ଫେବ୍ରୁଆରୀ ୨୦ରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

NEWS7
four-accused-of-kbn-gang-will-go-on-two-day-remand

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏପ୍ରିଲ ୮ ଯାଏ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୨୦ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଫେବ୍ରୁଆରୀ ୨୩ ଓ ୨୪ରେ ବଜେଟ୍ ଉପରେ ଗୃହରେ ଆଲୋଚନା କରାଯିବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଗୃହକୁ ସମ୍ୱୋଧନ କରି ନିଜ ଅଭିଭାଷଣ ରଖିବେ । ଏହା ପରେ ରାଜ୍ୟପାଳଙ୍କ ସହ ଅଭିଭାଷଣ ଉପରେ ଧନ୍ୟବାଦ ଦିଆଯିବ ।