ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ପ୍ରାୟ ୨୪ କୋଟି ଟଙ୍କା

NEWS7
five-members-of-a-family-murdered-in-prayagraj-at-uttarpradesh

ପାରାଦୀପ ୩୧।୧୨: ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍ । ଭିତ୍ତିଭୂମି ପରିଦର୍ଶନ କଲେ ମାନବ ସମ୍ବଳ ବିଭାଗର ପ୍ରମୁଖ ସଚିବ ଏବଂ ଜଗତସିଂହପୁର ଜିଲ୍ଲାପାଳ । ପାରାଦୀପରେ ୩ କିଲୋମିଟର ବେଳାଭୂମି ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨୪ କୋଟି ଟଙ୍କା । ଓଡ଼ିଶା ସରକାରଙ୍କ ମାନବ ସମ୍ବଳ ବିଭାଗର ପ୍ରମୁଖ ସଚିବ ଏନବିଏସ ରାଜପୁତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଗୁଡିକ ବୁଲି ଦେଖିଛନ୍ତି । ଏଠାରେ ଖୁବ୍‌ଶୀଘ୍ର ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେଲେ ପାରାଦୀପର ରୂପରେଖ ବଦଳିବା ସହିତ ଆନ୍ତର୍ଜାତିକ କ୍ଷେତ୍ରରେ ପାରାଦୀପକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ।

ବେଳାଭୂମିରେ ୱାଟର ସ୍ପୋର୍ଟ୍ସ ସୁବିଧା, ଯୋଗ କେନ୍ଦ୍ର, ଲାଇଫ୍ ଗାର୍ଡ, ୱାଚ ଟାୱାର, ସିସିଟିଭି, ବେଳାଭୂମି ସୁରକ୍ଷା ଏବଂ ବେଳାଭୂମିରେ ପ୍ରାଚୀର ନିର୍ମାଣ ହେବା ନେଇ ଯୋଜନା କରାଯାଇଛି । ଏହି ବେଳାଭୂମି ଉନ୍ନତିକରଣ ହେବା ଦ୍ୱାରା ଅନ୍ୟ ବେଳାଭୂମି ଭଳି ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ପାରାଦୀପ ଆସିବା ସହ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ନେଇ କହିଛନ୍ତି ଜିଲ୍ଲାପାଳ ଜେ. ସୋନାଲ । ପରେ ପାରାଦୀପ ଗଡ଼ ଠାରେ ଥିବା ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ ସହିତ ମଣିଜଙ୍ଗା ସ୍ଥିତ ମେଗା ପାଇପ୍ ୱାଟର ସପ୍ଲାଏ ପ୍ରକଳ୍ପ, ଅଙ୍ଗନଓ୍ବାଡି ସେଣ୍ଟର ଆଦି ବୁଲି ସମୀକ୍ଷା କରିଥିଲେ ।