ବନ୍ଧୁକ ନେଇ ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିଲେ ଯୁବକ : ଧରାପଡ଼ିଯିବାରୁ ପାଚେରୀ ଡେଇଁ ଦୌଡ଼ିଲେ, ବଣରେ ଧରିଲେ ଲୋକେ

NEWS7
free-fair-election-meeting-held-in-bhubaneswar-today-for-upcoming-election

ସୋର ୧୮।୧୨: ବାଲେଶ୍ଵର ଜିଲ୍ଲା ସୋର ମେଡ଼ିକାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଖାଇବା ପାଇଁ ଆସିଥିବା ଜଣେ ଯୁବକଙ୍କ ନିକଟରୁ ବନ୍ଧୁକ ଜବତ । ଘଟଣାସ୍ଥଳରୁ ଯୁବକ ଜଣକ ଚମ୍ପଟ ମାରି ବଣରେ ଲୁଚିଥିବା ବେଳେ ଯୁବକକୁ ଧରି ପୋଲିସ ଜିମା ଦେଇଛନ୍ତି ଲୋକେ ।

ସୂଚନାଯୋଗ୍ୟ ଯେ, ସୋର ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରକୁ ଉକ୍ତ ଯୁବକ ଜଣକ ଖାଇବା ପାଇଁ ଆସିଥିଲେ । ଆହାର କେନ୍ଦ୍ରର ଜଣେ ମହିଳା କର୍ମଚାରୀ ଉକ୍ତ ଯୁବକ ଜଣଙ୍କୁପଛ ପଟେ କଣ ରଖିଛ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଯୁବକ ଜଣଙ୍କ ଖେଳନା ବନ୍ଧୁକ ବୋଲି କହିଥିଲେ । ମହିଳା ଜଣଙ୍କ ବନ୍ଧୁକଟି ଦେବାକୁ କହିବା ସହ ତାଙ୍କ ଠାରୁ ଛଡାଇ ନେଇଥିଲେ । ଏ ସମ୍ପର୍କରେ ପୋଲିସକୁ ଖବର ଦେବାରୁ ଉକ୍ତ ଯୁବକ ଜଣଙ୍କ ବନ୍ଧୁକ ଛାଡି ୧୦ ଫୁଟ ଉଚ୍ଚ ପାଚେରୀ ଡେଇଁ ଦୌଡି ପଳାଇ ଯାଇଥିଲା । ଅଭିଯୋଗ ପାଇବା ପରେ ସୋର ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ଡାକ୍ତରଖାନା ପଛରେ ଥିବା ବଣରେ ଯୁବକ ଜଣଙ୍କ ଲୁଚିଥିଲା । କିଛି ସ୍ଥାନୀୟ ଯୁବକ ବଣରୁ ମଣିପୁର ଅଞ୍ଚଳର ବାପୁନ ନାମକ ଯୁବକକୁ ଧରି ପୋଲିସ ଜିମା ଦେଇଛନ୍ତି ।