୩ବର୍ଷ ଧରି ଭଲ ପାଉଥିଲେ, ଏବେ ବାହା ହେବାକୁ ମନା କରିଦେଲେ ପ୍ରେମିକା, ତାପରେ...

NEWS7
flood-situation-in-brahmani-and-baitarani-river

ଆନନ୍ଦପୁର : ବିବାହ କରିବାକୁ ମନା କରିଦେଲା । ପ୍ରେମିକା ଉପସ୍ଥିତିରେ ଥାନା ପରିଷରରେ ବିଷ ପିଇଦେଲା ପ୍ରେମିକ। ଗୁରୁତର ଅବସ୍ତାରେ ଯୁବକଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଠାରେ।

ନନ୍ଦିପଦା ଥାନା ଅଧିନ ଶାଳନିଆଁ ଗାଁର ବିପିନ୍ ବିହାରି କୁଆଁର। ଡିମିରିଆର ଜଣେ ଯୁବତୀଙ୍କୁ ଗତ ୩ବର୍ଷ ଧରି ଭଲପାଉଥିଲେ । ହେଲେ ବିବାହ ପାଇଁ ପ୍ରସ୍ତାବ ଦେବାରୁ ଯୁବତୀ ଆଉ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହୋଇଥିଲା ଏପରିକି ବିପିନଙ୍କ ବିରୋଧରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମଙ୍ଗଳବାର ନନ୍ଦିପଦା ପୋଲିସ୍ ଉଭୟ ପରିବାରଙ୍କୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ ଚଳାଇଥିଲେ। ହେଲେ ଯୁବତୀଙ୍କଠାରୁ ଏଭଳି ପ୍ରାତାରଣାକୁ ସହିନପାରି ଥାନା ପରିଷରରେ ବିପିନ୍ ବିଷ ପିଇଦେଇଥିଲେ।

ଏବେ ଗୁରୁତର ବିପିନ୍ ଙ୍କ ଚିକିତ୍ସା ଆନନ୍ଦପୁର ଡାକ୍ତରଖାନାଠାରେ ଚାଲିଥିବାବେଳେ ଅବସ୍ତା ସ୍ଥିର ରହିଥିବା ଜଣାପଡିଛି । ହେଲେ ଗୋଟିଏ ପ୍ରଶ୍ନ ଆମ ସମସ୍ତଙ୍କ ପାଇଁ, ପ୍ରେମ ତ ତ୍ୟାଗ ଓ ସମର୍ପଣର ନାଁ। ତାହେଲେ ପ୍ରେମ କେମିତି ଜୀବନ ନେବ। ଆମ ଭିତରେ କେବଳ ସେତିକି ଧର୍ଯ୍ୟ , ସାହସ ଓ ସହ୍ୟ ଶକ୍ତିର ଅଭାବ। ସେଥିପାଇଁ କଷ୍ଟ ଲାଘବ କରିବାର ଗୋଟିଏ ମାତ୍ର ବାଟ ଆମେ ଆତ୍ମହତ୍ୟା ବୋଲି ଭାବୁଛେ। ଯାହା କି ସଂପୂର୍ଣ୍ଣ ଭୁଲ୍।