ବଙ୍ଗାଳୀ ଶ୍ରମିକଙ୍କୁ ଅଟକାଇ ମାଗିଲେ ଟଙ୍କା, ନଦେବାକୁ ପିଟି ପିଟି କଲେ ହତ୍ୟା

NEWS7
flag-in-tajmahal-agra

ସମ୍ବଲପୁର ୨୫।୧୨: ବଙ୍ଗାଳୀ ଶ୍ରମିକଙ୍କୁ ପିଟି ପିଟି ମାରିଦେଲେ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ମାଛ ମାର୍କେଟ ନିକଟରେ ଘଟିଥିଲା ହତ୍ୟାକାଣ୍ଡ । ଆକ୍ରମଣରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ଭାଲୁପାଲିରୁ କାମ ସାରି ଫେରୁଥିବା ବେଳେ କିଛି ଅଜଣା ଯୁବକ ଶାନ୍ତିନଗର ନିକଟରେ ୩ ବଙ୍ଗାଳୀ ଶ୍ରମିକଙ୍କୁ ଅଟକାଇଥିଲେ । ସଂପୃକ୍ତ ଯୁବକ ମାନେ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଶ୍ରମିକ ମାନଙ୍କୁ ସେମାନେ ଆକ୍ରମଣ କରିଥିଲେ । ଆକ୍ରମଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ଜୁଏଲ୍ ଶେଖ୍ ବୋଲି ଜଣାପଡିଛି । ଯୁବକଙ୍କ ଆକ୍ରମଣରେ ଅନ୍ୟ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି l ମୃତ ଯୁବକ ଏବଂ ଅନ୍ୟ ଦୁଇ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଆକ୍ରମଣ ଘଟଣାରେ ସନ୍ଦେହ କରି ୩ ଜଣକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।