ସୂର୍ଯ୍ୟଙ୍କ ଅଧିନାୟକତ୍ଵ ଇନିଂସ, ବୋଲରଙ୍କ କମାଲ; ଆମେରିକାକୁ ହରାଇ ବିଜୟରୁ ଭାରତର ଅଭିଯାନ ଆରମ୍ଭ

NEWS7
female-soldier-killed-26-shoes-in-33-seconds-for-manipulating-female-students

ମୁମ୍ବାଇ: ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ଵ ଇନିଂସ। ଏହା ପରେ ବୋଲରଙ୍କ ଶାଣିତ ବୋଲିଂ ଦମରେ ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ରେ ନିଜର ପ୍ରଥମ ମ୍ୟାଚରେ ଆମେରିକାକୁ ୩୦ ରନରେ ହରାଇଛି। ବିଜୟ ସହ ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ଭାରତ ଦ୍ଵାରା ଧାର୍ଯ୍ୟ ୧୬୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆମେରିକା ୧୩୦ ରନ କରି ପାରିଛି। ସଞ୍ଜୟ କ୍ରିଷ୍ଣାମୂର୍ତ୍ତି ସର୍ବାଧିକ ୩୭ ରନ ଓ ମିଲିନ୍ଦ କୁମାର ୩୪ ରନ କରିଥିଲେ ମଧ୍ୟ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ବୋଲିଂରେ ମହମ୍ମଦ ସିରାଜ ୩ଟି ଓ୍ଵିକେଟ୍ ନେଇଛନ୍ତି। ଅର୍ଶଦୀପ ସିଂହଙ୍କୁ ୨ଟି ଓ୍ଵିକେଟ୍ ମିଳିଛି। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଧିନାୟକ ସୂର୍ଯ୍ୟଙ୍କ ଅପରାଜିତ ୮୪ ରନ ବଳରେ ୧୬୧ ରନ କରି ପାରିଥିଲା। ଭାରତ ଫେବୃଆରୀ ୧୨ରେ ନିଜର ଦ୍ଵିତୀୟ ମ୍ୟାଚରେ ନାମିବ୍ୟାକୁ ଭେଟିବ।

୧୬୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆମେରିକାର ଆରମ୍ଭ ଦୟନୀୟ ଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୩ ରନରେ ୩ଟି ଓ୍ଵିକେଟ୍ ହରାଇଥିଲା। ଦଳରେ ପୂର୍ବରୁ ସାମିଲ୍ ନ ଥିବା ମହମ୍ମଦ ସିରାଜ ଆଜି ମିଳିଥିବା ସୁଯୋଗର ଫାଇଦା ଉଠାଇ ଆମେରିକାର ଦୁଇ ଓପନର ଆଣ୍ଡ୍ରିଜ ଗସ(୬ ରନ) ଓ ସାଇତେଜ ମୁକ୍କମଲ୍ଲା(୨ ରନ)ଙ୍କୁ ପାଭିଲିୟନ ଫେରାଇଥିଲେ। ଅଧିନାୟକ ମୋନାକ ପଟେଲଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ ଅର୍ଶଦୀପ ସିଂ। ତେବେ ମିଲିନ୍ଦ କୁମାର ଓ ସଞ୍ଜୟ କ୍ରିଷ୍ଣାମୂର୍ତ୍ତି ଉଭୟ କ୍ରିଜରେ ଜମି ଆମେରିକାକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇବାକୁ ଚେଷ୍ଟା କରିଥିଲେ। ଦୁହେଁ ଚତୁର୍ଥ ଓ୍ଵିକେଟ୍ ପାଇଁ ୫୮ ରନ ଯୋଡ଼ିଥିଲେ। ମିଲିନ୍ଦ ୩୪ ରନର କରି ଆଉଟ୍ ହୋଇଥିଲେ। ସଞ୍ଜୟ କୁମାର ୩୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଦୁଇ ବ୍ୟାଟରଙ୍କ ଆଉଟ୍ ହେବା ସହ ଆମେରିକାର ବିଜୟ ଆଶା ସଂପୂର୍ଣ୍ଣ ମଉଳି ଯାଇଥିଲା। କିନ୍ତୁ ଶେଷ ଆଡ଼କୁ ଶୁଭମ ରଞ୍ଜନେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୨୨ ବଲରୁ ୩୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ବି ଦଳକୁ ଜିତାଇ ପାରି ନ ଥିଲେ। ଶେଷରେ ଆମେରିକା ୮ ଓ୍ଵିକେଟ୍ ହରାଇ ୧୩୨ ରନ କରି ପାରିଛି।