ବିରାଟଙ୍କ ନା ନେଇ କିଛି ଜଣ ଚଳୁଛନ୍ତି, ନହଲେ ଡାଲି-ରୁଟି ମିଳିବନି : ଟାର୍ଗେଟ୍ କଲେ ରନ୍ ମେସିନଙ୍କ ଭାଇ

NEWS7
fifa-world-cup

ନୂଆଦିଲ୍ଲୀ, ୦୯/୦୧: ବିରାଟ କୋହଲିଙ୍କ ନାଁ ନନେଲେ ରୁଟି ଡାଲି ମିଳୁନି। ବିରାଟ ଜଣେ ବ୍ରାଣ୍ଡ୍ । କୋଚ୍ ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ମତଭେଦ ମଧ୍ୟରେ ମୁହଁ ଖୋଲିଛନ୍ତି ରନ୍ ମେସିନଙ୍କ ଭାଇ ବିକାଶ କୋହଲି । ଏହାସହ ବିରାଟଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା କରୁଥିବା କିଛି ପୂର୍ବତନ ଖେଳାଳିଙ୍କୁ ବିକାଶ ଟାର୍ଗେଟ୍ କରିଛନ୍ତି । କାହା ନା ନେଇନଥିଲେ ମଧ୍ୟ ପରୋକ୍ଷ ଭାବେ ରନ୍ ମେସିନଙ୍କ ବିରୋଧୀଙ୍କ ଉପରେ ସେ ବର୍ଷିଥିବା କୁହାଯାଉଛି ।

ବିକାଶ କହିଛନ୍ତି ଯେ, ବିରାଟ କୋହଲିଙ୍କ ନାଁ ନ ନେଲେ କିଛି ଲୋକଙ୍କ ଖାଦ୍ୟ ହଜମ ହେଉନି । ସେମାନଙ୍କୁ ରୁଟି ଡାଲି ମିଳୁନି । ଅର୍ଥାତ ବିରାଟଙ୍କ ନାଁରେ ସେମାନଙ୍କ ଘର ଚଳୁଛି । ଜଣେ ଫ୍ୟାନ୍ସଙ୍କ ପ୍ରଶ୍ନରେ ସେ ଏପରି ଉତ୍ତର ଦେଇଛନ୍ତି । ତେବେ ଏହି ପୋଷ୍ଟରେ ସେ କାହା ନାଁ ନେଇନାହାଁନ୍ତି । କିନ୍ତୁ ଏହା ସଞ୍ଜର ମାଞ୍ଜରେକରଙ୍କୁ ଟାର୍ଗେଟ୍ କରି ଲେଖାଯାଇଥିବା ଆଲୋଚନା ହେଉଛି ।

କଣ କହିଥିଲେ ସଞ୍ଜୟ

କିଛି ଦିନ ତଳେ ବିରାଟଙ୍କ ଟେଷ୍ଟ ଅବସରକୁ ସଞ୍ଜୟ କଟାକ୍ଷ କରିଥିଲେ । ବିରାଟ ଡରିଯାଇଛନ୍ତି । ତେଣୁ ଟେଷ୍ଟ ଛାଡି ସବୁଠୁ ସହଜ ଫର୍ମାଟରେ ଖେଳୁଛନ୍ତି । ତାଙ୍କ ସମୟର ଅନେକ ଖେଳାଳି ଟେଷ୍ଟରେ ଶତକ ପରେ ଶତକ ଲଗାଉଛନ୍ତି । ହେଲେ ବିରାଟ ନିଜ ତ୍ରୁଟି ନସୁଧାରି ଅବସର ନେଇଗଲେ । ଏହା ଠିକ୍ ନୁହେଁ ବୋଲି ସଞ୍ଜୟ କହିଥିଲେ । ଯାହା ଉପରେ ଫ୍ୟାନ୍ସ କଡା ଆପତ୍ତି ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ବିଜୟ ହଜାରେ ଟ୍ରଫିରେ ବିରାଟ ଦମଦାର ପ୍ରଦର୍ଶନ କରିଥିଲେ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସେ ଶତକ ବର୍ଷା କରିଥିଲେ । ଆଉ କିଛି ଦିନ ପରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ । କିଓ୍ୱି ବିପକ୍ଷରେ ମଧ୍ୟ ତାଙ୍କ ବ୍ୟାଟ୍ ଗର୍ଜନ କରିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।