LIVE TV
LIVE TV

ଦୁର୍ନୀତି ମାମଲାରେ ଫସିଲେ ହସିନା : ୨୧ ବର୍ଷ ପାଇଁ ଜେଲଦଣ୍ଡ ଶୁଣାଇଲେ କୋର୍ଟ

NEWS7
femina-beauty-awards-2020-katrina-and-rakul-stuns-with-their-glamorous-beauty

ଢାକା, ୨୭/୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଆଉ ଏକ ଝଟକା । ଦୁର୍ନୀତି ମାମଲାରେ ତାଙ୍କୁ ଏକ କୋର୍ଟ ୨୧ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଏହାପୂର୍ବରୁ କୋର୍ଟ ତାଙ୍କୁ ମାନବାଧିକାର ସମ୍ପର୍କୀତ ଏକ ମାମଲାରେ ଫାଶୀ ଦଣ୍ଡ ଶୁଣାଇଥିଲେ ।

ଏବେ କୋର୍ଟ ଅନ୍ୟ ତିନୋଟି ଦୁର୍ନୀତି ମାମଲାରେ ହସିନାଙ୍କ ବିରୋଧରେ ଶୁଣାଣି କରିଛନ୍ତି । ଯେଉଁଥିରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୨୧ ବର୍ଷ ପାଇଁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୪ରେ ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ମାମଲାରେ କୋର୍ଟ ହସିନାଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଆନ୍ଦୋଳନରେ ନୀରିହ ଛାତ୍ରଙ୍କ ଉପରେ ଗୁଳି ଏବଂ ବୋମାମାଡ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଯାହା ମାନବତାକୁ ହନନ କରୁଥିବା ଅଭିଯୋଗ ହୋଇଥିଲା । ଏହାର ଶୁଣାଣି କରି କୋର୍ଟ କିଛିଦିନ ତଳେ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ହସିନା ଏବେ ଭାରତରେ ଥିବାରୁ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ବାଂଲାଦେଶ ସରକାର ନେଇପାରିବେ ନାହିଁ ।