LIVE TV

ପୋଲିସ ଭବନରେ ଦିନିକିଆ କର୍ମଶାଳା: ସମୁଦ୍ର ପଥ ଦେଇ ମାଡ଼ି ଆସୁଛନ୍ତି ଅନୁପ୍ରବେଶକାରୀ, କଡ଼ାକଡ଼ି ସୁରକ୍ଷା ନେଇ ତାଲିମ

NEWS7
footballer-neymar-donate-7-5-crore-rupees-for-fight-against-corona

ଭୁବନେଶ୍ୱର ୦୬।୧୧ : ସମୁଦ୍ର ପଥ ଦେଇ ବାଂଲାଦେଶୀ ମାଡ଼ି ଆସୁଛନ୍ତି । କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଅନ୍ୟ ଉପକୂଳ ଜିଲ୍ଲା ଦେଇ ରାଜ୍ୟରେ ପଶୁଛନ୍ତି। ଓଡ଼ିଶାରେ ଲୁଚି ରହି ନାନା ଅପରାଧରେ ଲିପ୍ତ ରହୁଛନ୍ତି । ଆଇନ ଶୃଙ୍ଖଳା ବିଗାଡୁଛନ୍ତି ।  ଏହି ଅନୁପ୍ରବେଶକାରୀଙ୍କୁ ରୋକିବାକୁ ସମୁଦ୍ର ତଟ ବାହିନୀ ଅକ୍ଷମ । ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଜଳ ପଥରେ ପାଟ୍ରୋଲିଂ ଅଭାବରୁ ଅନୁପ୍ରବେଶକାରୀଙ୍କ ସାହସ ବଢ଼ିଚାଲିଛି । ତେଣୁ ଉପକୂଳ ସୁରକ୍ଷା ନେଇ ପୋଲିସ ଭବନରେ ଆୟୋଜିତ କର୍ମଶାଳାରେ ମେରାଇନ ପୋଲିସ ଅଧିକାରୀମାନଙ୍କୁ ତାଲିମ ଦିଆଯାଉଛି। ସମୟ ସହ ତାଳ ଦେଇ ଫରେନସିକ୍ ତଦନ୍ତ ଓ ସାଇବର ଅପରାଧ ଜ୍ଞାନ ବଣ୍ଟା ଯାଉଛି ।

ପୋଲିସ ଡିଜି ୱାଇ ବି ଖୁରାନିଆ କହିଛନ୍ତି, ଓଡ଼ିଶାର ୫୭୪ କି.ମି. ଲମ୍ବା ସମୁଦ୍ରତଟ ଥିବାରୁ ସମୁଦ୍ର ଓ ଉପକୂଳ ସୁରକ୍ଷାରେ ଓଡିଶା ପୁଲିସର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ୧୪୯.୯୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଗତ ବର୍ଷ ଉପକୂଳ ସୁରକ୍ଷା ନିମନ୍ତେ ୧୦ଟି ଆଧୁନିକ ଡ୍ରୋନ୍, ୩ଟି ଟ୍ରଲର୍ ଓ ୧୪୦ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଖୁବ ଶୀଘ୍ର ରିୟଲ୍-ଟାଇମ୍ ସର୍ଭେଲାନ୍ସ ପାଇଁ ଏକ ଆଧୁନିକ କମାଣ୍ଡ ଓ କଣ୍ଟ୍ରୋଲ୍ ସେଣ୍ଟର ଗଢ଼ାଯିବ । ୩୨ଟି ମାଛ ଧରା ବନ୍ଦର ଓ ଫିସିଂ ହାର୍ବର୍‌କୁ CCTV ସିଷ୍ଟମ୍‌ରେ ଆବୃତ କରିବା ପାଇଁ କାମ ଚାଲିଛି । ନୂଆ ନୌକା ମଧ୍ୟ କିଣାଯିବ ।

ରେଳବାଇ ସୁରକ୍ଷାକୁ ନେଇ ଡିଜିପି କହିଛନ୍ତି, ନୂତନ ରେଳବାଇ ପୁଲିସ ଜିଲ୍ଲା ଓ କିଛି ନୂଆ ଜିଆର୍‌ପିଏସ (GRPS) ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ ୧୫ଟି GRPSରେ CCTV ମନିଟରିଂ ସେଣ୍ଟର ସ୍ଥାପନ ପାଇଁ ମଧ୍ୟ ଅର୍ଥ ଅନୁମୋଦନ ହୋଇଛି।