ବ୍ୟବସାୟୀଙ୍କ ମୁଣ୍ଡ ଜାମିନ ରଖି ମାଗୁଥିଲେ ୫ ଲକ୍ଷ ଟଙ୍କା, ମୃତଦେହ ମିଳିବା ପରେ ମା’-ପୁଅଙ୍କ ସମେତ ୫ ଗଲେ ଜେଲ୍

NEWS7
first-mruta-in-corona-delta-plus-virus

ପଟ୍ଟାମୁଣ୍ଡାଇ୧୩।୧୨:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଅପହୃତ ହୋଇଥିବା ବ୍ୟବସାୟୀଙ୍କ ମୃତଦେହ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ।ଗିରଫଙ୍କୁ କୋର୍ଟଚାଲାଣ କଲାପୋଲିସl

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାରାଜନଗର ଗୋପାଳପୁର ବଜାରରେରେ ବ୍ୟବସାୟୀଙ୍କ ମୁଣ୍ଡ ଜାମିନ ପାଇଁ ଲଗାଯାଇଥିଲା ପୋଷ୍ଟର ।ଲକ୍ଷ ଟଙ୍କା ଦେଲେ ବ୍ୟବସାୟୀ ବଳରାମ ସେଠୀଙ୍କୁ ଛାଡ଼ିବୁ ନଚେତ ତାଙ୍କୁ ହତ୍ୟା କରାଯିବା ନେଇ ପୋଷ୍ଟରରେ ଦିଆଯାଇଥିଲା ଧମକ । ଗତ୩୦ତାରିଖରୁ ନିଖୋଜ ଥିଲେ ଗୋପାଳପୁର ଡ଼ିଆପାରୀ ଗାଁର ବଳରାମ ସେଠୀ। ପୋଲିସ କାଙ୍କଦିଆ ଗାଁ ନିକଟ ହଂସୁଆ ନଦୀ କୂଳରେ ଥିବା ଜଙ୍ଗଲରୁ ବଳରାମଙ୍କ ମୃତଦେହ୯ ଦିନପରେ ଉଦ୍ଧାର କରିଥିଲାlଏହି ଘଟଣାରେ କାଙ୍କଦିଆ ଗ୍ରାମର ଭାଗ୍ୟଧର ଜେନା,ବିଘ୍ନେଶ୍ୱର ମଲ୍ଲିକ ଓ ଭାଗ୍ୟଧରଙ୍କ ଝିଅ ଯାମିନୀ ସ୍ୱାଇଁଙ୍କୁ ପୋଲିସ ଗିରଫ କରିଥିବା ବେଳେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଯାମିନୀଙ୍କ ମାଶଶିକଳା ଜେନା ଓ ଭାଇ ସୁରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିlପରେ ଜାମିନ ନାମଞ୍ଜୁର ହେବାରୁ ବାରିମୂଳ ଜେଲ୍କୁ ମା’-ପୁଅଙ୍କୁ ପଠାଇଛି ପୋଲିସl