ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ହେଲେ ଡେଲସୀ ରୋଡ୍ରିଗୁଏଜ୍ : ଦିନେ ମାଦୁରୋ ତାଙ୍କୁ ଡାକୁଥିଲେ ‘ବାଘୁଣୀ’

NEWS7
fruits-loaded-pick-up-van-accident-in-dharmagarh

ନୂଆଦିଲ୍ଲୀ, ୦୪/୦୧ : ଭେନେଜୁଏଲାରେ ଶେଷ ହୋଇଛି ମାଦୁରୋ ଯୁଗ । ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଉଠାଇ ଆଣିଛି ଆମେରିକା । ରାତିରେ ଏୟାର ଷ୍ଟ୍ରାଇକ୍ କରି ମାଦୁରୋଙ୍କୁ ନ୍ୟୁୟର୍କ ଅଣାଯାଇଛି । ଏବେ ସେଠାରେ ରାଜନୈତିକ ଅଚଳାବସ୍ଥା । ମାଦୁରୋଙ୍କ ଜାଗା କିଏ ନେବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଏହି ସମୟରେ ସେଠାରେ ଅନ୍ତରୀଣ ସରକାରର ନେତୃତ୍ୱ ଡେଲସି ରୋଡ୍ରିଗୁଏଜ୍ ନେବେ ବୋଲି ଜଣାପଡିଛି ।

ସୁପ୍ରିମ କୋର୍ଟ ଅଫ୍ ଭେନେଜୁଏଲାର ସାମ୍ବିଧାନିକ ଚ୍ୟାମ୍ବର ଶନିବାର ଉପ ରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାଦୁରୋଙ୍କ ଅନୁପସ୍ଥିତିରେ ସେ ପଦ ସମ୍ଭାଳିବେ । ଫଳରେ ପ୍ରଶାସନିକ ଅଚଳାବସ୍ଥାକୁ ଦୂର କରାଯାଇପାରିବ । ଏପରିକି ଦେଶର ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ । କୋର୍ଟ ଏହି ମାମଲାକୁ ପରବର୍ତ୍ତୀ ସମୟରେ ବିଚାର କରିବେ ।

ରୋଡ୍ରିଗୁଏଜଙ୍କୁ ବାଘୁଣୀ କୁହନ୍ତି ମାଦୁରୋ

ମାଦୁରୋ ରୋଡ୍ରିଗୁଏଜଙ୍କୁ ବାଘୁଣୀ ବୋଲି କହୁଥିଲେ । କାରଣ ସମାଜବାଦରେ ବିଶ୍ୱାସ କରୁଥିଲେ ରୋଡ୍ରିଗୁଏଜ । ଏହାସହ ସମାଜର ଦୁର୍ବଳ ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ସେ ଅଧିକ ଫୋକସ କରୁଥିଲେ ।

୫୬ ବର୍ଷୀୟ ରୋଡ୍ରିଗୁଏଜ କାରାକସରେ ଜନ୍ମ ହୋଇଛନ୍ତି । ୧୯୬୯ ମେ ୧୮ରେ ତାଙ୍କର ଜନ୍ମ । ସେ ବାମପନ୍ଥୀ ଗରିଲା ଯୋଦ୍ଧା ଜର୍ଜ ରୋଡ୍ରିଗୁଏଜଙ୍କ ଝିଅ ଅଟନ୍ତି । ଜର୍ଜ ଭେନେଜୁଏଲାରେ ଲିଗା ସୋସିଆଲିଷ୍ଟା ପାର୍ଟି ଗଠନ କରିଥିଲେ ।

ଅର୍ଥ ଏବଂ ତୈଳ ମନ୍ତ୍ରୀ ଥିବା ବେଳେ ଡେଲସି ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସେ ଅନେକ ପକକ୍ଷେପ ନେଇଥିଲେ । ଉପ ରାଷ୍ଟ୍ରପତି ପଦ ସହ ଏହି ଦୁଇ ବିଭାଗ ତାଙ୍କୁ ମିଳିଥିଲା । ବେସକାରୀ ଶିଳ୍ପରେ ମଧ୍ୟ ଦେଶରେ ଅନେକ ନୂଆ ପ୍ରକଳ୍ପ ଆରମ୍ଭ ହୋଇଥିଲା ।

୨୦୧୭ରେ ମାଦୁରୋ କ୍ଷମତାକୁ ଆସିବା ପରେ ଡେଲସୀ ସାମ୍ବିଧାନିକ ସଭାର ମୁଖ୍ୟ ଭାବେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୮ରେ ତାଙ୍କ ନାଁ ଉପ ରାଷ୍ଟ୍ରପତି ପଦ ପାଇଁ ପ୍ରଥମେ ଚର୍ଚ୍ଚାକୁ ଆସିଥିଲା । ଯେଉଁଥିରେ ମାଦୁରୋ ସମ୍ମତି ପ୍ରକାଶ କରି ତାଙ୍କୁ ବଡ ଦାୟିତ୍ୱ ଦେଇଥିଲେ । ୨୦୨୪ରେ ଆମେରିକା କଟକଣା ଲଗାଇବା ପରେ ଭେନେଜୁଏଲାର ତୈଳ ଆମଦାନୀ-ରପ୍ତାନୀ ପ୍ରକ୍ରିୟାକୁ ସେ ବୁଝୁଥିଲେ ।