ଗଛର ମଞ୍ଚା ଉପରେ ଚାଲିଥିଲା ମଦ ପ୍ରସ୍ତୁତି, ଅବକାରୀ ବିଭାଗ କଲା ପର୍ଦ୍ଦାଫାଶ

NEWS7
first-liver-transplant-in-odisha-at-ims-sum-hospital

ଆଠଗଡ଼ ୧୪।୧୨ : ମଦ ପ୍ରସ୍ତୁତିର ନୂଆ ଉପାୟ । ଅଭିନବ ଉପାୟରେ ଗଛ ଉପରେ ମଞ୍ଚା ବାନ୍ଧି ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି । ଏ ସଂପର୍କରେ ଖବର ପାଇ ଚଢାଉ କରିଥିଲା ଅବକାରୀ ବିଭାଗ । ଏହି ଚଢାଉରେ ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ।

ଖବର ଅନୁଯାୟୀ, ଖୁଣ୍ଟୁଣୀ ଥାନା ଡାଳୁଅ, ଖଣ୍ଟୁଆଳି, ବାଉଁଶ ଟାଙ୍ଗର, ସଡ଼କ ସାହି, ପାଦପଥର, ପାତିଆସହି, ଲୁଣି ପଡ଼ିଆ, କଂସର ଗାଁର ସଂରକ୍ଷିତ ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଠିକଣା ମିଳିଥିଲା । ଅବକାରୀ ବିଭାଗକୁ ପ୍ରାୟ ୨୧୦୦ ଲିଟର ଦେଶୀ ମଦ, ୧୫୮୨୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚକୁ ଜବତ କରିଥିଲା । ଏହାପରେ ଘଟଣାସ୍ଥଳରେ ସମସ୍ତ ସାମଗ୍ରୀକୁ ନଷ୍ଟ ମଧ୍ୟ କରିଥିଲା ।ଏହାସହିତ ଘଟଣାରେ ୬ଟି ମାମଲା ରୁଜୁ କରାଯାଇଛି ।