LIVE TV

ଦୀପାବଳିରେ ୬ ଲକ୍ଷ କୋଟି ଟଙ୍କାର ରେକର୍ଡ ବିକ୍ରି, ୧୦୦ରୁ ୮୭ ଜଣ କିଣିଛନ୍ତି ସ୍ୱଦେଶୀ ସାମଗ୍ରୀ

NEWS7
forest-depatment-seized-wood-in-choudwar-at-cuttack

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ବିକ୍ରି ପୂର୍ବରୁ ରେକର୍ଡକୁ ଭାଙ୍ଗି ଦେଇଛି । ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ଏକ ରିପୋର୍ଟ ଜାରି କରି ଏହି ସୂଚନା ଦେଇଛି । ଏହି ଦୀପାବଳି ଲୋକମାନେ ସ୍ୱଦେଶୀ ସାମଗ୍ରୀକୁ ଅଧିକ ମାତ୍ରାରେ କିଣିଛନ୍ତି । ଦୀପାବଳିରେ ପ୍ରାୟ ୫.୪୦ ଲକ୍ଷ କୋଟି ଟଙ୍କାର ଜିନିଷ ବିକ୍ରି ହୋଇଛି, ଅନ୍ୟପଟେ ସେବା କ୍ଷେତ୍ରରେ ୬୫ ହଜାର କୋଟି ଟଙ୍କାର କାରବାର ହୋଇଛି । ଏହି ବମ୍ପର ସେଲ୍ ଭାରତର ଆର୍ଥିକ ମଜଭୁତି ଓ ସ୍ୱଦେଶୀ ଭାବନାକୁ ଦର୍ଶାଉଛି ।

ଅଖିଳ ଭାରତୀୟ ବ୍ୟବସାୟୀ ସଂଘର ଦୀପାବଳି ପାର୍ବଣ ବିକ୍ରି ୨୦୨୫ ଉପରେ ରିସର୍ଚ୍ଚ ରିପୋର୍ଟ ରାଜ୍ୟର ରାଜଧାନୀ ଓ ଟିୟର ୨ ଓ ୩ ସହର ସମେତ ୬୦ ପ୍ରମୁଖ ବିତରଣ କେନ୍ଦ୍ର ଉପରେ କରାଯାଇଥିବା ଏକ ରାଷ୍ଟ୍ରବ୍ୟାପୀ ସର୍ଭେ ଉପରେ ଆଧାରିତ ଅଟେ । ରିପୋର୍ଟ ଅନୁଯାୟୀ, ଏହି ଦୀପାବଳିରେ ମୋଟ ବିକ୍ରୟ ରେକର୍ଡ ୬.୦୫ ଲକ୍ଷ କୋଟିରେ ପହଞ୍ଚିଛି, ଯେଉଁଥିରେ ୫.୪୦ ଲକ୍ଷ କୋଟିର ସାମଗ୍ରୀ ଏବଂ ୬୫,୦୦୦ କୋଟିର ସେବା ଅନ୍ତର୍ଭୁକ୍ତ । ଏହା ଭାରତର ବ୍ୟବସାୟ ଇତିହାସରେ ସର୍ବୋଚ୍ଚ ପାର୍ବଣ କାରବାର ।

ଦିଲ୍ଲୀର ଚାନ୍ଦନୀ ଚୌକର ସାଂସଦ ଏବଂ CAITର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ GSTକୁ ଯୁକ୍ତିଯୁକ୍ତ କରିବା ଏବଂ ସ୍ୱଦେଶୀ ପାଇଁ "ମଜଭୁତ ବ୍ରାଣ୍ଡ ଆମ୍ବାସାଡର" ଭାବରେ ଉଭା ହୋଇଛନ୍ତି । ଏହା ବ୍ୟବସାୟ ସମୁଦାୟ ଏବଂ ଗ୍ରାହକ ଉଭୟଙ୍କୁ ପ୍ରେରଣା ଦେଇଛି ।

ଖଣ୍ଡେଲୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ 'ଭୋକାଲ୍ ଫର୍ ଲୋକାଲ' ଏବଂ 'ସ୍ୱଦେଶୀ ଦୀପାବଳି' ସ୍ଲୋଗାନ ଲୋକମାନଙ୍କୁ ଅନେକ ପ୍ରଭାବିତ କରିଛି । ୮୭% ଗ୍ରାହକ ବିଦେଶୀ ସାମଗ୍ରୀ ଅପେକ୍ଷା ଭାରତୀୟ ନିର୍ମିତ ସାମଗ୍ରୀକୁ ପସନ୍ଦ କରିଛନ୍ତି, ଅର୍ଥାତ୍ ୧୦୦ ଜଣଙ୍କ ମଧ୍ୟରୁ ୮୭ ଜଣ ଭାରତୀୟ ସାମଗ୍ରୀ କିଣିଛନ୍ତି ଫଳରେ ଚୀନ୍‌ର ସାମଗ୍ରୀର ଚାହିଦାରେ ବହୁ ମାତ୍ରାରେ ହ୍ରାସ ପାଇଛି । ବ୍ୟବସାୟୀମାନେ ଗତ ବର୍ଷ ତୁଳନାରେ ଭାରତୀୟ ନିର୍ମିତ ସାମଗ୍ରୀର ବିକ୍ରିରେ ୨୫% ବୃଦ୍ଧି ପାଉଥିବା ରେକର୍ଡ କରିଛନ୍ତି । ଖଣ୍ଡେଲୱାଲ କହିଛନ୍ତି ଯେ ଦୀପାବଳି ୨୦୨୫ରେ କାରବାର ଗତ ବର୍ଷର ୪.୨୫ ଲକ୍ଷ କୋଟି ବିକ୍ରି ତୁଳନାରେ ୨୫% ବୃଦ୍ଧି ଦର୍ଶାଉଛି । ନନ୍-କର୍ପୋରେଟ୍ ଏବଂ ପାରମ୍ପରିକ ବଜାର ମୋଟ ବାଣିଜ୍ୟର ୮୫% ଅବଦାନ ରଖିଛି ।

CAITର ଜାତୀୟ ସଭାପତି ବି.ସି.ଭରତିଆ ସାମଗ୍ରୀ ବିକ୍ରିକୁ ପ୍ରତିଶତରେ ଭାଗ କରିଛନ୍ତି । ତାଙ୍କ ଅନୁସାରେ, ମୋଟ କାରବାରରେ କିରାଣୀ ଏବଂ FMCG ହେଉଛି ୧୨%, ସୁନା ଏବଂ ଅଳଙ୍କାର ୧୦%, ଇଲେକ୍ଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ସାମଗ୍ରୀ %, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ %, ପୋଷାକ ୭%, ଉପହାର ସାମଗ୍ରୀ%, ଫର୍ଣ୍ଣିଚର % , ମିଠା ଏବଂ ଖାଦ୍ୟ %, କପଡ଼ା ଏବଂ ଫାବ୍ରିକ୍ %, ପୂଜା ସାମଗ୍ରୀ %, ଫଳ %, ବେକେରୀ ଏବଂ ମିଠା %, ଜୋତା %, ଅନ୍ୟାନ୍ୟ ସାମଗ୍ରୀ ୧୯%