ସ୍ୱାଧୀନତା ପରଠାରୁ, ସବୁଠୁ ବଡ଼ ଯୋଜନା ସୁଭଦ୍ରା, ମୁଖ୍ୟମନ୍ତ୍ରୀ କହିଲେ କେହି ପଡିବେନି ବାଦ୍

NEWS7
finance-minister-nirmala-sitharaman-address-the-rbi-board-on-today

ଭୁବନେଶ୍ୱର ୨୨/୦୧: କୌଣସି ଯୋଗ୍ୟ ମହିଳା ସୁଭଦ୍ରାରୁ ବାଦ ପଡିବେ ନାହିଁ । ଆଜି ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଆଗକୁ ବି କାହାର ଅଭିଯୋଗ ଆସିଲେ ଯୋଗ୍ୟତା ନେଇ ଯାଞ୍ଜ କରାଯାଇ ହିତାଧିକାରୀ ତାଲିକାରେ ନା ଯୋଡ଼ାଯିବ ।

 

ମହିଳାଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ବିନା ରାଜ୍ୟର ବିକାଶ ହୋଇ ପାରିବ ନାହିଁ । ବିଗତ ଦିନରେ ତଥା ପୂର୍ବ ସରକାର ମହିଳାମାନଙ୍କ ଆର୍ଥିକ ଉନ୍ନତି ଦିଗରେ ଧ୍ୟାନ ଦେଉ ନ ଥିଲେ । କେବଳ ରାଜନୀତିକରଣ କରୁଥିଲେ । ସୁଭଦ୍ରା ଯୋଜନା ହେଉଛି ସ୍ୱାଧୀନତା ପରଠାରୁ, ସବୁଠୁ ବଡ଼ ଯୋଜନା । ପ୍ରଧାନମନ୍ତ୍ରୀ ନିଜେ ଏହି ଯୋଜନାକୁ ପସନ୍ଦ କରି ନିଜ ଜନ୍ମଦିନରେ ଓଡିଶାରେ ଏହି ଯୋଜନା ଆରମ୍ଭ କରିଥିଲେ ।