ବାଣପୁର ଥାନା ବିରୋଧରେ ସାଂଘାତିକ ଅଭିଯୋଗ, ପୋଲିସ ହେପାଜତରେ ଅଭିଯୁକ୍ତ ମୃତ୍ୟୁ !

NEWS7
first-time-in-16-hundred-years-a-sea-storm-from-wp-came-in-to-odisha-cost

ଭୁବନେଶ୍ୱର ୧୪।୧୨ : ବାଣପୁର ଥାନା ବିରୋଧରେ ସାଂଘାତିକ ଅଭିଯୋଗ । ବାଣପୁର ଥାନାରୁ ହାଜତ ମୃତ୍ୟୁର ଆସିଛି ଅଭିଯୋଗ । ଯାହାପରେ ହରଡ଼ଘଣାରେ ପଡିଛନ୍ତି ବାଣପୁର ଥାନା ପୋଲିସ ।

ଖବର ଅନୁଯାୟୀ, ଛବିନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଶନିବାର ରାତିରେ ବାଣପୁର ଥାନା ପୋଲିସ ଛବିନ୍ଦ୍ର ନାୟକଙ୍କୁ ଚୋରା ମଦ କାରବାରରେ ଗିରଫ କରିଥିଲା । ଶନିବାର ହଠାତ୍ ଛବିନ୍ଦ୍ରଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଛବିନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି । ତେବେ ଥାନା ପରିସରରେ କଣ ଘଟିଲା, ଯାହାଫଳରେ ଛବିନ୍ଦ୍ରଙ୍କ ଦେହ ଅସୁସ୍ଥ ହୋଇପଡିଲା । ସେନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ପୋଷ୍ଟମର୍ଟମ ରୁମ୍ରେ ମୃତଦେହ ରଖାଯାଇଛି । ପରିବାର ଲୋକ ଆସିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି ।