ହଳଦିଆପଦର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଦ୍ରୁତ ଗତିରେ ଆସିଲା, ଚଢାଇ ଦେଇ ଚାଲିଗଲା

NEWS7
finance-ministry-started-budgeting-for-2021-22

ବ୍ରହ୍ମପୁର ୩୧/୦୧: ଅଶୁଭ ଶନିବାର । କାଳ ହେଲା ଦ୍ରୁତ ଗତି । ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଚାଲିଗଲା ଏକାଧିକ ଜୀବନ । ବ୍ରହ୍ମପୁର ହଳଦିଆପଦର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ଗୁରୁତର ହୋଇଛନ୍ତି । ପୋଲିସ ପହଞ୍ଚି ଟ୍ରକ୍ ଚାଳକକୁ ଗିରଫ କରିଛି । ସେପଟେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

 

ସୂଚନା ଥାଉକି, ଅପରାହ୍ନରେ ବ୍ରହ୍ମପୁର ହଳଦିଆପଦର ଛକ ନିକଟରେ ଓଭର ବ୍ରିଜ୍ରେ ଘଟିଥିଲା ଦୁର୍ଘଟଣା । ଦୁର୍ଘଟଣା ପରେ ଡ୍ରାଇଭର ଜଣକୁ ଗିରଫ କରାଯାଇଛି । ବିପରୀତ ଦିଗରୁ ଦ୍ରୁତ ଗତିରେ ଆସି ୨ ଟି ବାଇକ୍ ଉପରେ ଚଢିଯାଇଥିଲା ଟ୍ରକ୍ ।ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ୬ ଜଣ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଛି । ରାସ୍ତାରେ ଏଣେତେଣେ ମୃତଦେହ ପଡିଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସେପଟେ ଗଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଭୀର ଶୋକ ପ୍ରକାଶ ସହ ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । CMRFରୁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହାସହ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।