LIVE TV

ସଲମାନ ଖାନଙ୍କ ବିବୃତ୍ତିରେ ରାଗିକି ନିଆଁବାଣ ପାକିସ୍ତାନ, ଘୋଷଣା କଲା ଆତଙ୍କବାଦୀ   

NEWS7
film-376-d-a-story-of-man-gangrape

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ବୟାନରେ କ୍ରୋଧିତ ହୋଇ ପାକିସ୍ତାନ ତାଙ୍କୁ ଆତଙ୍କୀ ଘୋଷିତ କରିଛି। ନିକଟରେ ସଲମାନ ଖାନ ସାଉଦୀ ଆରବରେ ଏକ କାର୍ଯ୍ୟକ୍ରମରେ ବଲୁଚିସ୍ତାନକୁ ଅଲଗା ଦେଶ କହିଥିଲେ।ଏହାପରେ ଶହବାଦ ଶରିଫ ସରକାର ଖୁବ୍ ଚିଡ଼ି ଯାଇଥିଲା। ଏହାପରେ ଏବେ ଶହବାଜ ଶରିଫଙ୍କ ସରକାର ଅଫିସିଆଲି ଅଧିସୂଚନା ଜାରି କରି ତାଙ୍କୁ ଆତଙ୍କବାଦ ନିରୋଧି ଅଧିନିୟମ ଅନୁସାରେ ଆତଙ୍କୀ ଘୋଷିତ କରିଦେଇଛି। ସୂଚନା ମୁତାବିକ ପାକିସ୍ତାନର ଗୃହ ମନ୍ତ୍ରଣାଳୟ ତାଙ୍କ ନାମ ଚତୁର୍ଥ ସୂଚୀରେ ସାମିଲ କରିଛି।

ସୂଚନା ଆଧାରରେ ଚତୁର୍ଥ ସୂଚୀରେ ସାମିଲ କରିବାର ଅର୍ଥ ହୋଇଥାଏ ଯେ, ତାଙ୍କ ଉପରେ କଟ୍ଟରପନ୍ଥୀ ଗତିବିଧି ଯୋଗୁଁ ନଜର ରଖାଯିବ। ଏବେସୁଦ୍ଧା ସଲମାନ ଖାନ କିମ୍ୱା ତାଙ୍କର କୌଣସି ପ୍ରତିନିଧିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ସଲମାନ ଖାନ କଣ କହିଥିଲେ ?

ସାଉଦୀ ଆରବରେ ଏକ ଫୋରମରେ ସମ୍ୱୋଧିତ କରିବା ସମୟରେ ସଲମାନ ଖାନ କହିଥିଲେ , ଏମାନେ ବେଲୁଚିସ୍ତାନର ଲୋକ , ଆଫଗାନିସ୍ତାନ ଲୋକ , ପାକିସ୍ତାନର ଲୋକ, ଯେକେହି ସାଉଦୀ ଆରବରେ ଖୁବ୍‌ ପରିଶ୍ରମ କରୁଛନ୍ତି। ଏହି ବିବୃତ୍ତିରେ ପାକିସ୍ତାନକୁ କ୍ରୋଧିତ କରିଥିଲା। ଉଲ୍ଲେଖନୀୟ ଯେ , ଦୀର୍ଘ ଦିନରୁ ବଲୁଚିସ୍ତାନରେ ପାକିସ୍ତାନ ଠାରୁ ଅଲଗା ହେବା ପାଇଁ ଆନ୍ଦୋଳନ ଚାଲିଛି , ଯାହାକୁ ପାକିସ୍ତାନୀ ସେନା ନିଜର ଅତ୍ୟାଚାର ଦ୍ୱାରା ପ୍ରତିହତ କରିବାକୁ ଚେଷ୍ଟା କରୁଛି। ସଲମାନ ଖାନଙ୍କ ବିବୃତ୍ତିରେ ମଧ୍ୟ ଏମିତି ଲାଗୁଥିଲା ଯେ, ସେ ବଲୁଚିସ୍ତାନକୁ ପାକିସ୍ତାନଠାରୁ ଅଲଗା ଭାବେ କହୁଛନ୍ତି। ଆଉ ଏଥିରେ ପାକିସ୍ତାନର ବିଳିବିଳେଇବା ନିଶ୍ଚିତ।

ଗୋଟେପଟେ ଏହି ବିବୃତ୍ତିରେ ପାକିସ୍ତାନକୁ ଚେଙ୍କ ଲାଗିଥିବା ବେଳେ ଆଉ ଗୋଟେ ପଟେ ବଲୁଚିସ୍ତାନର ବିଚ୍ଛିନ୍ନତାବାଦୀ ନେତା ଖୁସି ହୋଇଛନ୍ତି। ସେମାନେ ସଲମାନ ଖାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ। ହେଲେ ଏହା ଏବେସୁଦ୍ଧା ଜଣାପଡ଼ି ନାହିଁ ଯେ, ସଲମାନ ଖାନ କଥା କଥାରେ ଏମିତି କହି ଦେଇଥିଲେ ନା , ଜାଣିଶୁଣି ବଲୁଚିସ୍ତାନର ଅଲଗା ନାଁ ଦେଇଥିଲେ।