କିଏ ଭାରତକୁ ଜିତାଇବେ ଟି୨୦ ବିଶ୍ନକପ୍ ? ଗାଭାସ୍କର ବାଛିଲେ ମ୍ୟାଚ୍ ଓ୍ୱିନିଂ ବ୍ୟାଟସମ୍ୟାନ୍

NEWS7
formrer-congress-ministers-daughter-rescued-from-the-residence

ନୂଆଦିଲ୍ଲୀ,|୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଦମଦାର ଖେଳ ପ୍ରଦର୍ଶନ କରିଛି ଭାରତ । ପ୍ରଥମ ତିନୋଟି ମୁକାବିଲା ଜିତି ଦଳ ସିରିଜ୍ କବଜା କରିଛି । ତେବେ ସବୁଠୁ ବଡ କଥା ହେଲା କି ଫର୍ମକୁ ଫେରିଛନ୍ତି ସୂର୍ଯ୍ୟ କୁମାର ଯାଦବ । ଦୀର୍ଘ ଦିନ ପରେ ସେ ଧୂଆଁଧାର କମବ୍ୟାକ୍ କରିଛନ୍ତି ।

ଗୌହାଟୀରେ ଖେଳାଯାଇଥିବା ତୃତୀୟ ମୁକାବିଲାରେ ୧୫୪ ରନ୍ ର ବିଜୟ ଲକ୍ଷ୍ୟକୁ ଚେଜ୍ କରୁଥିଲା ଭାରତ । ଦଳ ମାତ୍ର ଦୁଇ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଛି । ତେବେ ଦଳ ବିଜୟର ହିରୋ ଥିଲେ ଅଭିଷେକ ଶର୍ମା ଏବଂ ସୂର୍ଯ୍ୟକୁମାର । ଅଭିଷେକ୨୦ ବଲରୁ ୬୮ରନ୍ କରିଥିବା ବେଳେ ସୂର୍ଯ୍ୟ ୨୬ବଲରୁ ୫୭ରନ୍ ର ପାଳି ଖେଳିଥିଲେ । ତେବେ ଦୁଇ ବ୍ୟାଟରଙ୍କ ଇନିଂସ ଦେଖି ପ୍ରଶଂସା କରିଛନ୍ତି ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର । ଏହାସହ କିଏ ବେଷ୍ଟ୍ ବୋଲି ମଧ୍ୟ କହିଛନ୍ତି ।

ଗାଭାସ୍କର କହିଛନ୍ତି ଯେ, ଅଭିଷେକ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ତୁଳନା କରିବା ସହଜ ନୁହେଁ । ସୂର୍ଯ୍ୟ କିଛି ଅସମ୍ଭବ ସଟ୍ ଖେଳିଥାନ୍ତି । ଆଉଟ୍ ସାଇଡ୍ ଅଫ୍ ଷ୍ଟମ୍ପରୁ ସ୍ୱିପ୍ କରିବା ସହଜ ନୁହେଁ । ଉଭୟଙ୍କ ଭିତରେ ୧୯-୨୦ର ଫରକ ରହିଛି । ତେଣୁ ସୂର୍ଯ୍ୟ ଅଭିଷେକଙ୍କଠୁ ଆଗରେ ରହିବେ ।

ସେ ଆହୁରି କହିଛନ୍ତି ଯେ, ଅଭିଷେକ ଖେଳନ୍ତୁ କିମ୍ବା ସୂର୍ଯ୍ୟ । ଭାରତ ମ୍ୟାଚ୍ ଜିତିବା ଦରକାର । ଭାରତର ସବୁ ବ୍ୟାଟରଦମଦାର ଫର୍ମରେ ରହିଛନ୍ତି । ଏହା ସମସ୍ତଙ୍କୁ ଆନନ୍ଦିତ କରିଛି ।

ସୂଚନାଯୋଗ୍ୟ, ତୃତୀୟ ମୁକାବିଲାରେ ସୂର୍ଯ୍ୟଙ୍କ ବ୍ୟାଟରୁ ତୃତୀୟ ଅର୍ଦ୍ଧଶତକ ବାହାରିଛି । ଏହାପୂର୍ବରୁ ସେ ରାୟପୁରରେ ହାଫ୍ ସେଞ୍ଚୁରୀ ଲଗାଇଥିଲେ। ତାଙ୍କ ବ୍ୟାଟରୁ ପ୍ରଥମେ ୮୨ରନ୍ ଏବଂ ରବିବାର ୫୭ରନ୍ ବାହାରିଥିଲା ।