SCB ପିଛା ଛାଡ଼ୁନି ନିଆଁ ! ଟ୍ରମା କେୟାର ଆଇସିୟୁ ପରେ ନ୍ୟୁ ମେଡିସିନ ୱାର୍ଡରେ ଅଗ୍ନିକାଣ୍ଡ

NEWS7
forest-dept-of-dhenkanal-arrest-2-hunter

କଟକ ୧୬।୩: କଟକ ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଲୋକଙ୍କ ମନରୁ ନଲିଭୁଣୁ ପୁଣି ଥରେ ଲାଗିଲା ନିଆଁ । ଏସ୍‌ସିବି ନ୍ୟୁ ମେଡିସିନ ୱାର୍ଡରେ ନିଆଁ ଲାଗିଥିବା ସୂଚନା ମିଳିଛି । ଠିକ୍ ସମୟରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ତେବେ ସଟ୍ ସର୍କିଟ୍‌ ଯୋଗୁ ନ୍ୟୁ ମେଡିସିନ ୱାର୍ଡରେ ନିଆଁ ଲାଗିଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡ ଫଳରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କେହି ମୃତାହତ ହୋଇନାହାନ୍ତି ।

ଏ ଖବର ବି ପଢ଼ନ୍ତୁ:- SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଚାଲିଗଲା ୧୦ ଜୀବନ, ଅନେକ ଗୁରୁତର !

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ରବିବାର ବିଳମ୍ବିତ ରାତିରେ କଟକ ଏସ୍‌ସିବି ମେଡିକାଲ ଟ୍ରମା କେୟାର ଆରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ହୋଇଛନ୍ତି । ତେବେ ଏତେ ବଡ଼ ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ କିଛି ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ମୃତାହତଙ୍କ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏପରିକି ମୃତାହତଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଜଣାଇଥିଲେ । ତେବେ ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ଦେବାଲାଗି ନିର୍ଦ୍ଦେଶ ଦେବା ସହ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆଦେଶ ଦେଇଥିଲେ । ଏହାସହିତ ମୃତକଙ୍କ ପରିବାରକୁ CMRFରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ​​​​​​​SCB ଅଗ୍ନିକାଣ୍ଡରେ ମୃତ ୧୦ ଜଣଙ୍କ ପରିଚୟ ମିଳିଲା, ସେମାନେ ହେଲେ…

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତ ମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।