ଆୟୋଜକଙ୍କୁ ହୋଇଥିଲା ଜେଲ୍, ନିଶାଙ୍କୁ ମିଳିଲା ବେଲ୍.. ଅଶ୍ଳୀଳ ନୃତ୍ୟ ପରିବେଷଣ ଅଭିଯୋଗରେ ମାମଲା

NEWS7
farmers-will-protest-in-front-of-all-rajbhawans-in-the-country-in-june-26

ବଲାଙ୍ଗିର ୧୦।୨: ବଲାଙ୍ଗିର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା । ପୂର୍ବରୁ ହାଇକୋର୍ଟ ନିଶାଙ୍କୁ ଦେଇଥିଲେ ସର୍ତ୍ତ ମୂଳକ ଜାମିନ । ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ ପରେ ତାଙ୍କୁ ମିଳିଛି ଜାମିନ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ଥାନା ଚନ୍ଦନଭାଟି ଗାଁରେ ଗତ ଡିସେମ୍ବର ୧୨ ରାତିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ମାମଲାରେ ବଲାଙ୍ଗିର କୋର୍ଟରେ ହାଜର ହୋଇଥିଲେ ନିଶା I ଡିସେମ୍ବର ୧୪ରେ ତତ୍କାଳୀନ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନ ଏ ନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ I ସଦର ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା I ଡିସେମ୍ବର ୧୫ରେ ଯାତ୍ରା କମିଟି ସଭାପତି ଓ ସଂପାଦକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା I ଗିରଫଦାରୀ ଭୟରେ ନିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ I ଉଚ୍ଚ ନ୍ୟାୟାଳୟ ନିଶାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ ସହ ବଲାଙ୍ଗିର ଏସଡିଜେଏମ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ I

ଏ ଖବର ବି ପଢ଼ନ୍ତୁ:- ଗଞ୍ଜାମରେ ସୀମା ଡେଇଁଲା ଅଶ୍ଳୀଳତା : ରାମାୟଣ ଷ୍ଟେଜ୍‌ରେ ନିଶାଙ୍କ ଆଇଟମ୍ ଡ୍ୟାନ୍ସ ସାଙ୍ଗକୁ ସୀତାଙ୍କୁ ଉଲଗ୍ନ କଲେ ରାବଣ

ଯାହା ଫଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ନିଶା ନିଜ ଓକିଲଙ୍କ ସହ ବଲାଙ୍ଗିର ଏସଡିଜେଏମ କୋର୍ଟକୁ ଆସି ଆତ୍ମସମର୍ପଣ କରିଥିଲେ । ଏହି ମାମଲାରେ ନିଶାଙ୍କୁ ଜାମିନ ମିଳିଛି । ୨୦ ହଜାର ଟଙ୍କା ଜରିମାନା ସହ ନିଶାଙ୍କୁ ଜାମିନ ପ୍ରଧାନ କରିଛନ୍ତି କୋର୍ଟ ।

ସେପଟେ ନିଶା କହିଛନ୍ତି, ଆୟୋଜକଙ୍କ ଡିମାଣ୍ଡରେ ମୁଁ ଷ୍ଟେଜକୁ ଯାଇଥିଲି । ଯେତେବେଳେ ମୁଁ ପ୍ରଥମେ ଷ୍ଟେଜ୍କୁ ଯାଉଥିଲି ସେହି ସମୟରେ ସେଭଳି ଡ୍ରେସ୍ ପିନ୍ଧି ନଥିଲି । ଯାତ୍ରା ଆୟୋଜକ କମିଟି ଆସି ଲୋକ ଟଙ୍କା ଦେଇ ଟିକେଟ୍ କାଟିଛନ୍ତି ଆପଣଙ୍କୁ ଆଇଟମ୍ ଡ୍ୟାନ୍ସ ଓ ଅନ୍ୟ ପୋଷାକରେ ଦେଖିବା ପାଇଁ ସେମିତି ନହେଲେ ଲୋକ ଆମକୁ ବାଡେଇବେ । ତା ପରେ ପୁଣି ପୋଷାକ ଚେଞ୍ଜ କରି ସେ ଷ୍ଟେଜକୁ ଯାଇଥିବା କହିଥିଲେ ନିଶା । ଏହାସହ ତାଙ୍କୁ ଯାହା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ତାହା ସେ ମାନିବେ । ଏହା ନୁହେଁ ଯେ ନିଶା ଆଉ ଷ୍ଟେଜ ଚଢ଼ିବେ ନାହିଁ । କି ଡ୍ୟାନ୍ସ କରିବେ ନାହିଁ । ସେ ଆଇଟମ୍ ଡ୍ୟାନ୍ସ ମରିବା ପର୍ଯ୍ୟନ୍ତ କରିବେ । ଅପେରା ଜଗତରେ ରହିବେ । ଆଉ ବଡ଼ ବଡ଼ ଷ୍ଟେଜକୁ ଯିବେ ତା ସହ ଆଇଟମ୍ ଡ୍ୟାନ୍ସ କରିବେ ହେଲେ ଅଶ୍ଳୀଳ ନୃତ୍ୟ ଆଉ କରିବେ ନାହିଁ ବୋଲି ଦେଇଛନ୍ତି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ଗିରଫ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନିଶା ମହାରଣା