LIVE TV

ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ, SDJM କୋର୍ଟରେ ଦାଖଲ କଲେ ଓ୍ବକାଲତନାମା

NEWS7
first-phase-trial-of-coronavirus-vaccine-covaccine-started-on-375-people-in-12-hospitals-in-india

ବ୍ରହ୍ମପୁର ୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ତାଙ୍କ ପରିବାର ପରିବାର ପକ୍ଷରୁ ଦାଖଲ ହୋଇଥିବା ମାମଲା ସପକ୍ଷରେ ୨୦୯ ଓକିଲ ଦାଖଲ କଲେ ଓ୍ବକାଲତନାମା  । ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୪ରୁ ଉର୍ଦ୍ଧ୍ବ ଓକିଲ ଓ୍ବକାଲତନାମା ଦାଖଲ କରିଥିଲେ ଗତକାଲି ବିକ୍ରମଙ୍କ ଓକିଲ ଏକ ପିଟିସନ ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ । ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମଙ୍କ ସପକ୍ଷରେ ଏକ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ । ଆଜି ତାଙ୍କ ବିପକ୍ଷରେ ୨୦୯ ଓକିଲ ଓ୍ବକାଲତନାମା ଦାଖଲ କରିଛନ୍ତି । ସରକାରୀ ଓକିଲଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଶତାଧିକ ଓକିଲ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ଥିଲେ ହତ୍ୟାକାରୀ ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଥିଲା । ୭ ଦିନ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା । ଦୁଇ ଦିନ ରିମାଣ୍ଡ ଅନୁମତି ମିଳିବା ପରେ ଜଣଙ୍କୁ ଆଣି ଅଧିକ ତଦନ୍ତ କରିଥିଲା ପୋଲିସ । ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ପୋଲିସ କ୍ରାଇମ୍‌ ସ୍ପଟକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଥିଲା କେଉଁ ବାଇକ୍‌ରେ କେମିତି ଆସିଥିଲେ, କିଭଳି ହତ୍ୟା କରିଲେ ସେ ନେଇ ଦେଖାଇଥିଲେ ଡେମୋ ପ୍ରଥମେ ନମସ୍କାର, ପରେ ଅତି ନିକଟରୁ ଗୁଳି କରିଥିବା ନେଇ ଡେମୋ ମାଧ୍ୟମରେ ପୋଲିସକୁ ଦେଖାଇଥିଲେ କିଏ କେତେ ଟଙ୍କା ହତ୍ୟା ପାଇଁ ଡିଲ୍ କରିଥିଲେ ଏସବୁ ତଥ୍ୟ ପୋଲିସ ଓଗାଳିଥିବା ଜଣାପଡିଥିଲା ।

ସେପଟେ ୬ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିଥିଲା ଉମା ବିଷୋୟୀ, କୁରୁପତି ଭୂୟାଁ ମଦନ ଦଳେଇ, ମଳୟ ବିଷୋୟୀ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ ଜଣଙ୍କୁ ରିମାଣ୍ଡରେ ନେଇଥିବା ସରକାରୀ ଓକିଲ କହିଥିଲେ ପୋଲିସ ମୁହାଁମୁହିଁ ଜେରା କରିଥିବା ଜଣାପଡିଥିଲା ପୋଲିସ କ୍ରାଇମ୍ ସ୍ପଟ୍‌କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରିଥିଲା ତେବେ ହତ୍ୟାକାଣ୍ଡ ପ୍ତାହିକ ପୂର୍ବରୁ ପୁତୁରାଙ୍କ ମୋବାଇଲ୍ ଫୋନ୍‌କୁ ଦୁଇ ଥର ଧମକପୂର୍ଣ୍ଣ ଫୋନ୍ ଆସିଥିଲା ଏ ନେଇ ପୋଲିସକୁ ଜଣାଇଥିଲୁ ବୋଲି ପୀତବାସଙ୍କ ଭାଇ କହିଥିଲେ