ଚେନ୍ନାଇ ପାଇଁ ସଞ୍ଜୁ ସାମସନଙ୍କ ଆବଶ୍ୟକତା ନାହିଁ, ଅନ୍ୟ କାରଣ ପାଇଁ କିଣିଛି ଟିମ୍ ! ସତ କହିଦେଲେ ଇଣ୍ଡିଆନ୍ ବ୍ୟାଟର

NEWS7
flights-likely-to-resume-after-17th-may-arogya-setu-aap-mendatory

ନୂଆଦିଲ୍ଲୀ ୧୬/୦୧:ଏଥର ଆଇପିଏଲରେ ଅନେକ କିଛି ନୂଆ ଘଟିଛି । ବଡ ବଡ ଷ୍ଟାର୍ ପ୍ଲେୟାର ନିଜ ଦଳ ପରିବର୍ତ୍ତନ କରିଛନ୍ତି । ଯେଉଁମାନେ ଗୋଟିଏ ଦଳରେ ବର୍ଷ ବର୍ଷ ଧରି ରହିଥିଲେ କିମ୍ବା କ୍ୟାରିଅର ଆରମ୍ଭ କରିଥିଲେ ସେମାନେ ଟିମ୍ ଚେଞ୍ଜ୍ କରିଛନ୍ତି । ଯେଉଁଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ସଞ୍ଜୁ ସାମସନ । ଦୀର୍ଘ ବର୍ଷ ହେବ ସେ ରାଜସ୍ଥାନ ରୟାଲ୍ସ ଟିମରେ ଥିଲେ । ଏପରିକି ରାଜସ୍ଥାନର ଅଧିନାୟକ ରହିଥିଲେ । ଏବି କିନ୍ତୁ ସେ ଚେନ୍ନାଇ ସୁପର କିଙ୍ଗସ୍ ଟିମରେ । ତେବେ ସଞ୍ଜୁଙ୍କୁ କାହିଁକି ଚେନ୍ନାଇ କିଣିଛି ତାହା କହିଛନ୍ତି କ୍ରିକେଟର ହନୁମା ବିହାରୀ ।

ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ହନୁମା କହିଛନ୍ତି ଯେ, ସଞ୍ଜୁଙ୍କ ଭଲ ଫ୍ୟାନ୍ସବେସ୍ ରହିଛି । ଏହା ସବୁଠୁ ବଡ କାରଣ ଯେଉଁଥି ପାଇଁ ତାଙ୍କୁ ଚେନ୍ନାଇ କିଣିଛି । କ୍ରିକେଟ୍ କିମ୍ବା ଆର୍ଥିକ ଦୃଷ୍ଟିକୋଣରୁ ତାଙ୍କୁ ସିଏସକେ କ୍ରୟ କରିନାହିଁ । ପ୍ରଥମେ ସାମସନ ସିଏସକେର ଆବଶ୍ୟକ ଖେଳାଳି ତାଲିକାରେ ସବୁଠୁ ଉପରେ ନଥିଲେ । ଦକ୍ଷିଣରେ ତାଙ୍କର ଭଲ ଫ୍ୟାନ୍ସ ରହିଛନ୍ତି । ଆଇପିଏଲ ଟିମ୍ ମାଲିକମାନେ ଖେଳଠୁ ଅଧିକ ଭାବନ୍ତି । ଦଳକୁ ଏକ ଖେଳାଳି ବ୍ୟବସାୟିକ ଦୃଷ୍ଟିରୁ କେତେ ଲାଭ ଦେବ ତାହା ସେମାନେ ଚିନ୍ତା କରନ୍ତି ।

ସେ ଆହୁରି କହିଛନ୍ତି ଯେ, ସାମସନ ଯାହା ବି ମୁକାବିଲା ଖେଳିଲେ କେରଳର ଫ୍ୟାନ୍ସ ତାଙ୍କୁ ସମର୍ଥନ କରନ୍ତି । ସିଏସକେ ଓପନର ଦରକାର କରେନି । ତାଙ୍କ ପାଖରେ ଅନେକ ଓପନର ରହିଛନ୍ତି । ତଥାପି ବ୍ୟବସାୟିକ ଲାଭ ଦୃଷ୍ଟିରୁ ସଞ୍ଜୁଙ୍କୁ କ୍ରୟ କରାଯାଇଛି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ସାମସନଙ୍କୁ ଦଳରେ ନେବା ଆଗରୁ ସିଏସକେ ପାଖରେ ଅନେକ ଓପନିଂ ବିକଳ୍ପ ରହିଥିଲା । ଦଳରେ ଋତୁରାଜ ଗାଏକଓ୍ୱାଡ, ଆୟୁଷ ମାତ୍ରେ, ଉର୍ଭିଲ ପଟେଲ ରହିଛନ୍ତି । ଏବେ ସାମସନ ଦଳରେ ସାମିଲ ହେଲା ପରେ ତିନି ନମ୍ବର ସ୍ଥାନ ପାଇଁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହେବ । ତେବେ ସାମସନଙ୍କୁ ଦଳ ତିନି ନମ୍ବର ସ୍ଥାନରେ ଖେଳାଇପାରେ ବୋଲି ହନୁମା ଅନୁମାନ କରୁଛନ୍ତି ।