ବାରବାଟୀରେ ନେଟ୍‌ ପ୍ରାକ୍ଟିସ ଦେଖିବା ପାଇଁ ଖୋଲା ରହିବ ଦୁଇଟି ଗ୍ୟାଲେରୀ, ଟ୍ରାଫିକ୍ କଟକଣା ଜାରି

NEWS7
former-cm-kamal-nath-said-shivraj-singh-chouhan-government-is-just-an-interval-picture-abhi-baki-hai

କଟକ ୦୮/୧୨: ରାତିପାହିଲେ ବାରବାଟୀ ଷ୍ଟାଡିୟମ । ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଦର୍ଶକଙ୍କ ମଧ୍ୟରେ ପ୍ରବକ ଉତ୍କଣ୍ଠା । ଆଜି ବାରବାଟୀରେ ଅଭ୍ୟାସ କରିବେ ଉଭୟ ଟିମ୍‌ର ଖେଳାଳି । ଏହି ମ୍ୟାଚରେ ବାରବାଟୀ ଷ୍ଟାଡିୟମ୍‌ରେ ପ୍ରଥମ ଥର ଓପନ୍ କନସର୍ଟ ଅନୁରୂପ ଅନୁଭୂତି ନେବେ ଦର୍ଶକ । ଭାରତରେ ଇଡେନ୍ ଗାର୍ଡେନ୍ ପରେ ଦ୍ଵିତୀୟ ଷ୍ଟାଡିୟମ୍ ଭାବେ ବାରବାଟୀରେ ଡିଏମ୍ଏକ୍ସ ଲାଇଟିଂ ସିଷ୍ଟମ ଆରମ୍ଭ ହେବ । ଏହି ସିଷ୍ଟମ ମାଧ୍ୟମରେ ସମସ୍ତ ୮ ଫ୍ଲଡ୍‌ଲାଇଟ୍ ଗୁଡ଼ିକ ଗୋଟିଏ ସଫ୍ଟୱେର ସହିତ ଯୋଡ଼ିହେବେ ।

କଣ୍ଟ୍ରୋଲ୍ ରୁମରୁ ଲାଇଗୁଡ଼ିକୁ ବନ୍ଦ ଓ ଆରମ୍ଭ କରାଯିବା ଭଳି ବ୍ୟବସ୍ଥା ରହିବ । ଖେଳ ଆରମ୍ଭ ପୂର୍ବରୁ ଓ ଇନିଂସ ମଝିରେ ମ୍ୟୁଜିକ୍ର ତାଳେତାଳେ ଲାଇଟ୍ଗୁଡ଼ିକ ଧପଧପ୍ ହେବ । ଏଥିସହ ଦର୍ଶକମାନଙ୍କୁ ଲାଇଟ୍‌ରେ ବିଭିନ୍ନ ଲେଖା ପ୍ରଦର୍ଶନ କରାଯାଇ ମନୋରଂଜନ ଯୋଗାଇବା ଭଳି ଯୋଜନା କରାଯାଇଛ ।ଏହି ଲାଇଟକୁ ପରୀକ୍ଷାମୂଳକ ଭାବେ ଡେମୋ ପ୍ରଦର୍ଶନ କରାଯାଇଥିଲା । ତେବେ ମ୍ୟାଚ୍ ପାଇଁ ଜାରି ହୋଇଛି ଟ୍ରାଫିକ୍ କଟକଣା । କାଲି ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଆଜିଠୁ ଯାତାୟତ ନେଇ କଟକଣା ଲାଗୁ ହୋଇଛି ।

ଜନସାଧରଣଙ୍କ ଏବଂ ଦର୍ଶକଙ୍କ ପାଇଁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି କମିଶନରେଟ ପୁଲିସ । ଆଜି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ ଅଭ୍ୟାସ କରିବାକୁ ବାଟବାଟି ଯିବ । ସେଥିପାଇଁ ଆଜି ମଧ୍ୟାହ୍ନ ୧୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏବଂ ଆସନ୍ତାକାଲି ସକାଳ ୮ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି। ମାତାମଠ ପଟୁ ମହାନଦୀ ରିଂ ରୋଡ଼ ରେ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାତିଗୁଡିକୁ ପାର୍ଟି କରି ପାରିବେ । ତେବେ କଣ ରହିଛି ପାର୍କିଂ ବ୍ୟବସ୍ଥା ଓ ଟ୍ରାଫିକ କଟକଣା ଆସନ୍ତୁ ଦେଖିବା ।