'ଅପରେସନ ସିନ୍ଦୂରରେ ବିଶ୍ୱ ଦେଖିଲା ଭାରତର ସାହସ', ସରକାରଙ୍କ ସଫଳତା ବଖାଣିଲେ ରାଷ୍ଟ୍ରପତି

NEWS7
floating-body-seized

ନୂଆଦିଲ୍ଲୀ ୨୮/୦୧: ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ଅବସରରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ । କହିଥିଲେ ଯେ ଗତ ବର୍ଷଟି ଭାରତର ଦ୍ରୁତ ପ୍ରଗତି ଓ ଐତିହ୍ୟର ଉତ୍ସବ ଭାବରେ ସ୍ମରଣୀୟ ହୋଇରହିଛି ।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ସରକାର ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧ । ବନ୍ଦେ ମାତରମ ୧୫୦ ବର୍ଷ ପୂରଣ କରିଛି । ସଂସଦରେ ଏନେଇ ସ୍ବତନ୍ତ୍ର ଆଲୋଚନା ହୋଇଥିଲା । ଗତ ୧୦/୧୧ ବର୍ଷରେ ଭାରତ ଅନେକ କ୍ଷେତ୍ରରେ ସଫଳତା ପାଇଛି । ମୋ ସରକାର ସାମାଜିକ ଶକ୍ତି ପାଇଁ ସମର୍ପିତ । ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି ।

୨୫ କୋଟି ଲୋକଙ୍କୁ ଗରିବୀରୁ ଉପରକୁ ଉଠାଇଛୁ । ସାଢ଼େ ୧୨ କୋଟି ଲୋକଙ୍କୁ ପାଇପ୍ ଯୋଗେ ପାଣି ଦେଇଛୁ । ଆୟୁଷ୍ମାନ ଭାରତରେ ଗତବର୍ଷ ଅଢ଼େଇ କୋଟି ଲୋକଙ୍କୁ ମାଗଣା ଚିକିତ୍ସା । ବୟୋ ବନ୍ଦନାରେ ୮ ଲକ୍ଷ ବରିଷ୍ଠ ନାଗରିକଙ୍କୁ ମାଗଣା ଚିକିତ୍ସା ମିଳିଛି । ମାଛ ଉତ୍ପାଦନରେ ବିଶ୍ବର ଦ୍ବିତୀୟ ସ୍ଥାନରେ ଭାରତ ।

ମୋ ସରକାର ଦୁର୍ନୀତିମୁକ୍ତ, ପ୍ରତିଟି ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି । ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍, ରେଲୱେ ପାଇଁ ନୂଆ ଯୁଗ । EU ସହ ଚୁକ୍ତି ଐତିହାସିକ ପଦକ୍ଷେପ- ରାଷ୍ଟ୍ରପତି । ଏହାଦ୍ବାରା ନିର୍ମାଣ ଓ ସେବା କ୍ଷେତ୍ରରେ ରୋଜଗାର ସୃଷ୍ଟି ହେବ । GSTରେ ସଂସ୍କାର ଯୋଗୁଁ ଲୋକଙ୍କ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି । ଏହାଦ୍ବାରା ଅର୍ଥ ବ୍ୟବସ୍ଥାରେ ଭାରତକୁ ନୂଆ ଗତି ମିଳିଛି ।

​​​​​​​ସେ ଆହୁରି କହିଛନ୍ତି ଆଉ ଦିନ ଦୂର ନୁହେଁ, ଆତଙ୍କବାଦ ସମାପ୍ତ ହେବ । ଆତଙ୍କବାଦର ମୂଳୋତ୍ପାଟନ ନେଇ ରାଷ୍ଟ୍ରପତିଙ୍କ ଦୃଢ଼ୋକ୍ତି । ଅପରେସନ ସିନ୍ଦୂରରେ ଭାରତୀୟ ସେନା ନିଜ ଶୌର୍ଯ୍ୟ ଦେଖାଇଲା । ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କଲେ ଭାରତୀୟ ଯବାନ । ଆଉ ଦିନ ଦୂର ନୁହେଁ, ଆତଙ୍କବାଦ ସମାପ୍ତ ହେବ । ନକ୍ସଲ ବି ସମାପ୍ତ ହେବାକୁ ଯାଉଛି, ଏବେ କେବଳ ୮ ଜିଲ୍ଲାରେ ସୀମିତ । ୨ ହଜାରରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ବୋଲି ରାଷ୍ଟ୍ରପତି ଦମ୍ଭୋକ୍ତି ଦେଖାଇଛନ୍ତି ।