ସୁଧୀର ଦଳଭିଙ୍କ ଚିକିତ୍ସା ପାଇଁ ୧୧ ଲକ୍ଷ ଟଙ୍କା, ଶିରିଡି ସାଇବାବା ଟ୍ରଷ୍ଟଙ୍କ ଅନୁରୋଧକୁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ

NEWS7
former-minister-enos-ekka-has-been-jailed-for-seven-years-in-connection-with-a-money-laundering-case

ନୂଆଦିଲ୍ଲୀ:ବରିଷ୍ଠ ଅଭିନେତା ସୁଧୀର ଦଲଭିଙ୍କ ଚିକିତ୍ସା ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବମ୍ବେ ହାଇକୋର୍ଟ ଶିରିଡି ସାଇ ବାବା ସଂସ୍ଥାନ ଟ୍ରଷ୍ଟକୁ ଅନୁମତି ଦେଇଛନ୍ତି । ଟିଭି ସ୍କ୍ରିନରେ ଶିରିଡି ବାବାଙ୍କ ଭୂମିକାରେ ଅଭିନୟ କରି ପ୍ରସିଦ୍ଧି ପାଇଥିବା ସୁଧୀର ବର୍ତ୍ତମାନ ସେପ୍ସିସ୍ ରୋଗରେ ପୀଡିତ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୭୬ ବର୍ଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ଟ୍ରଷ୍ଟ ପକ୍ଷରୁ ଆବେଦନ ଦାଖଲ କରାଯାଇଥିଲା । ଏହି ଅନୁରୋଧର ସମୀକ୍ଷା କରିବା ପରେ ବମ୍ୱେ କୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ ଏହି ସହାୟତା ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି ।

ସୁଧୀର ଦଲଭିଙ୍କ ପରିବାର ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ଉଲ୍ଲେଖ କରି ଚିନ୍ତା ପ୍ରକାଶ କରିଥିଲେ । ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କଠାରୁ ମଧ୍ୟ ସମର୍ଥନର ସୁଅ ଛୁଟିଥିଲା । ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସାହାନୀ ମଧ୍ୟ ସହାୟତାର ହାତ ବଢାଇଥିଲେ । ଆର୍ଥିକ ସହାୟତା ପ୍ରଦାନ କରିଥିବା ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଏଥିପାଇଁ କିଛି ୟୁଜର ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥିଲେ ।

ଜଣେ ୟୁଜର ତାଙ୍କର ଦାନର ସାର୍ବଜନୀନ ପୋଷ୍ଟ ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ରିଦ୍ଧିମାନ ସ୍ପଷ୍ଟତାର ସହିତ ଉତ୍ତର ଦେଇ ଲେଖିଥିଲେ, "ଜୀବନରେ ସବୁକିଛି ଦୃଷ୍ଟିକୋଣର ବିଷୟରେ ନୁହେଁ - ଅଭାବଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଏବଂ ଆପଣ ଯେକୌଣସି କ୍ଷମତାରେ କରିପାରିବେ ତାହା ହେଉଛି ସବୁଠାରୁ ବଡ଼ ଆଶୀର୍ବାଦ ।"

ସୁଧୀର ଦଳଭିଙ୍କୁ ମନୋରଞ୍ଜନ ଜଗତରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ । ନିଜ ଚମତ୍କାର ଅଭିନୟ ପାଇଁ ସେ ଲୋକଙ୍କ ମଧ୍ୟରେ ଅଲିଭା ଛାପ ଛାଡ଼ିଛନ୍ତି । ୧୯୭୭ ମସିହାରେ ନିର୍ମିତ ଫିଲ୍ମ "ଶିରିଡି କେ ସାଇବାବା"ରେ ସାଇ ବାବାଙ୍କ ଭୂମିକା ତାଙ୍କୁ ବହୁ ଲୋକପ୍ରିୟତା ଆଣିଥିଲା । ପରେ ସେ ଟେଲିଭିଜନରେ ଚର୍ଚ୍ଚିତ ଚେହେରା ହୋଇଥିଲେ । ୧୯୮୭ ମସିହାରେ ରାମାୟଣ ଧାରାବାହିକରେ ଋଷି ବଶିଷ୍ଠ ଭୂମିକାରେ ଅଭିନୟ କରି ପୁଣିଥରେ ହୃଦୟ ଜିତିଥିଲେ । ଶେଷ ଥର ପାଇଁ ବଡ଼ ପରଦାରେ ୨୦୦୩ ମସିହାରେ ଆସିଥିବା ଫିଲ୍ମ 'ଏକ୍ସକ୍ୟୁସ୍ ମି'ରେ ନଜର ଆସିଥିଲେ ।