ଲ୍ୟାଣ୍ଡିଂ ବେଳେ ବିମାନରେ ନିଆଁ, ଜଳିଗଲେ ୭ ଯାତ୍ରୀ, ଦେଖନ୍ତୁ ଭିଡିଓ

NEWS7
farmers-will-be-able-to-sale-of-paddy-in-rabi-season-mandi

ନୂଆଦିଲ୍ଲୀ, ୧୯/୧୨: ଭୟଙ୍କର ବିମାନ ଦୁର୍ଘଟଣା । ହୁତୁହୁତୁ ହୋଇ ଜଳିଗଲା ଉଡାଜାହାଜ । ନର୍ଥ କାରୋଲିନାର ଏକ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ଏହା ଦୁର୍ଘଟଣାର ସାମ୍ନା କରିଛି । ଯେଉଁଥିରେ ୭ ଜଣ ପ୍ରାଣ ହରାଇଛନ୍ତି ।

ଗୁରୁବାର ଆମେରିକା ନର୍ଥ କାରୋଲିନାରେ ଥିବା ଷ୍ଟେଟସଭିଲି ରିଜିଓନାଲ ବିମାନବନ୍ଦରରେ ସେସନା-ସି୫୫୦ ନାମକ ଏକ ବିମାନ ଲ୍ୟାଣ୍ଡିଂ ପାଇଁ ପ୍ରୟାସ କରିଥିଲା । କିନ୍ତୁ ଏଥିରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବା ଏଥିରୁ ଧୂଆଁ ବାହାରିଥିଲା । ପରେ ଏହା ଅଗ୍ନି ପିଣ୍ଡୁଳା ପାଲଟିଯାଇଥିଲା । ସକାଳ ୧୦ଟା ୧୫ ବେଳେ ଦୁର୍ଘଟଣା ଘଟିଥିବା ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ୍ ପକ୍ଷରୁ କୁହାଯାଇଛି ।

ସବୁଠାରୁ ବଡ କଥା ହେଉଛି ଯେ. ଏହା ଏକ ପ୍ରାଇଭେଟ୍ ଜେଟ୍ ଥିଲା । ଯାହା ଏକ କମ୍ପାନୀ ନାଁରେ ରେଜିଷ୍ଟର ଥିବା ବେଳେ ଏହାର ଅପରେଟିଂ ବିଫଲି ନାମକ କମ୍ପାନୀ ଦାୟିତ୍ୱରେ ଥିଲା ।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ୍ ଆହୁରି କହିଛି ଯେ, ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ନାସ୍କାରର ପୂର୍ବତନ ଡ୍ରାଇଭର ଗ୍ରେଗ୍ ବିଫଲି ଏବଂ ତାଙ୍କ ପରିବାର ସଦସ୍ୟ ରହିଛନ୍ତି ।

ତେବେ ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିମାନଟି ରନ ଓ୍ୱେରେ ଲ୍ୟାଣ୍ଡିଂ ବେଳେ ଜଳି ଯାଉଥିବା ଦେଖିବାକୁ ମିଳିଛି ।