LIVE TV

ପୀତବାସ ପଣ୍ଡା ହତ୍ୟାକାଣ୍ଡର ତଦନ୍ତ ପୋଲିସ ନିଷ୍ଠାପର ଭାବେ କରିଛି, ଆନ୍ଦୋଳନ କରିବା ଅପେକ୍ଷା ନ୍ୟାୟିକ ଦିଗକୁ ଯାଉ ବିଜେଡି

NEWS7
former-team-india-captain-msd-scheduled-to-leave-for-chennai-covid-test-negative

ଭୁବନେଶ୍ବର ୧୦: ବିଜେଡ଼ି ରାସ୍ତାରେ ଚ୍ୟାଲେଞ୍ଜ ନକରି କୋର୍ଟକୁ ଯାଉ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ପୀତବାସ ପଣ୍ଡା ହତ୍ୟାକାଣ୍ଡର ତଦନ୍ତ ପୋଲିସ ନିଷ୍ଠାପର ଭାବେ କରିଛି । ଯଦି ବିଜୁ ଜନତା ଦଳ ଭାବୁଛି ଯେ ତଦନ୍ତରେ ସାମଞ୍ଜସ୍ୟ ନାହିଁ ତାହାଲେ ସେମାନେ ଆଇନଗତ ଦିଗରେ ଯାଇପାରିବେ । ତାକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବା ଅପେକ୍ଷା ନ୍ୟାୟିକ ଦିଗକୁ ଯାନ୍ତୁ । ଏହା ନକରି ପୋଲିକୁ ଦୋଷ ଦେବା ଉଚିତ ନୁହେଁ । ଯେଉଁମାନେ ଅଭିଯୁକ୍ତ ସେମାନଙ୍କ ବିରୋଧରେ ପୋଲିସ କିଛି ପ୍ରମାଣ ପାଇଛି ଯେଉଁଥିପାଇଁ ସେମାନଙ୍କୁ ଗିରଫ କରାଯାଇଛି । ଏହା ନଥିଲେ ପୋଲିସ ଗିରଫ କରି ନଥାନ୍ତା ବୋଲି ପୃଥ୍ବୀରାଜ କହିଛନ୍ତି

ସୂଚନାଯୋଗ୍ୟ ଯେ, ଆଇନଜୀବୀ ସ୍ବର୍ଗତ ପୀତବାସ ପଣ୍ଡାଙ୍କ ପ୍ରକୃତ ହତ୍ୟାକାରୀକୁ ଧରାଯାଉ ବୋଲି କହିଥିଲେ ବିଜେଡି ବିଧାୟକ ଗଣେଶ୍ବର ବେହେରା ସେ କହିଥିଲେ, ହାଇକୋର୍ଟଙ୍କ ତତ୍ତ୍ଵାବଧାନରେ ଏ ଘଟଣାର ତଦନ୍ତ କରାଯାଉ । ତେବେ ଯାଇ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ । ରାଜନୀତିରେ ରାଜନୈତିକ ଶତ୍ରୁ ଥାନ୍ତି । ତା ଅର୍ଥ ନୁହେଁ ଯେ ବିକ୍ରମ ପଣ୍ଡା ହତ୍ୟାକାରୀ । କେବଳ ଆମ ଦଳରେ ନୁହେଁ ସବୁ ଦଳରେ ଥାନ୍ତି । ରାଜନୈତିକ ମତ ପାର୍ଥକ୍ୟ ପାଇଁ ଆଜି ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇ ପାରୁନାହିଁ । ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ନର୍ଭସ୍ ଥିଲେ କାରଣ ସେ ସରକାରୀ ଦଳ ପାଇଁ ମିଛ କହୁଥିଲେ ବୋଲି ଗଣେଶ୍ବର କହିଥିଲେ