LIVE TV

କୋଟିପତି ବିଜନେସ୍‌ମ୍ୟାନଙ୍କ କନିଆ ସାଜିବେ ପବିତ୍ରା ପୁନିଆ; କହିଲେ,ବାହାଘରକୁ ଅପେକ୍ଷା

NEWS7
five-dead-two-injured-in-mumbai-high-rise-fire

ନୂଆଦିଲ୍ଲୀ ୨୪।୧୧; ଟେଲି ଅଭିନେତ୍ରୀ ପବିତ୍ରା ପୁନିଆ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅଭିନେତ୍ରୀ ଏବେ ୱେଡିଂ ମନ୍ଥ ରିଭିଲ କରିଛନ୍ତି । ନିକଟରେ ନିର୍ବନ୍ଧର ଫଟୋ ସେୟାର କରିଥିଲେ । ସେ ଆମେରିକାର ବିଜନେସମ୍ୟାନଙ୍କୁ ଡେଟ୍ କରୁଛନ୍ତି । ତାଙ୍କ ବିବାହ ଆସନ୍ତା ବର୍ଷ ମାର୍ଚ୍ଚରେ ହେବ । ଏକ ସାକ୍ଷାତକାରରେ ପବିତ୍ରା କହିଛନ୍ତି କି ସେ ହାପି ସ୍ପେସ୍ରେ ଅଛନ୍ତି । ଜୀବନର ନୂଆ ଅଧ୍ୟ୍ୟାୟ ଆରମ୍ଭ କରିବା ଅପେକ୍ଷାରେ ଅଛି ।

ଅଭିନେତ୍ରୀଙ୍କ ବିବାହ ଇଣ୍ଡିଆରେ ହେବ। ଆସନ୍ତାବର୍ଷ ମାର୍ଚ୍ଚରେ ସେ ହାତକୁ ଦି ହାତ ହେବେ । ତାଙ୍କ ବିବାହ କୌଣସି ଗ୍ରାଣ୍ଡ ୱେଡିଂ ହେବ ନାହିଁ ନିକଟତର ବନ୍ଧୁ ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ହେବ। କହିବାକୁ ଗଲ ଅଭିନେତ୍ରୀ ୨୨ ଅକ୍ଟୋବରରେ ନିର୍ବନ୍ଧ କରିଥିଲେ । ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଅଫିସିଆଲ କରିଥିଲେ ।

ସବୁଠାରୁ ବଡ କଥା ଅଭିନେତ୍ରୀ ଏପର୍ଯୟନ୍ତ ତାଙ୍କ ବୟଫ୍ରେଣ୍ଡଙ୍କ ଫେସ୍ ରିଭିଲ କରିନାହାନ୍ତି । ହେଲେ ଫ୍ୟାନ୍ସ ତାଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି । ଏହା ପୂର୍ବରୁ ପବିତ୍ରା ଏଜାଜ୍‌ଙ୍କ ସହ ରିଲେଶନରେ ଥିଲେ । ବିଗ୍ବସ୍ରୁ ହିଁ ତାଙ୍କ ପ୍ରେମ ଆରମ୍ଭ ହୋଇଥିଲା । ଶୋ’ରୁ ବାହାରିବା ପରେ ନିର୍ବନ୍ଧ ବି କରିଥିଲେ । କିନ୍ତୁ କୌଣସି କାରଣରୁ ବିବାହ କରିବା ପୂର୍ବରୁ ସେମାନେ ଅଲଗା ହୋଇଯାଇଥିଲେ ।