ମାଦୁରୋଙ୍କ ହାତରେ ହାତକଡ଼ି, ଆଖିରେ କଳାପଟି: ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ବେଡ୍‌ରୁମରୁ ଘୋଷାରି ଆଣିଲା ଆମେରିକା ସେନା

NEWS7
filling-stations-not-allowed-diesel-to-farmers-tractor-said-bku-spokes-person

ୱାସିଂଟନ ଡିସି: us attack on venezuela, ଭେନେଜୁଏଲାର ରାଜଧାନୀ କାରାକାସ ଉପରେ ଆମେରିକାର ଆକ୍ରମଣ ପରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ରେ ଏକ ଫଟୋ ଜାରି କରିଛନ୍ତି। ଯାହାକୁ ଦେଖିଲା ପରେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ। ଟ୍ରମ୍ପ ସେୟାର କରିଥିବା ଫଟୋରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ହାତରେ ହାତକଡ଼ି ପଡ଼ିଛି। ମୁହଁରେ କଳାପଟି ବାନ୍ଧି ଆମେରିକୀୟ ସେନା ଘେରରେ ରହିଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ, ମାଦୁରୋ ଶୋଇଥିବା ବେଳେ ତାଙ୍କୁ ଶୟନ କକ୍ଷରୁ ଉଠାଇ ଅଣାଯାଇଥିବା। ତାଙ୍କୁ କୋଠରୀରୁ ଟାଣି ବାହାର କରିବା ପରେ ଆମେରିକା ସେନା କବ୍ଜାରେ ନେଇଲା।

ନିକୋଲାସ୍ ମାଦୁରୋଙ୍କୁUSS Iwo Jimaରେ ବସାଇଆମେରିକା ପଠାଯାଉଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଆମେରିକୀୟ ଯୁଦ୍ଧଜାହାଜ USS ଇୱୋ ଜିମାରେ ରଖାଯାଇଛି। ଏବଂ ସେମାନଙ୍କୁ ନ୍ୟୁୟର୍କ ନିଆଯାଉଛି। ତେବେ ଏହା ପୂର୍ବରୁ ଟ୍ରମ୍ପ ମାଦୁରଙ୍କୁ ଆତ୍ମସମର୍ପଣ କରିବାକୁ ଚେତାଇଥିଲେ। ହେଲେ ସେ ଆତ୍ମସମର୍ପଣ ନ କରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଟ୍ରମ୍ପ କହିଛନ୍ତି।

ଆକ୍ରମଣ ପରେ ଫକ୍ସ ନ୍ୟୁଜକୁ ଏକ ଟେଲିଫୋନ୍ ସାକ୍ଷାତକାରରେ ଟ୍ରମ୍ପ୍ କହିଥିଲେ "ମୁଁ ସ୍ପଷ୍ଟ ଭାବରେ କହିଥିଲି ଯେ ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ। ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମାଦୁରୋଙ୍କ ସହ କଥା ହୋଇଥିଲି। ଆମର ଏକ ଆଲୋଚନା ହୋଇଥିଲା, ମୁଁ ନିଜେ ତାଙ୍କ ସହ କଥା ହୋଇଥିଲି, କିନ୍ତୁ ମୋର ବାର୍ତ୍ତା ସ୍ପଷ୍ଟ ଥିଲା: ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି ମୁଁ କହିଥିଲି ବୋଲି ଟ୍ରମ୍ପ କହିଛନ୍ତି।

ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପରେ ଟ୍ରମ୍ପଙ୍କର ଏହି ବିବୃତ୍ତି ସାମ୍ନାକୁ ଆସିଛି। ଏହାପରେ ଆମେରିକାର ଡେଲ୍ଟା ଫୋର୍ସ ମାଦୁରୋଙ୍କୁ ବନ୍ଦୀ କରିଥିବା ଖବର ଆସିଥିଲା। । ଭେନେଜୁଏଲା ସରକାର ଏହି ଘଟଣାକୁ "ଆକ୍ରମଣ" ବୋଲି କହିଛି ଏବଂ ଅନ୍ତର୍ଜାତୀୟ ସହାୟତା ପାଇଁ ଆହ୍ୱାନ କରିଛି।

ଆକ୍ରମଣ ପୂର୍ବରୁ ଆମେରିକା ମାଦୁରୋ ସରକାରଙ୍କ ଉପରେ ନିଶା କାରବାରର ଅଭିଯୋଗ ଲଗାଇଥିଲା। ଏବଂ ମାସ ମାସ ଧରି ଟ୍ରମ୍ପ ପ୍ରଶାସନ ଭେନେଜୁଏଲା ଉପରେ ଚାପ ପ୍ରୟୋଗ କରିଆସୁଥିଲା। ଅନ୍ୟ ପକ୍ଷରେ ଏକ୍ସପର୍ଟଙ୍କ କହିବା କଥା ହେଲା ଭେନେଜୁଏଲାରେ ବଡ଼ ତୈଳ ଭଣ୍ଡାର ଥିବାରୁ ଆମେରିକା ଏହି ଆକ୍ରମଣ କରୁଛି। ଟ୍ରମ୍ପ ଏହାକୁ ଲୁଟିବାକୁ ଚାହୁଁଛନ୍ତି।