ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ

NEWS7
fugitive-bijaya-maliya-declared-bankrupt-by-london-highcourt

ଭୁବନେଶ୍ବର ୬।୨: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ବିଜେଡିର ପ୍ରଶ୍ନ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି । ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଓଡ଼ିଶାର ନ୍ୟାର୍ଯ୍ୟ ପାଇଁ ସରକାର ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି ସେଥିରେ ସଂସୟ ସୃଷ୍ଟି କରିଛି ।  ସରକାର କେବଳ ବ୍ଲେମ୍‌ ଗେମ୍‌ରେ । ନିଜେ ସରକାର ଦ୍ୱନ୍ଦ୍ବାତ୍ମକ ସ୍ଥିତିରେ ଅଛନ୍ତି । ରାଜ୍ୟର ହକ୍ ପାଇଁ ୨୦୧୬ ମସିହା ସେପ୍ଟେମ୍ବର ୩୦ ତାରିଖରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ଉମା ଭାରତୀ ସେତେବେଳେ ଜଳ ସଂପଦ ମନ୍ତ୍ରୀ ଥିଲେ । ସେତେବେଳେ ନବୀନ ବାବୁ କାମ ବନ୍ଦ କରିବାକୁ କହିଥିଲେ । ଛତିଶଗଡ଼ର ସେତେବେଳର ମୁଖ୍ୟମନ୍ତ୍ରୀ ରମଣ ସିଂ ମନା କଲେ । ଉମା ଭାରତୀଙ୍କୁ ହସ୍ତକ୍ଷେପ ପାଇଁ କହିଥିଲେ । ହେଲେ ସେ ନିଜର ଅକ୍ଷମତା ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ନୀରବଦ୍ରଷ୍ଟା ରହିଲା ପରେ କୌଣସି ଉପାୟ ନ ପାଇ ଟ୍ରିବ୍ୟୁନାଲକୁ ରାଜ୍ୟ ଯାଇଥିଲା । ଏବେ ଟ୍ରିପଲ ଇଞ୍ଜିନ ସରକାର ଆସିଲା ପରେ ଏହାର ସମାଧାନ ଆଶା କରାଯାଉଥିଲା । ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ ସରିବାକୁ ଯାଉଛି ।

ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସବୁ ଫୋରମ୍‌ରେ ଓଡ଼ିଶାକୁ ନ୍ୟାୟ ଦେବାକୁ ରାଜ୍ୟ ସରକାର ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଶୁଣିଲେ ନାହିଁ, କେନ୍ଦ୍ର ଜଳ ସଂପଦ ବିଭାଗ ଶୁଣିଲା ନାହିଁ, ଛତିଶଗଡ଼ ସରକାର ଶୁଣିଲେ ନାହିଁ । ଫଳରେ ଆମେ ସୁପ୍ରିମକୋର୍ଟ ଗଲୁ । ଏବେ ଟ୍ରିପଲ ଇଞ୍ଜିନ ସରକାର । ଆମେ ଭାବୁଥିଲୁ ଏବେ ଏହାର ସମାଧାନ ହୋଇଯିବ । ହେଲେ ସେ ଆଶା ଏବେ ନିରାଶା ହୋଇଗଲା । ଏବେ ଆପୋଷ ସମାଧାନ କଥା କହି ଅଧିକ ଗୋଳିଆ କରୁଛନ୍ତି ।

- ଦେଶରେ କୌଣସି ସ୍ଥାନରେ ଆପୋଷ ବୁଝାମଣାରେ ସମାଧାନ ହୋଇନାହିଁ । ଯଦି ଆପୋଷ ବୁଝାମଣା ହେବ ତାହାଲେ ଟ୍ରିବ୍ୟୁନାଲରୁ ଓହରିଯିବ କି ରାଜ୍ୟ ସରକାର ?

- ଗତ ୩୦ ତାରିଖରେ ରାଜ୍ୟ ସରକାର ଛତିଶଗଡ଼ ସହ ଆଲୋଚନା ପାଇଁ କାହିଁକି ଗଲାନାହିଁ ?

- ଛତିଶଗଡ଼ ସରକାର ଆଲୋଚନାକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି କି ?

- ମୁଖ୍ୟମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା ହେଲା ବୋଲି କହିଲ । ହେଲେ ଉଚ୍ଚ ସ୍ତରୀୟ ବୈଠକକୁ ଗଲ ନାହିଁ । ଟ୍ରିବ୍ୟୁନାଲର କାମ ଏପ୍ରିଲରେ ଶେଷ ହେବ । ଜାନୁଆରୀ ଶେଷ ସୁଦ୍ଧା ଏହାକୁ ବଢାଇବାକୁ ଚିଠି ଲେଖିବାକୁ କୁହାଯାଇଥିଲା । ହେଲେ କାହିଁକି ଲେଖିଲ ନାହିଁ । ଏବେ ୯ ମାସ ପାଇଁ ବଢ଼ାଇବାକୁ ଚିଠି ଲେଖିଲ । ତାହାଲେ ୯ ମାସରେ ଏହାର ସମାଧାନ ହେବ କି ?

- ତୁମର ଉଦ୍ଦେଶ୍ୟ କ’ଣ । ତୁମେ ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳି ପକାଉଛ । ଗୋଟିଏ ଦଳର ସରକାର ଥିବାରୁ ତୁମେ ମୁଣ୍ଡ ନୁଆଁଇଛ ।

- ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ ସହ ବାଲି ବନ୍ଧ ତିଆରି କରୁଛନ୍ତି । ତୁମେ ରାଜ୍ୟ ସରକାର ନୀରବ । ରାଜ୍ୟବାସୀଙ୍କ ଛାତିରେ ତୁମେ ଛୁରା ମାରୁଛ ।

- ରାଜ୍ୟର ପାଣିରେ ଛତିଶଗଡ଼ ସରକାର କମ୍ପାନୀକୁ ପାଣି ଦେଉଛି । ଏହା ବନ୍ଦ ନ ହେଲେ ରାଜ୍ୟ ତଳିତଳାନ୍ତ ହୋଇଯିବ । ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ । ସରକାର ଏହାର ସମାଧାନ ନ କଲେ ରାଜ୍ୟବାସୀ ତୁମକୁ ଜବାବ ଦେବେ ।

ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, ପ୍ରଥମ ବୈଠକରେ ଦୁଇ ରାଜ୍ୟ ଭିତରେ ଜଳ ବିବାଦର ସମାଧାନ ହୋଇ ନଥିବା ମୁଁ କହିଥିଲି । ଓଡ଼ିଶାର ସ୍ୱାର୍ଥ ପାଇଁ କ’ଣ ଦାବି ରହିବ ତାକୁ ଲୋକଙ୍କୁ ଜଣାଯାଉ । ମହାନଦୀ ବଞ୍ଚାଅ କମିଟିକୁ ସାମିଲ କରାଯାଉ । ମୋ କଥାକୁ କିଛି କାଂଶରେ ଗ୍ରହଣ କରାଗଲା । ଏହାସହ ୨୩ ତାରିଖରେ ସର୍ବଦଳୀୟ ବୈଠକ ନେଇ ଆଲୋଚନା ହୋଇଥିଲା।  ହେଲେ ହେଲା ନାହିଁ । ପରେ କମିଟି ଛତିଶଗଡ଼ ଯିବାକୁ ୩୦ ଓ ୩୧ ତାରିଖରେ ଯିବାର ଥିଲା । ହେଲେ ଗଲେ ନାହିଁ । ଏବେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେବା ଉଚିତ ।