ଚେନ୍ନାଇର ଛାତ୍ର ଖୋଜି କାଢିଲେ ଷ୍ଟାର ଲିଂକର ବିକଳ୍ପ, ବିଶ୍ୱସ୍ତରୀୟ ପୁରସ୍କାରରେ ସମ୍ମାନୀତ କଲା NASA

NEWS7
four-arrested-for-fraud-allegation-in-cuttack

ଚେନ୍ନାଇ ୨୧।୧୨: ଏଲନ ମସ୍କଙ୍କ କମ୍ପାନୀ ଷ୍ଟାର ଲିଂକ୍ ଭାରତରେ ନିଜର ସାଟେଲାଇଟ ଇଣ୍ଟରନେଟ୍ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି। ଏଥି ମଧ୍ୟରେ ଭାରତର ଲୋକଙ୍କ ଲାଗି ଏକ ଖୁସି ଖବର ଆସିଛି। ସାଟେଲାଇଟ ଇଣ୍ଟରନେଟ୍ କୁ ନେଇ ଭାରତୀୟ ଯୁବବର୍ଗ ଟେକ୍ନୋଲଜି ଓ ଇନୋଭେସନ ମାମଲାରେ ଭାରତ ପଛରେ ନାହିଁ ବୋଲି ପୁଣି ଥରେ ସାବ୍ୟସ୍ତ କରିଛନ୍ତି। ସାଟେଲାଇଟ ଇଣ୍ଟରନେଟ୍ କୁ ନେଇ ଚେନ୍ନାଇ ଟିମ୍ ଫଟୋନିକ୍ସ ଓଡିଶୀ ନାସାର ଇଣ୍ଟରନ୍ୟାସନାଲ ସ୍ପେସ୍ ଆପ୍ ଚ୍ୟାଲେଞ୍ଜ-୨୦୨୫ରେ ଉଲ୍ଲେଖନୀୟ ବିଜୟ ହାସଲ କରିଛି।

ଟିମ୍ ର ସାଟେଲାଇଟ୍ ଇଣ୍ଟରନେଟ୍ ସମ୍ପର୍କିତ ଏକ ସ୍ୱେଦେଶୀ ଓ ଇନୋଭେଟିଭ ଆଇଡିଆ ନାସାର ଜଜ୍ ମାନଙ୍କୁ ପ୍ରଭାବିତ କରିଛି। ଏହା ଦ୍ୱାରା ଦେଶର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା କୋଟି କୋଟି ଲୋକଙ୍କ ନିକଟକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପହଞ୍ଚା ଯାଇ ପାରିବ। ଭାରତୀୟ ଯୁବ ପୀଢିର ଏହି ବିଚାରକୁ ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ ନାସା ନା କେବଳ ଉଚ୍ଚ ପ୍ରଶଂସା କରିଛି ବରଂ ଟିମ୍ କୁ ମୋଷ୍ଟ ଇନସ୍ପିରେସନାଲ ପୁରସ୍କାରରେ ସମ୍ମାନୀତ ମଧ୍ୟ କରିଛି।

ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ଭାରତର ୭୦୦ ନିୟୁତରୁ ଅଧିକ ଲୋକଙ୍କୁ ସାଟେଲାଇଟ ଇଣ୍ଟରନେଟ୍ ସହ ସଂଯୁକ୍ତ କରିବା। ଏ ନେଇ ନାସା ଗ୍ଲୋବାଲ ହ୍ୟାକାଥନ ବିଜେତାଙ୍କ ନାମ ଘୋଷଣା କରିଛି। ନାସା ଅନୁସାରେ ମୋଷ୍ଟ ଇନସ୍ପିରେସନାଲ ଆୱାର୍ଡ ଜିତିଥିବା ଟିମ୍ ରେ ଏମ. କେ, ମନିଷ ଡି., ପ୍ରଶାନ୍ତ ଜୀ, ରାଜାଲିଙ୍ଗମ ଏନ., ଶକ୍ତି ଆର. ଓ ରାଶି ଏମ. ଆଦି ଅଛନ୍ତି। ନାସା ଅନୁସାରେ ଗ୍ଲୋବାଲ ହ୍ୟାକାଥନ ୨୦୨୫ରେ ୧୬୭ ଦେଶ ଓ କ୍ଷେତ୍ର ଓ ୫୫୧ ସ୍ଥାନୀୟ ଆୟୋଜନରେ ୧ଲକ୍ଷ ୧୪ ହଜାରରୁ ଅଧିକ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।

ଫଟୋନିକ୍ସ ଓଡିଶୀର ସାଟେଲାଇଟ ଇଣ୍ଟରନେଟ ମଡେଲରେ ଫେଜଡ୍-ଏରେ ଟେକ୍ନୋଲଜିର ଉପଯୋଗ କରାଯାଇଛି। ଶରଳ ଶବ୍ଦରେ କହିଲେ ଏଥିରେ ଅନେକ ଛୋଟ ଛୋଟ ଆଣ୍ଟିନା ମିଳିତ କାମ କରିଥାନ୍ତି। ଏହି ଆଣ୍ଟିନା ଗୁଡିକ ଇଲେକ୍ଟ୍ରୋନିକ ଉପାୟରେ ସିଗ୍ନାଲର ଡାଇରେକ୍ସନ ବଦଳାଇ ପାରନ୍ତି, ଯାହା ଦ୍ୱାରା ସାଟେଲାଇଟରୁ ମିଳୁଥିବା ଇଣ୍ଟରନେଟ୍ ସିଗ୍ନାଲ ବେଶ ଭଲ ଭାବେ ଧରାଯାଇ ପାରୁଥିବା ବେଳେ ଦୁର୍ଗମ ଅଞ୍ଚଳକୁ ସହଜରେ ପହଞ୍ଚା ଯାଇ ପାରିବ।

ଏହି ପ୍ରୋଜେକ୍ଟ ପଛର ଉଦ୍ଦେଶ୍ୟ ଦେଶର ସେହି ସବୁ ଅଞ୍ଚଳକୁ ଇଣ୍ଟରନେଟ୍ ପହଞ୍ଚାଇବା ଯେଉଁଠାକୁ କେବୁଲ ମାଧ୍ୟମରେ ଇଣ୍ଟରନେଟ୍ ଯୋଗାଇ ଦେବା ସମ୍ଭବ ନୁହେଁ ଅଥବା ବହୁତ ମହଙ୍ଗା। ଏହି ସେହି ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର ଯେଉଁମାନେ ଏ ପର୍ଯ୍ୟନ୍ତ ଡିଜିଟାଲ ସୁବିଧାରୁ ଦୂରରେ ଅଛନ୍ତି। ଏହା ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ରୋଜଗାରର ନୂଆ ଅବସର ସୃଷ୍ଟି ହେବ ବୋଲି ଆଶା କରାଯାଉଛି।