ଫେବୃୟାରୀରେ ବିଜୟଙ୍କ କନିଆ ସାଜିବେ ରଶ୍ମିକା ! ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଶୁଣି ଫ୍ୟାନ୍ସ ଉତ୍ସାହିତ

NEWS7
former-pak-army-spokesman-asif-ghafur-injured-in-road-accident

ନୂଆଦିଲ୍ଲୀ ୦୪।୧୨; ବିବାହକୁ ନେଇ ଚର୍ଚ୍ଚାରେ ସାଉଥ୍ କୁଇନ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ଉଭୟ ପ୍ରାୟତଃ ଏକାଠି ନଜର ଆସୁଥିବା ବେଳେ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି କପଲ୍ ନିଜ ସମ୍ପର୍କକୁ ନେଇ କୌଣସି ଅଫିସିଆଲ କନଫର୍ମ କରିନାହାନ୍ତି । ଏହାରି ମଧ୍ୟରେ ଅକ୍ଟୋବର ୩ରେ ଘରେ ଏକ ବ୍ୟକ୍ତିଗତ ସେରମନିରେ ନିର୍ବନ୍ଧ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଖବର ଆସୁଛି କି ଏହି କପଲ ଆସନ୍ତା ବର୍ଷ ବିବାହ କରିବେ ।

ରିପୋର୍ଟ ଅନୁଯାୟୀ, ବିଜୟ ଏବଂ ରଶ୍ନିକା ଫେବୃଆରୀ ୨୦୨୬ରେ ସାତଫେରା ନେବେ। ଏତିକି ହିଁ ନୁହେଁ ଉଭୟଙ୍କ ବିବାହ ରାଜସ୍ଥାନରେ ହେବା ନେଇ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟ ଅନୁସାରେ, ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ସବୁ ଚର୍ଚ୍ଚା ମଧ୍ୟରେ ଏବେ ରଶ୍ମିକା ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଗୀତା ଗୋବିନ୍ଦମ୍ ଏବଂ ଡିଅର୍ କମ୍ରେଡ୍ ରେ ବିଜୟ ଏବଂ ରଶ୍ମିକାଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ଥିଲା । ଯାହା ଅଫ୍‌ସ୍କ୍ରିନ୍‌ରେ ବଦଳିଥିଲା । ଉଭୟ କେବେ ବି ଡେଟିଂ ଗୁଜବକୁ ସିଧାସଳଖ ସ୍ୱୀକାର କରିନାହାଁନ୍ତି । ତଥାପି, ରଶ୍ମିକାଙ୍କ ସିକ୍ରେଟଲି ହିଣ୍ଟ ଦେଇଥିଲେ । ଯାହା ପ୍ରଶଂସକମାନେ ଜାଣି ଯାଇଥିଲେ । ବିବାହ ବିଷୟରେ ଏକ ସାକ୍ଷାତକାର ସମୟରେ ମଧ୍ୟ ସମାନ ଢଙ୍ଗରେ ପ୍ରତିକ୍ରିୟା ଦେଇଥିଲେ। ଗୁଜବକୁ ନିଶ୍ଚିତ କିମ୍ବା ଅସ୍ୱୀକାର କରିନାହାଁନ୍ତି ।\

ଏକ ସାକ୍ଷାତକାର ସମୟରେ ରଶ୍ମିକାଙ୍କୁ ତାଙ୍କ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚା ବିଷୟରେ ପଚରାଯାଇଥିଲା । ସେ ପ୍ରଶ୍ନକୁ ଏଡାଇ ଯାଇ କହିଥିଲେ ଯେ ସେ ପ୍ରଶଂସକ କିମ୍ବା ଗଣମାଧ୍ୟମ ସହ କିଛି ସେୟାର କରିବା ପୂର୍ବରୁ ସମୟ ନେବାକୁ ପସନ୍ଦ କରନ୍ତି। "ମୁଁ ବିବାହକୁ ନିଶ୍ଚିତ କିମ୍ବା ଅସ୍ୱୀକାର କରିବାକୁ ଚାହେଁ ନାହିଁ । ଯେତେବେଳେ ଏହା ବିଷୟରେ କଥାବାର୍ତ୍ତା ହେବ, ମୁଁ ନିଶ୍ଚିତ କହିବି ।''