୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ବିଧାୟକ, ଧରି ପକାଇଲା ଲୋକାୟୁକ୍ତ ପୋଲିସ

NEWS7
female-soldier-conspired-with-lover-plan-to-implicate-in-laws-including-husband-now-three-arrested

ବେଙ୍ଗାଲୁରୁ, ୨୨/୦୨: ଲାଞ୍ଚ ନେଉଥିଲେ ବିଧାୟକ । ମାଗିଥିଲେ ୧୧ ଲକ୍ଷ ଟଙ୍କା । ଶେଷରେ ୫ ଲକ୍ଷରେ ହେଲା ଡିଲ୍ । କିନ୍ତୁ ସବୁ ଭଣ୍ଡୁର ହୋଇଗଲା । ଟଙ୍କା ନେଲାବେଳେ ମାଡି ବସିଲେ ଲୋକାୟୁକ୍ତ ପୋଲିସ ।

ରିପୋର୍ଟ ଅନୁସାରେ, କର୍ଣ୍ଣାଟକ ଲୋକାୟୁକ୍ତ ପୋଲିସ ଶନିବାର କର୍ଣ୍ଣାଟକର ଏକ ପ୍ରମୁଖ ବିରୋଧି ଦଳର ବିଧାୟକ ଚନ୍ଦ୍ରୁ ଲାମାଣିଙ୍କୁ ଧରିଛି । ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସେ ଧରା ପଡିଛନ୍ତି । ବିଜୟ ପୂଜାର ନାମକ ଜଣେ ଠିକାକାରଙ୍କୁ ଲାମାଣି ୧୧ ଲକ୍ଷ ଟଙ୍କା ମାଗିଥିବା ନେଇ ଅଭିଯୋଗ ଆସିଥିଲା । ଏହାପରେ ଲୋକାୟୁକ୍ତ ପୋଲିସ ଯୋଜନାବଦ୍ଧ ଭାବେ ଲାମାଣିଙ୍କୁ ଧରିବାକୁ ଜାଲ ବିଛାଇଥିଲା । ଟଙ୍କା ନେବାବେଳେ ଧରିବା ପରେ ଲାମାଣିଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରାଯାଇଥିଲା । ଏହାପରେ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଏହି ଖବରଟି ପଢନ୍ତୁ... ଆଫଗାନିସ୍ତାର ଅନେକ ସହରକୁ ଟାର୍ଗେଟ୍, ଧ୍ଵଂସାବଶେଷ ତଳେ ପୋତି ହୋଇଗଲେ ଗୋଟିଏ ପରିବାରର ୨୩ ଜଣ

ଲୋକାୟୁକ୍ତ ଅଧିକାରୀଙ୍କ ଅନୁସାରେ, ଲଘୁ ଜଳସେଚନ ବିଭାଗର ଏକ ପ୍ରୋଜେକ୍ଟ ପାଇଁ ଆବଶ୍ୟକୀୟ ମଞ୍ଜୁରି ଦେବାକୁ ବିଧାୟକ ଲାମାଣି ଠିକାଦାରଙ୍କୁ ୧୧ ଲକ୍ଷ ଟଙ୍କା ମାଗିଥିଲେ । ଏଥିନେଇ ଅଭିଯୋଗ ମିଳିବା ପରେ ଲୋକାୟୁକ୍ତ ପୋଲିସ ପକ୍ଷରୁ ତାଙ୍କୁ ଧରିବାକୁ ଯୋଜନା କରାଯାଇଥିଲା । ସେ ଅନୁସାରେ ଆଜି ଠିକାଦାର ବିଧାୟକଙ୍କ ନିକଟକୁ ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ । ବିଧାୟକ ତାଙ୍କଠାରୁ ଦାବି ମୁତାବକ ସେହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଲୋକାୟୁକ୍ତ ପୁଲିସର ଏକ ଟିମ୍ ତାଙ୍କୁ ଧରିଥିଲା । ଚନ୍ଦ୍ରୁ ଲାମାଣି ଶିରହଟ୍ଟି ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ୱ କରନ୍ତି । ଲାମାଣିଙ୍କ ସହ ତାଙ୍କ ବ୍ୟକ୍ତିଗତ ସହାୟକ ମଞ୍ଜୁନାଥ ବାଲ୍ମିକୀ ଏବଂ ଗୁରୁ ନାଇକଙ୍କୁ ମଧ୍ୟ ଗିରଫ କରାଯାଇଛି ।