ପୂର୍ବ ବିବାଦରୁ ଗୋଷ୍ଠୀ ସଂଘର୍ଷ, ଗୁରୁତରଙ୍କ ଅବସ୍ଥା ସାଂଘାତିକ

NEWS7
fire-team-raids-at-coaching-centres-in-angul

ଜଳେଶ୍ୱର ୦୯।୦୨ : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ପରିସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ । ଯେଉଁଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଇନ୍‌ଷ୍ଟାଗ୍ରାମରେ କମେଣ୍ଟମରା ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କୁହ୍ଲାଚଢ଼ ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୁହ୍ଲାଚଡ଼ ଗାଁରେ ଫଜଲ ଖାନ୍‌ ଏବଂ କୁହ୍ଲା ଗାଁର ସେଖ୍‌ ଲାଲୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିଲା । ରବିବାର ଉଭୟ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାପରେ କଥା କଟାକଟି ଏବଂ ଗଣ୍ଡଗୋଳ ଯାଏଁ ସ୍ଥିତି ଯାଇଥିଲା । ଯାହାଫଳରେ କି ଉଭୟ ପକ୍ଷର ୪ ଜଣ ଆହତ ହୋଇଥିଲେ । ଆହତଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଏ ଦୋଷୀ ଏବଂ କେତେ ଦିନ ଧରି ବିବାଦ ଲାଗିରହୁଥିଲା । ସେନେଇ ଛାନ୍‌ଭିନ୍ ଜାରି ରଖିଛି ପୋଲିସ ।