LIVE TV

ସୀମା ଟିପିଲେ ଫରେଷ୍ଟ ଗାର୍ଡ: କ୍ୟାମେରା ମ୍ୟାନଙ୍କ ସହ କାର୍ଯ୍ୟରତ ସାମ୍ବାଦିକଙ୍କୁ କଲେ ଆକ୍ରମଣ

NEWS7

ପୁରୀ୩/୫: ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ମାଡ। ରବିବାର ସକାଳେ କିଛି ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଫୋନି ବାତ୍ୟାର ଏକ ବର୍ଷ ପୁରିବା ଅବସରରେ ଖବର ସଂଗ୍ରହ ପାଇଁ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ଅଂଚଳକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ।। ବାଲୁଖଣ୍ଡ ଅଞ୍ଚଳରେ ଥିବା ଫରେଷ୍ଟ ଗାର୍ଡ ଏବଂ ତାଙ୍କର କିଛି ସହଯୋଗୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚିତ୍ର ଉତ୍ତୋଳନ ପାଇଁ ବାରଣ କରିଥିଲେ। ତେବେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଫରେଷ୍ଟ ଗାର୍ଡ ଜଣଙ୍କ ଆକ୍ରମଣ କରିଥିଲେ। ଯାହାର ତାଜା ଭିଜୁଆଲ ଆପଣମାନଙ୍କ ସାମ୍ନାରେ।

wp:html /wp:html

  ଏହାପରେ ଫରେଷ୍ଟ ଗାର୍ଡ ଜଣଙ୍କ ଚିତ୍ର ଉତ୍ତୋଳନ ସାମ୍ବାଦିକଙ୍କ ଉପରକୁ ଝାମ୍ପ ମାରିବା ସହ କ୍ୟାମେରାକୁ ଭାଙ୍ଗିବା ପାଇଁ ଉଦ୍ୟମ କରିବା ସହ ଧକ୍କା ମଧ୍ୟ ମାରିଥିଲେ। ତେବେ ଏହାକୁ ବିରୋଧ କରି ପୁରୀର ସମସ୍ତ ଗଣମାଧ୍ୟମ ପକ୍ଷରୁ ଏକ ମାମଲା ପୁରୀ ମେରାଇନ୍ ଥାନାରେ ଦାଖଲ କରାଯାଇଛି।