ଇନଷ୍ଟାଗ୍ରାମରେ ମୋଦୀଙ୍କ ରେକର୍ଡ : ୧୦୦ ମିଲିୟନ ଛୁଇଁଲା ଫଲୋଅର୍ସ ସଂଖ୍ୟା, ପଛରେ ପଡିଗଲେ ବିଶ୍ୱର ଟପ୍ ନେତା

NEWS7
finance-minister-of-india-nirmala-sitharaman-press-conference

ନୂଆଦିଲ୍ଲୀ, ୨୫/୦୨: ଇନଷ୍ଟାଗ୍ରାମରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେକର୍ଡ । ପ୍ରଥମ ବିଶ୍ୱନେତା ଭାବେ ରଚିଲେ ଇତିହାସ । ଅତିକ୍ରମ କଲେ ୧୦୦ ମିଲିୟନ ଫଲୋଅର୍ସ । ଏହାସହ ସେ ବିଶ୍ୱର ଅନ୍ୟ ଟପ୍ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି । ଇନଷ୍ଟାରେ ସବୁଠୁ ଲୋକପ୍ରିୟ ନେତା ଭାବେ ସେ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

୨୦୧୪ରେ ପ୍ରଧାନମନ୍ତ୍ରୀ ଇନଷ୍ଟାରେ ଯୋଗ ଦେଇଥିଲେ । ଗତ ୧୨ ବର୍ଷ ହେଲା ତାଙ୍କ ପ୍ରୋଫାଇଲ୍ ଏବଂ ଆକାଉଣ୍ଟ ବିଶ୍ୱରେ ଏକ ସବୁଠୁ ଏନଗେଜିଂ ଆକାଉଣ୍ଟ ଭାବେ ପ୍ରତିଷ୍ଠା ଅର୍ଜନ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠୁ ମୋଦୀଙ୍କ ଦୁଇଗୁଣା ଅଧିକ ଫଲୋଅର୍ସ ଅଛନ୍ତି । ବିଶ୍ୱର ଟପ୍ ୫ ବଡ ନେତାଙ୍କ ଇନଷ୍ଟା ଫଲୋଅର୍ସଙ୍କ ସଂଖ୍ୟାକୁ ମିଶାଇଲେ ମଧ୍ୟ ମୋଦୀଙ୍କ ସମକକ୍ଷ ହୋଇପାରିବନି ।

ଏହି ଖବରଟି ପଢନ୍ତୁ... ଭାରତ-ଜିମ୍ବାଓ୍ୱେ ମୁକାବିଲା ପୂର୍ବରୁ ସ୍ପଷ୍ଟ ହୋଇଯିବ ସେମି ଚିତ୍ର ! ଟିମ୍ ଇଣ୍ଡିଆ ପାଇଁ ଜରୁରୀ ଆଫ୍ରିକା-ଇଣ୍ଡିଜ୍ ମ୍ୟାଚ୍

ଏହି ତାଲିକାରେ ଟ୍ରମ୍ପ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ୍ ଫଲୋଅର୍ସ ହେଲେ ୪୩.୨ ମିଲିୟନ । ସେହିପରି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବାୟାନଟୋଙ୍କ ଫଲୋଅର୍ସ ସଂଖ୍ୟା ୧୫ ମିଲିୟନ । ବ୍ରାଜିଲ ରାଷ୍ଟ୍ରପତିଙ୍କ ଫଲୋଅର୍ସ ସଂଖ୍ୟା ୧୪.୪ ମିଲିୟନ ହୋଇଥିବା ବେଳେ ତୁର୍କୀ ରାଷ୍ଟ୍ରପତି ତେୟିପ୍ ଏଡ୍ରୋଗାନ୍ ଙ୍କ ଫଲୋଅର୍ସ ସଂଖ୍ୟା ୧୧.୬ ମିଲିୟନ । ଏତତ୍ ବ୍ୟତୀତ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କ ମୋଟ୍ ୬.୪ ମିଲିୟନ ଫଲୋଅର୍ସ ରହିଛନ୍ତି ।

ଏଥିରୁ ଜଣା ପଡୁଛି ଯେ, ,ସାରା ବିଶ୍ୱରେ ମୋଦୀଙ୍କ ଫ୍ୟାନ୍ ଏବଂ ଫଲୋଅର୍ସ ରହିଛନ୍ତି । ଏପରିକି ଭାରତରେ ମଧ୍ୟ ମୋଦୀଙ୍କ ଫଲୋଅର୍ସ ଏବଂ ଅନ୍ୟ ନେତାଙ୍କ ଫଲୋଅର୍ସ ମଧ୍ୟରେ ଆକାଶ ପାତାଳର ଫରକ ରହିଛି । ମୋଦୀଙ୍କ ପରେ ଦ୍ୱିତୀୟରେ ୟୁପି ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ ରହିଛନ୍ତି । ତାଙ୍କର ଫଲୋଅର୍ସ ସଂଖ୍ୟା ୧୬.୧ ମିଲିୟନ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୧୨.୬ ମିଲିୟନ ଫଲୋଅର୍ସ ରହିଛନ୍ତି ।