LIVE TV

IRC ସମାବେଶରେ ନିତିନ ଗଡ଼କରୀ ବଡ଼ ଘୋଷଣା: ଅର୍ଥର ଅଭାବ ନାହିଁ, ଶୀଘ୍ର ନିଷ୍ପତ୍ତି ନିଅ

NEWS7
fire-mishap-in-bhandaripokhari-villagers-in-fear

ଭୁବନେଶ୍ୱର ୦୭/୧୧: ଇଣ୍ଡିଆନ ରୋଡ୍ସ କଂଗ୍ରେସରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମ୍ବୋଧନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି । ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି ବୋଲି ଗଡ଼କରୀ କହିଛନ୍ତି । 'ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା' ।

'ଅର୍ଥ ଖର୍ଚ୍ଚ କରିବାକୁ ହେଲେ ସକରାତ୍ମକ ଚିନ୍ତା ଓ ଟ୍ରାନ୍ସପରେନ୍ସି ଆବଶ୍ୟକ' । 'ଏଥିସହ ଶୀଘ୍ର ନିଷ୍ପତ୍ତି ନେବା ଦରକାର, ଯାହା ବି ନିଷ୍ପତ୍ତି ନିଅନ୍ତୁ ଶୀଘ୍ର ନିଅନ୍ତୁ' । 'ସଚ୍ଚୋଟ ବି ହେବା ଦରକାର, ଶୀଘ୍ର ନିଷ୍ପତ୍ତି ମଧ୍ୟ ନେବା ଆବଶ୍ୟକ' । ଦେଶକୁ ଆଗକୁ ନେବାକୁ ହେଲେ ଏସବୁ ଆବଶ୍ୟକ ବୋଲି ଗଡ଼କରୀ ସ୍ପଷ୍ଟ ଭାବେ ବାଖ୍ୟ କରିଛନ୍ତି । 

ଗଡକରୀ କହିଛନ୍ତି ଆମର ଲକ୍ଷ୍ୟ ଭାରତକୁ ବିଶ୍ୱ ଗୁରୁ କରିବା । ଭାରତୀୟ ଇଞ୍ଜିନିୟରିଂର ଆତ୍ମା ହେଉଛି IRC । ଜ୍ଞାନ ଆଦାନ ପ୍ରଦାନର ମାଧ୍ୟମ ହେଉଛି IRC । ସରକାର ରେ ଯେତେବେଳେ ନୂଆ କାମ କରାଯାଏ ବେଳେ ବେଳେ ଇଞ୍ଜିନିୟରଙ୍କ ସେ ପ୍ରୟୋଗ ବିଫଳ ହୋଇଥାଏ । କିନ୍ତୁ ସରକାରୀ ଅଧିକାରୀ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି। କିନ୍ତୁ ଦେଖିବା ଆବଶ୍ୟକ ଏହା ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ନା ନାହିଁ। କାରଣ ନୂଆ ପ୍ରୟୋଗ କଲେ ନୂଆ ଟେକ୍ନୋଲୋଜି ଆସିବ ନାହିଁ।

ପିଏମ ମୋଦୀ ଜୀଙ୍କ ନେତୃତ୍ଵରେ ଆମେ ସଡକ ନିର୍ମାଣ କ୍ଷେତ୍ରରେ ଅଧିକ ବିକାଶ ହୋଇଛି । ଅର୍ଥର ଅଭାବ ନାହିଁ । କିନ୍ତୁ କଥା ଖର୍ଚ୍ଚର । ବିଳମ୍ବିତ ନିଷ୍ପତ୍ତି ପାଇଁ ଫାଇଲ ଆଗକୁ ଯାଏନି। କାମ ହୋଇପାରୁନି। ନିଷ୍ପତ୍ତି ଶୀଘ୍ର ନେବା ଆବଶ୍ୟକ।  ଡିପିଆର ପ୍ରସ୍ତୁତିରେ ସବୁଠୁ ବେଶୀ ବିଳମ୍ବ । କ୍ୱେଟେସନ କମ ଦେଖି ଡିପିଆର୍ କାମ ଦିଆଯାଏ। ଶସ୍ତା ଏଜେନ୍ସି କୁ ଡିପିଆର ଦେବା ଉଚିତ୍ ନୁହେଁ । ଶାସନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆବଶ୍ୟକ । ସଡକ ବନାଇଲେ ଦେଶର ଅର୍ଥନୀତି ବି ବଢିବ।

ପାଇଲଟ ପ୍ରୋଜେକ୍ଟ ରେ ଆମେ ଓଡିଶା ସମେତ କିଛି ରାଜ୍ୟରେ ଯାନ ଚଳେଇବା ପାଇଁ ନିଷ୍ପତ୍ତି ନେଇଛୁ । ଏହା ହେଉଛି ଭବିଷ୍ୟତ। ସେହି ଅନୁପାତରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି । ବର୍ଷକୁ ୧ ଲକ୍ଷ ୮୦ ହଜାର ଜୀବନ ଯାଉଛି ସଡକ ଦୁର୍ଘଟଣାରେ । ସଡକ ସୁରକ୍ଷା କୁ ବିଶେଷ ଗୁରୁତ୍ଵ ଦିଆଯିବା ଉଚିତ। ସଡକ ସୁରକ୍ଷା ଆଇନ୍ ପ୍ରତି ଲୋକଙ୍କ ଭୟ ନାହିଁ।

ଆମକୁ ସଚେତନ କରିବାକୁ ହେବ।  ଏଥିକ୍ସ, ଇକୋନମି, ଇକୋଲଜି ଏବଂ ପରିବେଶ । ଏହାକୁ ଅଗ୍ରାଧିକାର ଦିଆଯିବା ଉଚିତ। ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହୋଇପାରିବ।  ତାକୁ ଓଡିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍। ପ୍ରସ୍ତାବିତ ଭୁବନେଶ୍ଵର ରିଂ ରୋଡ ନିର୍ମାଣ ରେ ଆଖାପାଖର ଆବର୍ଜନା ବ୍ୟବହାର ହେବ।