲ୍ୟ ୭୫,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ୧୨ଜିବି + ୫୧୨GB ଏବଂ ୧୬ଜିବି + ୫୧୨ଜିବି ରାମ ଏବଂ ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ଯଥାକ୍ରମେ ୮୧,୯୯୯ ଟଙ୍କା ଏବଂ ୮୫,୯୯ ଟଙ୍କା ରଖାଯାଇଛି। ଏହି ଫୋନଗୁଡ଼ିକ ଏଲିଟ୍ ବ୍ଲାକ୍, ମିଷ୍ଟ ବ୍ଲୁ ଏବଂ ସମିଟ୍ ରେଡ୍ କଲର ଅପସନରେ ଉପଲବ୍ଧ ହେବ। ବର୍ତ୍ତମାନ Vivo X300 ସିରିଜର ପ୍ରି-ବୁକିଂ Vivo India ୱେବସାଇଟ୍‌ରେ ଖୋଲା ରହିଛି। ତେବେ ଡିସେମ୍ବର ୧୦ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ।

ସ୍ମାର୍ଟଫୋନ ସହ ମିଳୁଥିବା Vivo Zeiss 2.35x ଟେଲିଫୋଟୋ ଏକ୍ସଟେଣ୍ଡର କିଟ୍ର ମୂଲ୍ୟ ୧୮,୯୯୯ ଟଙ୍କା ରହିଛି। ଲଞ୍ଚ ସହିତ ଭିଭୋ ଏକାଧିକ ଅଫର ଦେଉଛି। ଯେଉଁଥିରେ ୪ ହଜାର ଟଙ୍କାର ଫ୍ଲାଟ୍ ରିହାତି ଏବଂ SBI କାର୍ଡ ଏବଂ HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ତୁରନ୍ତ ୧୦ ପ୍ରତିଶତ କ୍ୟାସବ୍ୟାକ୍ ରହିଛି। ଅନଲାଇନ୍ ଅଫର୍ରେ ୨୪ ମାସର ନୋ-କଷ୍ଟ EMI ବିକଳ୍ପ ଏବଂ Flipkart ଏବଂ Amazon ମାଧ୍ୟମରେ କିଣିଲେ ୪ ହଜାର ଟଙ୍କାର ଫ୍ଲାଟ୍ ରିହାତି ଦିଆଯାଉଛି।

Vivo X300 ଫିଚର୍ସ ଓ ସ୍ପେଶିଫିକେସନ

Vivo X300 ରେ ୬.୩୧ ଇଞ୍ଚ ୧.୫କେ (୧୨୧୬×୨୬୪୦ ପିକ୍ସେଲ୍) ଆମେଲୋଡ ଡିସପ୍ଲେ ରହିଛି, ଯାହା ୧୨୦ହର୍ଟ୍ସ ପର୍ଯ୍ୟନ୍ତ ରିଫ୍ରେସ୍ ରେଟ୍, ୩୦୦ହର୍ଟ୍ସ ପର୍ଯ୍ୟନ୍ତ ଟଚ୍ ସାମ୍ପଲିଂ ରେଟ୍ ଏବଂ ଏଚଡିଆର ସପୋର୍ଟ ରହିଛି। ଏହା ୩ଏନଏମ MediaTek Dimensity 9500 SoC ଦ୍ୱାରା ଚାଲିବ। ଫୋନ୍ରେ ପ୍ରୋ ଇମେଜିଂ VS1 ଚିପ୍ ଏବଂ V3+ ଇମେଜିଂ ଚିପ୍ ସହିତ ଯୋଡା ହୋଇଛି। ଏହି ହ୍ୟାଣ୍ଡସେଟ୍ ୧୬ ଜିବି ପର୍ଯ୍ୟନ୍ତ LPDDR5x Ultra RAM ଏବଂ ୫୧୨ଜିବି ପର୍ଯ୍ୟନ୍ତ UFS ୪.୧ ଅନବୋର୍ଡ ଷ୍ଟୋରେଜ୍ ସପୋର୍ଟ କରି। ଏହା Android 16-ଆଧାରିତ OriginOS 6 ଦିଆଯାଇଛି।

ଅପ୍ଟିକ୍ସ ପାଇଁ, Vivo X300 ରେ Zeiss-ଟ୍ୟୁନ୍ଡ ରିଅର୍ କ୍ୟାମେରା ୟୁନିଟ୍ ଦିଆଯାଇଛି। ଯେଉଁଥିରେ ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ (OIS) ସହିତ ୨୦୦-ମେଗାପିକ୍ସେଲ ୧/୧.୧୪-ଇଞ୍ଚ ଏଚପିବି ସେନ୍ସର୍ ଲେନ୍ସ ରହିଛି। ସେହିପରି (OIS), ୫୦-ମେଗାପିକ୍ସେଲ ୧/୨.୭୬-ଇଞ୍ଚ JN1 ୱାଇଡ୍-ଏଙ୍ଗଲ୍ ଲେନ୍ସ ଏବଂ OIS ସହିତ ୫୦-ମେଗାପିକ୍ସେଲ Sony IMX885 LYT-602 ଟେଲିଫୋଟୋ ସୁଟର୍ 3x ଅପ୍ଟିକାଲ୍ ଜୁମ୍ ସହ ରହିଛି। ସେଲପି ପାଇଁ ଏବଂ ଭିଡିଓ କଲ୍ ପାଇଁ ୫୦ ମେଗାପିକ୍ସେଲ ସେନ୍ସର୍ ମଧ୍ୟ ରହିଛି। ସମସ୍ତ କ୍ୟାମେରାରେ 4K ଭିଡିଓ ରେକର୍ଡିଂ ସପୋର୍ଟ କରେ।

ବ୍ୟାଟେରୀ ଓ ସିକ୍ୟୁରିଟି ଅପସନ

Vivo X300 ରେ ୯୦ୱାଟର ୱାୟର୍ଡ ଏବଂ ୪୦ ୱାଟର ୱାୟରଲେସ ଚାର୍ଜିଂ ସପୋର୍ଟ ସହ ୬,୦୪୦ଏମଏଚ୍ର ଲିଥିୟମ-ଆୟନ ବ୍ୟାଟେରୀ ଦିଆଯାଇଛି। ସିକ୍ୟୁରିଟି ପାଇଁ, ଇନ-ଡିସପ୍ଲେ 3D ଅଲ୍ଟ୍ରାସୋନିକ୍ ସିଙ୍ଗଲ୍-ପଏଣ୍ଟ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି। କନେକ୍ଟିଭିଟ ଅପସନରେ 5G, 4G, Wi-Fi, ବ୍ଲୁଟୁଥ୍ ୬, GPS, NFC, OTG ଏବଂ ଏକ USB ଟାଇପ୍-C ପୋର୍ଟ ରହିଛି। ଏଥିରେ ଡଷ୍ଟ ଏବଂ ୱାଟର ରେଜିଷ୍ଟାନ୍ସ ପାଇଁ IP68 ଏବଂ IP69 ରେଟିଂ ରହିଛି। ଏହା ବ୍ୟତୀତ, ହ୍ୟାଣ୍ଡସେଟ୍ ଆକାରରେ 150.57×71.92×7.95mm ଏବଂ ଓଜନ ୧୯୦ ଗ୍ରାମ ରହିଛି।