Betting App Case: ଯୁବରାଜ ସିଂହ, ସୋନୁ ସୁଦ ଓ ଉର୍ବସୀ ରାଉତେଲାଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ

NEWS7
former-ifs-abhay-pathak-appears-in-ed-office

ନୂଆଦିଲ୍ଲୀ: ବେଆଇନ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । 1xBet ମାମଲା ସହ ଜଡ଼ିତ ୭.୯୩ କୋଟି ମୂଲ୍ୟର ସଂପତ୍ତି ଆଟାଚ୍ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ପରେ କ୍ରୀଡ଼ା, ସିନେମା ଏବଂ ରାଜନୀତି ଜଗତର ଅନେକ ଜଣାଶୁଣା ନାମ ଯାଞ୍ଚ ପରିସରକୁ ଆସିଛି ।

ସୂତ୍ର ଅନୁଯାୟୀ, ଏବେ ସୁଦ୍ଧା ଯେଉଁ ବ୍ୟକ୍ତିଙ୍କ ସମ୍ପତ୍ତି ଆଟାଚ୍ କରାଯାଇଛି ସେମାନଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଏବଂ ରବିନ୍ ଉଥପ୍ପା, ଅଭିନେତ୍ରୀ ଉର୍ବଶୀ ରାଉତେଲା, ସୋନୁ ସୁଦ ଏବଂ ନେହା ଶର୍ମା, ତୃଣମୂଳ କଂଗ୍ରେସ ସାଂସଦ ଏବଂ ଅଭିନେତା ମିମି ଚକ୍ରବର୍ତ୍ତୀ ଏବଂ କ୍ରିକେଟର ଅଙ୍କୁଶ ହାଜରା ସାମିଲ।

କେଉଁ ବ୍ୟକ୍ତିଙ୍କ କେତେ ସଂପତ୍ତି ହୋଇଛି ଆଟାଚ୍:

ଯୁବରାଜ ସିଂହ - ୨.୫ କୋଟି ଟଙ୍କା

ରବିନ୍ ଉଥାପ୍ପା - ୮.୨୬ ଲକ୍ଷ ଟଙ୍କା

ଉର୍ବଶୀ ରାଉତେଲା - ୨.୦୨ କୋଟି (ତାଙ୍କ ମାଆଙ୍କ ନାମରେ ପଞ୍ଜୀକୃତ)

ସୋନୁ ସୁଦ - ୧ କୋଟି ଟଙ୍କା

ମିମି ଚକ୍ରବର୍ତ୍ତୀ - ୫୯ ଲକ୍ଷ ଟଙ୍କା

ଅଙ୍କୁଷ ହଜାରା - ୪୭.୨୦ ଲକ୍ଷ ଟଙ୍କା

ନେହା ଶର୍ମା - ୧.୨୬ କୋଟି ଟଙ୍କା

ତଦନ୍ତ ଏଜେନ୍ସି 1xBet ମାମଲାରେ ହାଇ-ପ୍ରୋଫାଇଲ୍ ନାମ ବିରୋଧରେ ପଦକ୍ଷେପ ନେଉଛି। ପୂର୍ବରୁ, ED କ୍ରିକେଟର ଶିଖର ଧାୱନଙ୍କ ସହିତ ଜଡିତ ୪.୫୫ କୋଟି ଏବଂ ପୂର୍ବତନ ଭାରତୀୟ ବ୍ୟାଟର ସୁରେଶ ରାଇନାଙ୍କ ସହିତ ଜଡିତ ୬.୬୪ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଥିଲା ।

ଇଡି 1xBet ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୯.୦୭ କୋଟି ଟଙ୍କାର ସଂପତ୍ତି ଆଟାଚ୍ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି ଯେ, ତଦନ୍ତ ଏବେ ବି ଚାଲିଛି ଏବଂ ତଦନ୍ତ ଆଗକୁ ବଢ଼ିବା ସହିତ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।