ଫୁଟବଲ ଷ୍ଟାର ମାରିଓଙ୍କୁ ଗୁଳି କରି ହତ୍ୟା : ହିଂସାକାଣ୍ଡ ବେଳେ ଫାୟାରିଂ କଲେ ଦୁର୍ବୃତ୍ତ

NEWS7
food-insecurity-threatening-millions-of-people-amid-corona-virus

ନୂଆଦିଲ୍ଲୀ, ୧୯/୧୨: ଫୁଟବଲରଙ୍କୁ ଫାୟାରିଂ । ଇକଓ୍ୱେଡରର ପ୍ରସିଦ୍ଧ ଫୁଟବଲ ଷ୍ଟାର୍ ମାରିଓ ପିନେଇଡାଙ୍କୁ ଗୁଳି । ବୁଧବାର ୩୩ ବର୍ଷୀୟ ମାରିଓଙ୍କୁ କେହି ଗୁଳିମାଡ କରିଥିବା ଜଣାପଡିଛି । ଯେଉଁଥିରେ ସେ ପ୍ରାଣ ହରାଇଛନ୍ତି । ତେବେ ଅଘଟଣରେ ଅନ୍ୟ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି ।

ଇକଓ୍ୱେଡର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ମାରିଓଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି । କିନ୍ତୁ ଘଟଣା ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନାହିଁ । ଅନ୍ୟ ଦିଗରେ ବାର୍ସେଲୋନା ଡି ଗୁଆୟାକୁଇଲ୍ ଫୁଟବଲ ତାରକାଙ୍କ ମୃତ୍ୟୁରେ ଫ୍ୟାନ୍ସମାନେ ଭାଙ୍ଗି ପଡିଥିବା ପ୍ରକାଶ କରିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସାମାନେସ୍ ପ୍ରାନ୍ତରେ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ମାରିଓଙ୍କ ସହ ଅନ୍ୟ ଜଣେ ପ୍ରାଣ ହରାଇଛନ୍ତି । ୨୦୨୫ରେ ଦେଶରେ ୯ ହଜାରରୁ ଅଧିକ ବ୍ୟକ୍ତି ହିଂସାକାଣ୍ଡରେ ନିହତ ହୋଇଛନ୍ତି । ଯାହା ୨୦୨୪ରେ ୭୦୬୩ ଏବଂ ୨୦୨୩ରେ ୮୨୪୮ ଥିଲା । ନଭେମ୍ବରରେ ମଧ୍ୟ ଜଣେ ୧୬ ବର୍ଷୀୟ ଫୁଟବଲରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ପିନେଇଡା ନିଜର ଫୁଟବଲ କ୍ୟାରିଅର୍ ଇଣ୍ଡିପେଣ୍ଡେଣ୍ଟ୍ ଡେଲ୍ ଭାଲି କ୍ଲବରୁ ଆରମ୍ଭ କରିଥିଲେ । ୨୦୧୦ରୁ ୨୦୧୫ ଯାଏଁ ସେ ଇଣ୍ଡିପେଣ୍ଡେଣ୍ଟ୍ ଡେଲ୍ ଭାଲି ଟିମ୍ ପାଇଁ ଫୁଟବଲ ଖେଳିଥିଲେ । ୨୦୧୬ରେ ସେ ଗୁଆୟାକୁଇଲ୍ କ୍ଲବରେ ସାମିଲ ହୋଇଥିଲେ । ଏଠାରେ ସେ ଦୁଇଟି ଟାଇଟଲ୍ ଜିତି ଫୁଟବଲ ସାମ୍ରାଜ୍ୟରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ୨୦୨୨ରେ ବ୍ରାଜିଲର ଫ୍ଲୁମିନେନସ୍ ପାଇଁ ସେ କିଛି ମ୍ୟାଚ୍ ଖେଳିଥିଲେ ।

ଜାତୀୟ ସ୍ତରରେ ଇକଓ୍ୱେଡର ପାଇଁ ମାରିଓ ୮ଟି ଗେମ୍ ଖେଳିଛନ୍ତି । ସେ ଖେଳୁଥିବା ବେଳେ ୨୦୧୮ ଏବଂ ୨୦୨୨ରେ ଦଳ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିଥିଲା । କିନ୍ତୁ ୨୦୨୬ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ନିଜକୁ ଦୂରରେ ରଖିଥିଲେ । ଶେଷ ଥର ପାଇଁ କୋପା ଆମେରିକାରେ ସେ ବ୍ରାଜିଲ ବିପକ୍ଷରେ ଖେଳିଥିଲେ ।